ହୋଟେଲରେ ଚେକ୍‌ଇନ୍‌ ବେଳେ ଆଧାର ନୁହେଁ ବରଂ ଦିଅନ୍ତୁ Masked Aadhaar, ଗୋପନୀୟତା…

ନୂଆଦିଲ୍ଲୀ,୨୫।୧: ଭାରତରେ ନାଗରିକଙ୍କ ପରିଚୟ ଯାଞ୍ଚ କରିବା ପାଇଁ ପ୍ରାୟ ପ୍ରତ୍ୟେକ କାମରେ ଆଧାର କାର୍ଡର ବ୍ୟବହାର ହେଉଛି। ହେଲେ ଏହାର ବ୍ୟବହାର ସମୟରେ ସାବଧାନତାର ଆବଶ୍ୟକତା ରହିଛି। ଆପଣ କେବେ ହୋଟେଲରେ ଚେକ୍‌-ଇନ୍‌, ସିମ୍‌ କାର୍ଡ ପାଇଁ ଆଇଡି ପ୍ରୁଫ୍‌ ଭାବରେ ନିଜର ୧୨ ଅଙ୍କର ଆଧାର ନମ୍ବର ବ୍ୟବହାର କରୁଛନ୍ତି? ଯଦି ହଁ, ତେବେ ଏହି ସୂଚନା ଆପଣଙ୍କ ପାଇଁ ଅତ୍ୟନ୍ତ ଉପକାରୀ ହେବ। କାରଣ ପ୍ରତ୍ୟେକ ସ୍ଥାନରେ ପୂରା ଆଧାର ନମ୍ବର ଶେୟାର କରିବା ଆପଣଙ୍କ ଗୋପନୀୟତା (Privacy) ଏବଂ ଡାଟା ସୁରକ୍ଷା (Security) ପାଇଁ ବଡ଼ ବିପଦ ହୋଇପାରେ। ଏହାର ବଦଳରେ ଆପଣ ମାସ୍କଡ ଆଧାର (Masked Aadhaar) ବ୍ୟବହାର କରିବା ଉଚିତ।

ମାସ୍କଡ ଆଧାର (Masked Aadhaar) କଣ?
ମାସ୍କଡ ଆଧାର ହେଉଛି ଆଧାର କାର୍ଡର ଏକ ବିଶେଷ ସଂସ୍କରଣ, ଯେଉଁଥିରେ ୧୨ ଅଙ୍କର ପୂରା ଆଧାର ନମ୍ବର ଦେଖାଯାଏ ନାହିଁ। ଏଥିରେ ପ୍ରଥମ ୮ଟି ଅଙ୍କକୁ “xxxx-xxxx” ଭଳି ଲୁଚାଇ ଦିଆଯାଏ ଏବଂ କେବଳ ଶେଷ ୪ଟି ଅଙ୍କ ଦେଖାଯାଏ (ଉଦାହରଣ: xxxx-xxxx-1234)। ଏହାଦ୍ୱାରା ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ ହୋଇଯାଏ ଏବଂ ପୂରା ନମ୍ବର ସାର୍ବଜନୀନ ହୁଏ ନାହିଁ। UIDAI ଦ୍ୱାରା ଜାରି କରାଯାଉଥିବା ଏହି ମାସ୍କଡ ଆଧାର ଆପଣଙ୍କ ଡାଟା ସୁରକ୍ଷା ଓ ଗୋପନୀୟତା ରକ୍ଷା କରେ। ଏହା ପରିଚୟ ଯାଞ୍ଚ ପାଇଁ ସମ୍ପୂର୍ଣ୍ଣ ବୈଧ ଦସ୍ତାବିଜ ଅଟେ। ମାସ୍କଡ ଆଧାରରେ ନାମ, ଫଟୋ, ଜନ୍ମତାରିଖ, ଲିଙ୍ଗ ଓ ଠିକଣା ଆଦି ସମସ୍ତ ଆବଶ୍ୟକୀୟ ବିବରଣୀ ରହିଥାଏ। ତେଣୁ ଏହାକୁ e-KYC ପ୍ରକ୍ରିୟାରେ ମଧ୍ୟ ଗ୍ରହଣ କରାଯାଏ।

  • ମାସ୍କଡ ଆଧାର କାହିଁକି ବ୍ୟବହାର କରିବେ?
    -ପୂରା ଆଧାର ନମ୍ବର ଶେୟାର କରିବାରୁ ବଞ୍ଚାଇବ।
    -ହୋଟେଲ, ମୋବାଇଲ ସିମ, ବ୍ୟାଙ୍କ ଆଦି ସ୍ଥାନରେ ଗୋପନୀୟତା ସୁରକ୍ଷିତ ରହିବ।
    -ତଥାପି ଦସ୍ତାବିଜ ବୈଧ ଓ ପ୍ରମାଣିତ ରହିବ।

 

  • ମାସ୍କଡ ଆଧାର କିପରି ଡାଉନଲୋଡ କରିବେ? (ଷ୍ଟେପ-ବାଇ-ଷ୍ଟେପ)
    -ଆଧିକାରିକ ୱେବସାଇଟକୁ ଯାଆନ୍ତୁ: myaadhaar.uidai.gov.in
    -ତଳକୁ ଯାଇ Download Aadhaar ଅପସନ କ୍ଲିକ କରନ୍ତୁ।
    -ଆପଣଙ୍କ ୧୨ ଅଙ୍କର ଆଧାର ନମ୍ବର ଓ କ୍ୟାପ୍‌ଚା କୋଡ ପ୍ରବେଶ କରନ୍ତୁ।
    -Send OTP ଉପରେ କ୍ଲିକ କରନ୍ତୁ। ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ OTP ଆସିବ।
    -OTP ପ୍ରବେଶ କରିବା ପୂର୍ବରୁ Do you want a masked Aadhaar? ବକ୍ସକୁ ଟିକ (ଚେକ) କରନ୍ତୁ।
    -OTP ଦିଅନ୍ତୁ ଏବଂ Verify & Download ଉପରେ କ୍ଲିକ କରନ୍ତୁ।
    -ପାସୱାର୍ଡ-ପ୍ରୋଟେକ୍ଟେଡ PDF ଫାଇଲ ଆପଣଙ୍କ କମ୍ପ୍ୟୁଟର୍‌ କିମ୍ବା ମୋବାଇଲରେ ଆପ୍ଲୋଡ ହୋଇଯିବ।
  • PDF ଫାଇଲ କିପରି ଖୋଲିବେ?
    -ଏହି PDF ପାସୱାର୍ଡ ସହିତ ସୁରକ୍ଷିତ ଥାଏ। ପାସୱାର୍ଡ ବନାଇବାର ଫର୍ମାଟ ହେଉଛି:
    -ଆପଣଙ୍କ ନାମର ପ୍ରଥମ ୪ଟି ଅକ୍ଷର (ବଡ଼ ଅକ୍ଷରରେ) + ଜନ୍ମ ବର୍ଷ (YYYY)।

-ଉଦାହରଣ: ନାମ: SURESH KUMAR ଓ ଜନ୍ମ ବର୍ଷ: 1990 ପାସୱାର୍ଡ: SURE1990
ନାମ: ନୀରଜ କୁମାର ଓ ଜନ୍ମ ବର୍ଷ: 1998
ପାସୱାର୍ଡ: NEER1998

ଏଣୁ ଆଜି ହିଁ ମାସ୍କଡ ଆଧାର ଡାଉନଲୋଡ କରନ୍ତୁ ଏବଂ ନିଜର ଗୋପନୀୟତାକୁ ମଜଭୁତ କରନ୍ତୁ! ଯଦି କୌଣସି ସମସ୍ୟା ହୁଏ ତେବେ UIDAI ହେଲ୍ପଲାଇନ 1947ରେ ଯୋଗାଯୋଗ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ବଲାଙ୍ଗୀର ଜିଲାର ବିଭିନ୍ନ ସମସ୍ୟାକୁ ନେଇ ବିଧାନସଭାରେ ପ୍ରଶ୍ନ କଲେ କଳିକେଶ, ରାଜନୀତିରେ ହଇଚଇ

ବଲାଙ୍ଗୀର,୧୩ା୩(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାର ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ଜିଲାର ପାନୀୟ ଜଳ ସମସ୍ୟା,…

ଇଥିଓପିଆରେ ଭୟଙ୍କର ଭୂସ୍ଖଳନ: ୫୦, ମୃତ, ୧୨୫ ନିଖୋଜ

ଆଡିସ୍‌ ଆବାବା,୧୩।୩: ଇଥିଓପିଆର ଦକ୍ଷିଣ ଭାଗରେ ସପ୍ତାହେ ଧରି ପ୍ରବଳ ବର୍ଷା ଫଳରେ ୩ ଜିଲାରେ ଭୂସ୍ଖଳନ ଯୋଗୁ ଅନୂ୍ୟନ ୫୦ ଜଣଙ୍କ ମୃତ୍ୟୁ ଘଟିବା ସହ…

ଯୁଦ୍ଧ ମଝିରେ ଟ୍ରମ୍ପଙ୍କୁ ବଡ଼ ଝଟ୍‌କା, ଇରାକ ଆକାଶରେ ଘଟିଲା ଏମିତି…ଭୟରେ ଆମେରିକା

ଓ୍ବାଶିଂଟନ୍‌,୧୩।୩: ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ଗୁରୁବାର ଘୋଷଣା କରିଛି ଯେ ପଶ୍ଚିମ ଇରାକରେ ଏକ ଆମେରିକୀୟ ସାମରିକ KC-135 ଏୟାରଲିଫ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି…

ଇରାନ ସହିତ ବିବାଦ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ବୟାନ, ମୋଜ୍‌ତାବା ଖାମେନେଇଙ୍କ ଜୀବନର କୌଣସି ଗ୍ୟାରେଣ୍ଟି…

ତେହରାନ୍‌ ,୧୩।୩: ଇସ୍ରାଏଲ ଏବଂ ଆମେରିକା ଦ୍ୱାରା ଇରାନ ବିରୁଦ୍ଧରେ ଏକ ମିଳିତ ସାମରିକ ଅଭିଯାନ ଚାଲିଛି। ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଘାତକ ଆକ୍ରମଣ ଆରମ୍ଭ…

ନିଶା ସେବନ କରୁଥିଲେ ସ୍ତ୍ରୀ, ରାଗିଯାଇ ହତ୍ୟା କରିଥିଲେ ସ୍ବାମୀ, ବ୍ୟବଚ୍ଛେଦ ରିପୋର୍ଟରେ ବଡ଼ ଖୁଲାସା

ଦେବଗଡ,୧୩।୩(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଥାନା ବ୍ରାହ୍ମଣୀମାଳ ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ତଥ୍ୟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ…

ଶତ୍ରୁଙ୍କ ବିରୋଧରେ ମୋଜ୍‌ତାବାଙ୍କ ରଣହୁଙ୍କାର, ଆମ ବଳିଦାନର ପ୍ରତିଶୋଧ ନେବୁ

ତେହରାନ୍‌ ,୧୩।୩: ଆମେରିକା-ଇରାନ୍‌ ଯୁଦ୍ଧ ବିରତି ନେଇ ବିଭିନ୍ନ ସ୍ତରରେ ଉଦ୍ୟମ ଚାଲିଥିଲାବେଳେ ଇରାନ୍‌ର ନବ ନିଯୁକ୍ତ ସୁପ୍ରିମ ଲିଡର୍‌ ମୋଜ୍‌ତାବା ଖାମେନେଇ ଆମେରିକା ବିରୋଧରେ ରଣହୁଙ୍କାର…

ଜନଗଣନାରେ ଠିକ୍‌ ତଥ୍ୟ ଲିପିବଦ୍ଧ କରିବାକୁ ଗୁରୁତ୍ୱ

ବରଗଡ଼,୧୩ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମଳିନୀ କକ୍ଷଠାରେ ୨୦୨୭ ଜନଗଣନା ପାଇଁ ଗୁରୁବାର ଜିଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri