ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ ଆପଣଙ୍କୁ ଖାଦ୍ୟ ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ। IRCTC ପକ୍ଷରୁ ଆରମ୍ଭ କରାଯାଇଥିବା ’E-Pantry’ ସେବା ମାଧ୍ୟମରେ ଯାତ୍ରୀମାନେ ନିଜ ସିଟ୍ରେ ବସି ଡିଜିଟାଲ ପଦ୍ଧତିରେ କ’ଣ ଏହି IRCTC E-Pantry ସେବା?
ବିଶେଷ କରି ସେହି ମେଲ୍/ଏକ୍ସପ୍ରେସ ଟ୍ରେନ୍ଗୁଡ଼ିକ ପାଇଁ ଏହି ସେବା ଉଦ୍ଦିଷ୍ଟ, ଯେଉଁଠାରେ ଟିକେଟ ମୂଲ୍ୟରେ ଖାଦ୍ୟ ସାମିଲ ନ ଥାଏ। ଯାତ୍ରୀମାନେ ଟିକେଟ ବୁକିଂ ସମୟରେ କିମ୍ବା ଯାତ୍ରା ପୂର୍ବରୁ ଅନଲାଇନ ମାଧ୍ୟମରେ ନିଜ ପସନ୍ଦର ଖାଦ୍ୟ ଅର୍ଡର କରିପାରିବେ।
ଏହା କିପରି କାମ କରେ?
ଯାତ୍ରୀମାନେ ଅତି ସହଜରେ ୩ଟି ପର୍ଯ୍ୟାୟରେ ଏହି ସେବାର ଲାଭ ଉଠାଇପାରିବେ:
1.ବୁକିଂ: ଟିକେଟ ବୁକ କରିବା ସମୟରେ IRCTC ୱେବସାଇଟ ([www.irctc.co.in](http://www.irctc.co.in)) ରେ ’E-Pantry’ ବିକଳ୍ପ ଚୟନ କରିପାରିବେ। ଯଦି ଟିକେଟ ପୂର୍ବରୁ ବୁକ ହୋଇସାରିଛି, ତେବେ ’Booked Ticket History’ କୁ ଯାଇ ମଧ୍ୟ ଅର୍ଡର କରାଯାଇପାରିବ।
2. କନଫର୍ମେସନ: ଅର୍ଡର ସଫଳ ହେବା ପରେ ଯାତ୍ରୀଙ୍କ ମୋବାଇଲ ନମ୍ବର କିମ୍ବା ଇମେଲ୍କୁ ଏକ Meal Verification Code (MVC)** ପଠାଯିବ।
3. ଡେଲିଭରି: ଯାତ୍ରା ସମୟରେ ପ୍ୟାଣ୍ଟ୍ରି ଷ୍ଟାଫ୍ଙ୍କୁ ସେହି କୋଡ ଦେଖାଇବା ପରେ ଆପଣଙ୍କ ଖାଦ୍ୟ କିମ୍ବା ରେଲ ନୀର (ପାଣି) ସିଧାସଳଖ ଆପଣଙ୍କ ସଟ୍ରେପହଞ୍ଚିଯିବ।
E-Pantry ସେବାର ମୁଖ୍ୟ ବିଶେଷତ୍ୱ:
କ୍ୟାସଲେସ କାରବାର: ସମସ୍ତ ପେମେଣ୍ଟ ଅନଲାଇନ୍ରେ ହେଉଥିବାରୁ ଯାତ୍ରା ସମୟରେ ନଗଦ ଟଙ୍କା ଦେବାର ଆବଶ୍ୟକତା ପଡ଼ିବ ନାହିଁ।
ସ୍ବଚ୍ଛତା: ଡିଜିଟାଲ ଡ୍ୟାସବୋର୍ଡ ଜରିଆରେ ଯାତ୍ରୀ ନିଜ ଅର୍ଡରର ସ୍ଥିତି ଟ୍ରାକ କରିପାରିବେ।
ସଠିକ ଡେଲିଭରି: MVC କୋଡ ବ୍ୟବହାର କରାଯାଉଥିବାରୁ କେବଳ ସଠିକ ଯାତ୍ରୀଙ୍କ ପାଖରେ ହିଁ ଖାଦ୍ୟ ପହଞ୍ଚିବା ନିଶ୍ଚିତ ହୋଇଥାଏ।
ରିଫଣ୍ଡ ପଲିସି: ଯଦି କୌଣସି କାରଣବଶତଃ ନିର୍ଦ୍ଧାରିତ ସମୟରେ ଖାଦ୍ୟ ପହଞ୍ଚି ନ ପାରେ, ତେବେ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ ପାଇବାର ସୁବିଧା ମଧ୍ୟ ରହିଛି।
ରେଳବାଇର ଏହି ଡିଜିଟାଲ ପଦକ୍ଷେପ ଯାତ୍ରୀମାନଙ୍କ ପାଇଁ ଯାତ୍ରାକୁ ଅଧିକ ଆରାମଦାୟକ ଏବଂ ବିଶ୍ୱସନୀୟ କରିପାରିବ ବୋଲି ଆଶା କରାଯାଉଛି।
ଏହି ଟ୍ରେନଗୁଡ଼ିକରେ ସେବା ଉପଲବ୍ଧ:
ଏହି ସେବା ପ୍ରାରମ୍ଭରେ ବିବେକ ଏକ୍ସପ୍ରେସରେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରାଯାଇଥିଲା ଏବଂ ବର୍ତ୍ତମାନ ଏହାକୁ 38 ଟି ଟ୍ରେନକୁ କଭର କରିବାକୁ ବିସ୍ତାର କରାଯାଇ
DBRG CAPE Vivek Express (22503–04)
Amritsar Kochuveli SF Express (12483–84)
Swatantra Senani Express (12561–62)
Swarnajayanti Express (12817–18 / 12873–74)
Chhattisgarh Express (18237–38)
SC DNR SF Express (12791–92)
TATA SMVB Express (12889–90)
AJI–SDAH SF Express (12987–88)
Karnataka Sampark Kranti Express (12649–50 / 12629–30)
Mangladweep Express (12617–18)
Kalinga Utkal Express (18477–78)
Goa Vasco Express (12779–80)
Pushpak Express (12533–34)
Paschim Express (12925–26)
LTT–JYG Express (12925–26)
Netravati Express (16345–46)
Grand Trunk Express (12615–16)
Darshan Express (12493–94)
AP Express (20805–06)
Poorva Express (12303–04)
Lichchivi Express (14005–06)
Azad Hind Express (12129–30)
Malwa Express (12919–20)
Ahmedabad Barauni Express (19483–84)
Purushottam SF Express (12801–02)
ADI HWH Express (12833–34)
Netaji Express (12311–12)
Sapt Kranti Express (12557–58)
Mumbai Mail (12321–22)
Bihar S Kranti (12565–66)
HWH ASR Mail (13005–06)
Vaishali Express (15565–66)
Brahmaputra Mail (15657–58)
HWH JU Express (12307–08)
Gitanjali Express (12859–60)
North East Express (12505–06)
DHN Alappuzha Express (13351–52)
S Kranti Super Express (12393–94)

