Posted inଜାତୀୟ

ବାଂଲାଦେଶରେ ଯାହା ଘଟୁଛି, ତାହା ଭାରତ ସହ ମଧ୍ୟ ଘଟିପାରେ: ଚେତାବନୀ ଦେଲେ ସଲମାନ

ବାଂଲାଦେଶରେ ଯାହା ଘଟୁଛି, ତାହା ଭାରତ ସହ ମଧ୍ୟ ଘଟିପାରେ: ଚେତାବନୀ ଦେଲେ ସଲମାନ
ନୂଆଦିଲ୍ଲୀ,୬ା୮: ଆଜିକାଲି ଭାରତର ପଡୋଶୀ ଦେଶ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଛାତ୍ରମାନଙ୍କ ବିରୋଧରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ବର୍ତ୍ତମାନ ହିଂସାତ୍ମକ ରୂପ ନେଇଛି। ଏହି ହିଂସାରେ ଏପର୍ଯ୍ୟନ୍ତ ୪୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସୀମାନ୍ତ ଦେଶରେ ଏଭଳି ପରିସ୍ଥିତିକୁ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିଛି। ଏହା ବ୍ୟତୀତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏହି ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟ ସମସ୍ତ ଦଳ ସରକାରଙ୍କୁ ସମର୍ଥନ କରିଥିଲେ। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଏହି ପ୍ରସଙ୍ଗରେ ଏପରି ବିବୃତ୍ତି ଦେଇଛନ୍ତି,ଯାହା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସଲମାନ ଖୁର୍ସିଦ କହିଛନ୍ତି, ବାଂଲାଦେଶରେ ଯାହା ଘଟୁଛି ତାହା ଭାରତରେ ମଧ୍ୟ ହୋଇପାରେ। ତାଙ୍କ ବିବୃତ୍ତିରେ ବହୁ ଭାଜପା ନେତା ଦୃଢ ଆପତ୍ତି ଜଣାଇଛନ୍ତି।
କଂଗ୍ରେସ ନେତା ସଲମାନ ଖୁର୍ସିଦ କହିଛନ୍ତି, ବାଂଲାଦେଶରେ ଯାହା ଘଟୁଛି ତାହା ଭାରତରେ ମଧ୍ୟ ହୋଇପାରେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁଜିବୁର ରେହମାନଙ୍କ ପୁସ୍ତକ ଶିକୱା-ଇ-ହିନ୍ଦ: ଦି ପଲିଟିକାଲ ଫ୍ୟୁଚର୍‌ ଅଫ୍‌ ଇଣ୍ଡିୟନ୍‌ ମୁସ୍‌ଲିମ୍ସ ଉନ୍ମୋଚନ ଉତ୍ସବରେ ସେ ଏହା କହିଛନ୍ତି।

ଖୁର୍ସିଦ କହିଛନ୍ତି, କଶ୍ମୀରରେ ସବୁକିଛି ସ୍ବାଭାବିକ ହୋଇପାରେ। କିନ୍ତୁ ପ୍ରକୃତ ସତ ତାହା ନୁହେଁ। ଜୁଲାଇ ମାସରୁ ବାଂଲାଦେଶରେ ସରକାର ବିରୋଧୀ ବିରୋଧର ଏକ ଲହରୀ ଖେଳିଯାଇଥିଲା। ଏହା ପରେ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡି ପଳାଇଥିଲେ। ତେବେ ଏହାକୁ ବ୍ୟାପକ ବିରୋଧ କରାଯିବା ପରେ ସେ ଏହି ବିବୃତ୍ତିକୁ ମଧ୍ୟ ସ୍ପଷ୍ଟ କରିଛନ୍ତି। ସଲମାନ ଖୁର୍ସିଦ କହିଛନ୍ତି, ମୁଁ ଯାହା କହୁଛି, ମୁଁ ସର୍ବସାଧାରଣରେ କହୁଛି, କେବେବି ବ୍ୟକ୍ତିଗତ ଭାବରେ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri