ନୂଆଦିଲ୍ଲୀ,୨୫।୧: ଭାରତରେ ନାଗରିକଙ୍କ ପରିଚୟ ଯାଞ୍ଚ କରିବା ପାଇଁ ପ୍ରାୟ ପ୍ରତ୍ୟେକ କାମରେ ଆଧାର କାର୍ଡର ବ୍ୟବହାର ହେଉଛି। ହେଲେ ଏହାର ବ୍ୟବହାର ସମୟରେ ସାବଧାନତାର ଆବଶ୍ୟକତା ରହିଛି। ଆପଣ କେବେ ହୋଟେଲରେ ଚେକ୍-ଇନ୍, ସିମ୍ କାର୍ଡ ପାଇଁ ଆଇଡି ପ୍ରୁଫ୍ ଭାବରେ ନିଜର ୧୨ ଅଙ୍କର ଆଧାର ନମ୍ବର ବ୍ୟବହାର କରୁଛନ୍ତି? ଯଦି ହଁ, ତେବେ ଏହି ସୂଚନା ଆପଣଙ୍କ ପାଇଁ ଅତ୍ୟନ୍ତ ଉପକାରୀ ହେବ। କାରଣ ପ୍ରତ୍ୟେକ ସ୍ଥାନରେ ପୂରା ଆଧାର ନମ୍ବର ଶେୟାର କରିବା ଆପଣଙ୍କ ଗୋପନୀୟତା (Privacy) ଏବଂ ଡାଟା ସୁରକ୍ଷା (Security) ପାଇଁ ବଡ଼ ବିପଦ ହୋଇପାରେ। ଏହାର ବଦଳରେ ଆପଣ ମାସ୍କଡ ଆଧାର (Masked Aadhaar) ବ୍ୟବହାର କରିବା ଉଚିତ।
ମାସ୍କଡ ଆଧାର (Masked Aadhaar) କଣ?
ମାସ୍କଡ ଆଧାର ହେଉଛି ଆଧାର କାର୍ଡର ଏକ ବିଶେଷ ସଂସ୍କରଣ, ଯେଉଁଥିରେ ୧୨ ଅଙ୍କର ପୂରା ଆଧାର ନମ୍ବର ଦେଖାଯାଏ ନାହିଁ। ଏଥିରେ ପ୍ରଥମ ୮ଟି ଅଙ୍କକୁ “xxxx-xxxx” ଭଳି ଲୁଚାଇ ଦିଆଯାଏ ଏବଂ କେବଳ ଶେଷ ୪ଟି ଅଙ୍କ ଦେଖାଯାଏ (ଉଦାହରଣ: xxxx-xxxx-1234)। ଏହାଦ୍ୱାରା ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ ହୋଇଯାଏ ଏବଂ ପୂରା ନମ୍ବର ସାର୍ବଜନୀନ ହୁଏ ନାହିଁ। UIDAI ଦ୍ୱାରା ଜାରି କରାଯାଉଥିବା ଏହି ମାସ୍କଡ ଆଧାର ଆପଣଙ୍କ ଡାଟା ସୁରକ୍ଷା ଓ ଗୋପନୀୟତା ରକ୍ଷା କରେ। ଏହା ପରିଚୟ ଯାଞ୍ଚ ପାଇଁ ସମ୍ପୂର୍ଣ୍ଣ ବୈଧ ଦସ୍ତାବିଜ ଅଟେ। ମାସ୍କଡ ଆଧାରରେ ନାମ, ଫଟୋ, ଜନ୍ମତାରିଖ, ଲିଙ୍ଗ ଓ ଠିକଣା ଆଦି ସମସ୍ତ ଆବଶ୍ୟକୀୟ ବିବରଣୀ ରହିଥାଏ। ତେଣୁ ଏହାକୁ e-KYC ପ୍ରକ୍ରିୟାରେ ମଧ୍ୟ ଗ୍ରହଣ କରାଯାଏ।
- ମାସ୍କଡ ଆଧାର କାହିଁକି ବ୍ୟବହାର କରିବେ?
-ପୂରା ଆଧାର ନମ୍ବର ଶେୟାର କରିବାରୁ ବଞ୍ଚାଇବ।
-ହୋଟେଲ, ମୋବାଇଲ ସିମ, ବ୍ୟାଙ୍କ ଆଦି ସ୍ଥାନରେ ଗୋପନୀୟତା ସୁରକ୍ଷିତ ରହିବ।
-ତଥାପି ଦସ୍ତାବିଜ ବୈଧ ଓ ପ୍ରମାଣିତ ରହିବ।
- ମାସ୍କଡ ଆଧାର କିପରି ଡାଉନଲୋଡ କରିବେ? (ଷ୍ଟେପ-ବାଇ-ଷ୍ଟେପ)
-ଆଧିକାରିକ ୱେବସାଇଟକୁ ଯାଆନ୍ତୁ: myaadhaar.uidai.gov.in
-ତଳକୁ ଯାଇ Download Aadhaar ଅପସନ କ୍ଲିକ କରନ୍ତୁ।
-ଆପଣଙ୍କ ୧୨ ଅଙ୍କର ଆଧାର ନମ୍ବର ଓ କ୍ୟାପ୍ଚା କୋଡ ପ୍ରବେଶ କରନ୍ତୁ।
-Send OTP ଉପରେ କ୍ଲିକ କରନ୍ତୁ। ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ OTP ଆସିବ।
-OTP ପ୍ରବେଶ କରିବା ପୂର୍ବରୁ Do you want a masked Aadhaar? ବକ୍ସକୁ ଟିକ (ଚେକ) କରନ୍ତୁ।
-OTP ଦିଅନ୍ତୁ ଏବଂ Verify & Download ଉପରେ କ୍ଲିକ କରନ୍ତୁ।
-ପାସୱାର୍ଡ-ପ୍ରୋଟେକ୍ଟେଡ PDF ଫାଇଲ ଆପଣଙ୍କ କମ୍ପ୍ୟୁଟର୍ କିମ୍ବା ମୋବାଇଲରେ ଆପ୍ଲୋଡ ହୋଇଯିବ। - PDF ଫାଇଲ କିପରି ଖୋଲିବେ?
-ଏହି PDF ପାସୱାର୍ଡ ସହିତ ସୁରକ୍ଷିତ ଥାଏ। ପାସୱାର୍ଡ ବନାଇବାର ଫର୍ମାଟ ହେଉଛି:
-ଆପଣଙ୍କ ନାମର ପ୍ରଥମ ୪ଟି ଅକ୍ଷର (ବଡ଼ ଅକ୍ଷରରେ) + ଜନ୍ମ ବର୍ଷ (YYYY)।
-ଉଦାହରଣ: ନାମ: SURESH KUMAR ଓ ଜନ୍ମ ବର୍ଷ: 1990 ପାସୱାର୍ଡ: SURE1990
ନାମ: ନୀରଜ କୁମାର ଓ ଜନ୍ମ ବର୍ଷ: 1998
ପାସୱାର୍ଡ: NEER1998
ଏଣୁ ଆଜି ହିଁ ମାସ୍କଡ ଆଧାର ଡାଉନଲୋଡ କରନ୍ତୁ ଏବଂ ନିଜର ଗୋପନୀୟତାକୁ ମଜଭୁତ କରନ୍ତୁ! ଯଦି କୌଣସି ସମସ୍ୟା ହୁଏ ତେବେ UIDAI ହେଲ୍ପଲାଇନ 1947ରେ ଯୋଗାଯୋଗ କରନ୍ତୁ।

