ପେସା ଆଇନ କ’ଣ? ଯାହାକୁ ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୬ା୧୧ (ଅନିଲ ଦାସ):ପଞ୍ଚାୟତ ଏକ୍ସଟେନଶନ ଟୁ ସିଡ୍ୟୁଲ ଏରିଆଜ୍‌ (ପେସା) ଆଇନ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତ ନିଆଯିବ। ଏଥିସହିତ ରାଜ୍ୟ ସରକାର ସଚେତନତା ସୃଷ୍ଟି ପାଇଁ ଜନସଭାର ଆୟୋଜନ କରିବେ। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ଜନସଭା ହେବ। ପେସା ଆଇନ କିପରି କାର୍ଯ୍ୟକାରୀ ହେବ ସେ ନେଇ ବିସ୍ତୃତ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜନତା ମଇଦାନଠାରେ ଶୁକ୍ରବାର ଅନୁଷ୍ଠିତ ଜନ ଜାତୀୟ ଗୌରବ ଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଶକ୍ତି ଓ ଆତ୍ମା। ପୂର୍ବରୁ ଆଦିବାସୀଙ୍କୁ ଅବହେଳିତ କରି ରଖାଯାଇଥିଲା। ରାଜ୍ୟ ସରକାର ଜନଜାତି ସମ୍ପ୍ରଦାୟଙ୍କ ଉଚ୍ଚ ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ପ୍ରତିବଦ୍ଧ। ସେମାନଙ୍କ ସର୍ବାଙ୍ଗୀନ ବିକାଶ ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଜଙ୍ଗଲ ଜମି ଅଧିକାର ପ୍ରଦାନ ବଳରେ ସେମାନଙ୍କୁ ସଶକ୍ତ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ୧୫୩୫ କୋଟି ଟଙ୍କାର ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ତର ରଖିଛନ୍ତି। ଏଥିରେ ୧୬ଟି ଆଶ୍ରମ ସ୍କୁଲକୁ ହାଇସ୍କୁଲକୁ ଉନ୍ନୀତ କରାଯିବ। ପ୍ରତ୍ୟେକ ସ୍କୁଲ ପିଛା ୧୫କୋଟି ଟଙ୍କା ହିସାବରେ ମୋଟ ୨୪୦ କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି ୧୩ଟି ମାଧ୍ୟମିକ ବିଦ୍ୟାଳୟକୁ ମଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବ। ଏଥିପାଇଁ ପ୍ରତ୍ୟେକ ସ୍କୁଲ ପିଛା ୨୨ କୋଟି ଟଙ୍କା ହିସାବରେ ୨୮୬ କୋଟି ଟଙ୍କା ବିନିଯୋଗ ହେବ। ୪୨୬ଟି ପ୍ରାଥମିକ ସ୍କୁଲ ଛାତ୍ରାବାସ ନିର୍ମାଣ ପାଇଁ ୮୫୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଭୁବନେଶ୍ବରର ଗୋଠପାଟଣାଠାରେ ଜନଜାତି ସଂସ୍କୃତି ଓ ଐତିହ୍ୟ ଭବନ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଗୋଠପାଟଣାଠାରେ ଜନଜାତି ଭାଷା ପ୍ରତିଷ୍ଠାନ ନିର୍ମାଣ ପାଇଁ ୫୦ କୋଟି ଟଙ୍କା ଓ ଜନଜାତି ଅସ୍ମିତା ଭବନ ନିର୍ମାଣ ପାଇଁ ୪ କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି ୫ଟି ବହୁମୁଖୀ କେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ୩ କୋଟି ଟଙ୍କା ବିନିଯୋଗ କରାଯିବ।
ଦେଶବ୍ୟାପୀ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉତ୍ସବ ବିହାରର ଜାମୁଇଠାରେ ପାଳନ କରାଯାଇଛି। ଜନତା ମଇଦାନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭଗବାନ ବିର୍ସା ମୁଣ୍ଡା ସ୍ବାଧୀନତା ସଂଗ୍ରାମର ଏକ ଅନନ୍ୟ ଯୋଦ୍ଧା। ବିର୍ସା ମୁଣ୍ଡାଙ୍କ ସଂଗ୍ରାମର କାହାଣୀ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଓ ରହିବ । ଆଦିବାସୀ ମାନଙ୍କ ଉନ୍ନତି ପାଇଁ ତାଙ୍କ ଅବଦାନକୁ ଦେଶ ଓ ଜାତି କେବେ ଭୁଲିବ ନାହିଁ ।
ଏହି ଅବସରରେ ସେ ମହାନ୍‌ ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକ, ରତ୍ନା ନାୟକ, ଚକରା ବିଷୋଇ, ଦୋରା ବିଷୋଇ, ରେଣ୍ଡୋ ମାଝୀଙ୍କ ପରି ଦେଶ ଭକ୍ତଙ୍କ ବଳିଦାନ ଓ ତ୍ୟାଗକୁ ମଧ୍ୟ ସ୍ମରଣ କରିଥିଲେ। ବିର୍ସା ମୁଣ୍ଡାଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଜାମୁଇଠାରେ ଉପସ୍ଥିତ ରହି ‘ଧର୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା’ ଅଧୀନରେ ଅନେକ କଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି। ଜନଜାତି ସମ୍ପ୍ରଦାୟଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ଜୀବନ ଜୀବିକା ଓ ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ତାରତମ୍ୟକୁ ଦୂରକରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ । ଓଡ଼ିଶାର ୨୭ଟି ଜିଲାର ୭,୬୬୭ଟି ଗ୍ରାମକୁ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସମସ୍ତ ଗ୍ରାମରେ ସ୍ବତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ରାଜ୍ୟର ୮ଟି ବିଶେଷ ଅନୁନ୍ନତ ଜନଜାତି (ପିଭିଟିଜି)ବର୍ଗଙ୍କୁ ବସବାସର ଅଧିକାର ପ୍ରଦାନ କରିଛନ୍ତି। ଆଦିବାସୀ ଛାତ୍ରୀଛାତ୍ରମାନଙ୍କ ଡ୍ରପ୍‌ ଆଉଟ୍‌ ହାର ରୋକିବା ପାଇଁ ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା’ ପ୍ରଣୟନ କରିବାକୁ ଯାଉଛନ୍ତି। ଏଥିସହିତ ଆଦିବାସୀ ଅଞ୍ଚଳରେ ପିଲାଙ୍କ ପାଇଁ ଛାତ୍ରାବାସ ନିର୍ମାଣ, ସିଡୁଲ୍‌ ଅଞ୍ଚଳରେ ପେସା ଆଇନ କାର୍ଯ୍ୟକାରୀ କରିବା, ଗ୍ରାମସଭାଗୁଡ଼ିକୁ ସକ୍ରିୟ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଛନ୍ତି, ବ୍ରିଟିଶ ସରକାରଙ୍କ ଉତ୍ପୀଡ଼ନ ବିରୋଧରେ ବିର୍ସା ମୁଣ୍ଡାଙ୍କ ସଂଗ୍ରାମ ଓ ବଳିଦାନ ସଦାସର୍ବଦା ପ୍ରେରଣାଦାୟୀ ହୋଇ ରହିବ। ବିର୍ସା ମୁଣ୍ଡାଙ୍କ ତ୍ୟାଗକୁ ପୂର୍ବ ସରକାରମାନେ ଅବହେଳା କରୁଥିଲେ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବିର୍ସାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ତାଙ୍କ ଜୟନ୍ତୀକୁ ଜନ ଜାତୀୟ ଗୌରବ ଦିବସ ରୂପେ ପାଳନ କରାଯିବା ସହିତ ଆଦିବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। କେନ୍ଦ୍ର ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ କହିଛନ୍ତି, ଭଗବାନ ବିର୍ସା ମୁଣ୍ଡା ଜନଜାତି ସମାଜର ବନ୍ଧନକୁ ସୁଦୃଢ କରିବା ସହିତ ସେମାନଙ୍କ ଉନ୍ନତି ପାଇଁ ଯେଉଁ ଉଦ୍ୟମ କରିଯାଇଛନ୍ତି ତା’ର ତୁଳନା ନାହିଁ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ବିର୍ସା ମୁଣ୍ଡାଙ୍କ ଅବଦାନକୁ ସ୍ମରଣ କରିବା ସହିତ ଆଦିବାସୀମାନଙ୍କ ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।
ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେଇ କହିଛନ୍ତି, ସ୍ବାଧୀନତା ପରେ ଆଦିବାସୀଙ୍କ ପ୍ରତି ଅବହେଳା କରାଯାଇଛି। ଆଦିବାସୀଙ୍କୁ ଅବହେଳା ପଛରେ ରାଜନୈତିକ ଅଭିସନ୍ଧି ରହିଥିଲା। ଏହାର କାରଣ ଗୋଟିଏ ପରିବାରର ରାଜନୈତିକ ଅଭିସନ୍ଧି। ଆଦିବାସୀଙ୍କ ବିକାଶ ପାଇଁ ଏନ୍‌ଡିଏ ସରକାର ଅହରହ ଉଦ୍ୟମ କରୁଛି। ଦେଶରେ ୧୦ ବର୍ଷ ଭିତରେ ୨ଟି ନୂଆ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଓଡ଼ିଶାର ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି କରିବାର ସୌଭାଗ୍ୟ ଏନ୍‌ଡିଏକୁ ମିଳିଛି।

ପେସା ଆଇନ କ’ଣ?

ଦେଶର ଅନୁସୂଚିତ ଅଞ୍ଚଳ(ସିଡ୍ୟୁଲ୍ଡ ଏରିଆ)ରେ ପେସା (ପଞ୍ଚାୟତ ଏକ୍ସଟେନ୍‌ଶନ ଟୁ ସିଡ୍ୟୁଲ ଏରିଆଜ୍‌) ଆଇନ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ୧୯୯୬ ଡିସେମ୍ବର ୨୪ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଭାରତୀୟ ସମ୍ବିଧାନର ପଞ୍ଚମ ପରିଚ୍ଛେଦ ଅନୁଯାୟୀ ୧୦ଟି ରାଜ୍ୟର ସିଡ୍ୟୁଲ୍‌ଡ ଏରିଆରେ ଏହି ଆଇନକୁ ଲାଗୁ କରାଯିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଜନଜାତିମାନଙ୍କର ଜୀବନ ଜୀବିକା, କଳା ସଂସ୍କୃତି, ପରମ୍ପରା ସୁରକ୍ଷା ସମେତ ପ୍ରାକୃତିକ ସମ୍ବଳ ଇତ୍ୟାଦି ବିଷୟରେ ଗ୍ରାମସଭା ଜରିଆରେ ସମସ୍ତ ନିଷ୍ପତ୍ତି ନିଆଯିବ।

ଏହି ଆଇନ ଲାଗୁହେଲେ ଗ୍ରାମସଭାର ବିନାନୁମତିରେ ସେହି ଅଞ୍ଚଳରେ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ଅନୁସୂଚିତ ଅଞ୍ଚଳରେ ପାରମ୍ପରିକ ସମ୍ବଳ, ଲଘୁ ଖଣିଜ ଦ୍ରବ୍ୟ, ଲଘୁ ବନଜାତ ଦ୍ରବ୍ୟ, କ୍ଷୁଦ୍ର ଜଳାଶୟ, ଉପଭୋକ୍ତା ଚୟନ, ପ୍ରକଳ୍ପ ଅନୁମୋଦନ ଏବଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକ ଉପରେ ଗ୍ରାମସଭାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ। ଓଡ଼ିଶା ସମେତ ୧୦ଟି ରାଜ୍ୟରେ ଏହି ଆଇନ ଲାଗୁ କରିବାର ବ୍ୟବସ୍ଥା ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ହେଲା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ତେଲଙ୍ଗାନା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri