Posted inଜାତୀୟ

ସିଏଏ କ’ଣ, କାହାକୁ ମିଳିବ ନାଗରିକତ୍ୱ, କେମିତି ହେବ ଆବେଦନ: ସମସ୍ତ ପ୍ରକ୍ରିୟା ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୩ :ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଦେଶରେ ବିବାଦୀୟ ନାଗରିତ୍ୱ(ସଂଶୋଧନ) ଆଇନ (ସିଏଏ) ଲାଗୁ ପାଇଁ ନିୟମାବଳୀର ବିଜ୍ଞପ୍ତି ଜାରି ହୋଇଛି। ଫଳରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ବିନା କାଗଜପତ୍ରରେ ଆସି ଭାରତରେ ରହିଯାଇଥିବା ଅଣମୁସଲମାନମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ଲାଗି ପଥ ପରିଷ୍କାର ହୋଇଯାଇଛି। ଏହି ନିୟମ ଅନୁଯାୟୀ ପଡୋଶୀ ଦେଶରୁ ଆସିଥିବା ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ, ପାର୍ସି ଏବଂ ଖ୍ରୀଷ୍ଟିଆନ୍‌ମାନଙ୍କୁ ଭାରତୀୟ ନାଗରିକତ୍ୱ ମିଳିବ।
୨୦୧୯ ଡିସେମ୍ବରରେ ସିଏଏ ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା। ତେବେ ଏହା ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଆନ୍ଦୋଳନ ହେବାରୁ ଆଇନକୁ କାର୍ଯ୍ୟକାରୀ କରାଯାଇ ପାରି ନ ଥିଲା। ସିଏଏ ବିରୋଧୀ ଆନ୍ଦୋଳନ ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନରେ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ଏପର୍ଯ୍ୟନ୍ତ ଉକ୍ତ ଆଇନର ନିୟମାବଳୀ ଉପରେ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ପାର୍ଲାମେଣ୍ଟ କାର୍ଯ୍ୟର ମାନୁଆଲ ଅନୁଯାୟୀ କୌଣସି ଆଇନ ରାଷ୍ଟ୍ରପତିଙ୍କ ସ୍ବୀକୃତ ପାଇବାର ୬ ମାସ ମଧ୍ୟରେ ନିୟମାବଳୀ ପ୍ରସ୍ତୁତ ହେବା ଆବଶ୍ୟକ। ଏହି ସମୟସୀମା ବଢ଼ାଇବା ପାଇଁ ସରକାର ଲୋକ ସଭା ଏବଂ ରାଜ୍ୟ ସଭାର କମିଟି ନିକଟରେ ଏକାଧିକ ଥର ଆବେଦନ କରିଥିଲେ। ନାଗରିକତ୍ୱ ଆବେଦନର ସମସ୍ତ ପ୍ରକ୍ରିୟାକୁ ସହଜ କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି। ବିନା ଡକ୍ୟୁମେଣ୍ଟରେ ଆବେଦନକାରୀ କେବେ ଭାରତ ଆସିଥିଲେ, ଉକ୍ତ ବର୍ଷ ଘୋଷଣା କରିବାକୁ ହେବ। ଏହା ବ୍ୟତୀତ ଆବେଦନକାରୀଙ୍କୁ ଅନ୍ୟ କୌଣସି ଦସ୍ତାବିଜ ମଗାଯିବ ନାହିଁ। ଲୋକ ସଭା ନିର୍ବାଚନ ପୂର୍ବରୁ ସିଏଏ କାର୍ଯ୍ୟକାରୀ ହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଗତ ମାସରେ କହିଥିଲେ।

ନାଗରିକତ୍ୱ ଆବେଦନର ପ୍ରକ୍ରିୟା…
ବିଦେଶରୁ ଭାରତ ଆସୁଥିବା ଲୋକଙ୍କ ପାଇଁ
ଭାରତରେ ବିବାହ କରୁଥିବା ଲୋକଙ୍କ ପାଇଁ
ନାବାଳକ ଶିଶୁ ପାଇଁ
ଭାରତୀୟ ପିତାମାତାଙ୍କର ସନ୍ତାନ
ଭାରତୀୟ ମାତା କିମ୍ବା ପିତାଙ୍କ ସନ୍ତାନ ପାଇଁ
overseas citizen of india card ହୋଲଡର
ଭାରତକୁ ଆସୁଥିବା ଏବଂ ନାଗରିକ ଭାବରେ ବାସ କରୁଥିବା ଲୋକଙ୍କ ପାଇଁ

ଏହା ବ୍ୟତୀତ ଡକ୍ୟୁମେଣ୍ଟରେ ତିନି ପ୍ରକାରର ପ୍ରମାଣପତ୍ର ମଧ୍ୟ ଉଲ୍ଲେଖ କରାଯାଇଛି
ପଞ୍ଜୀକରଣ ପ୍ରମାଣ (certificate of registration)
ପ୍ରାକୃତିକରଣର ପ୍ରମାଣପତ୍ର(certificate of naturalization)
ଦକ୍ଷତା ପ୍ରମାଣପତ୍ର(skill ceritificate)

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ, ଛାନିଆ ହୋଇ ବାହାରକୁ ଚାଲିଆସିଲେ…

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

କେରଳରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ପରେ ବଢୁଛି ସହାୟତାର ହାତ

ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସିକାରଣବଶତଃ କେରଳରେ ଥିବା…

“ମହିଳାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ”: ନାବାଳିକାଙ୍କୁ ୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୨: ମହିଳାଙ୍କ ପ୍ରଜନନ ସ୍ଵାଧୀନତାକୁ ଗୁରୁତ୍ୱ ଦେଇ ମାନ୍ୟବର ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଜଣେ ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ମାତୃତ୍ୱ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri