କାର୍ତ୍ତିକ ପୂର୍ଣ୍ଣିମାରେ କ’ଣ କରିବା ଶୁଭ

ଦଶହରା, ଦୀପାବଳି ପରି କାର୍ତ୍ତିକ ପୂର୍ଣ୍ଣିମା ବି ହିନ୍ଦୁମାନଙ୍କର ଏକ ବିଶେଷ ପର୍ବ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଏହିଦିନ କ’ଣ କଲେ ଭଗବାନଙ୍କ ଆଶୀର୍ବାଦପ୍ରାପ୍ତ ହେବା ସହ ଘରେ ସୁଖଶାନ୍ତି ବୃଦ୍ଧି ହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ମାନ୍ୟତା ରହିଛି ଯେ, କାର୍ତ୍ତିକ ପୂର୍ଣ୍ଣିମା ହେଉଛି ଦାନପୂଣ୍ୟର ଦିନ। ତେଣୁ ଏହିଦିନ ନିଜ ସାମର୍ଥ୍ୟ ଅନୁଯାୟୀ, ଗରିବ ଲୋକଙ୍କୁ କିଛି ଦାନ କଲେ କିମ୍ବା ଭୋକିଲା ଲୋକଙ୍କୁ ଖାଇବାକୁ ଦେଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

* କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କଲେ ଅନ୍ୟଦିନ ତୁଳନାରେ ଅଧିକ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ତା’ସହିତ ଏହିଦିନ ପ୍ରଭୂଙ୍କୁ ଯାହା ବି ଭୋଗ ଲଗାଇବେ, ସେଥିରେ ତୁଳସୀ ଜଳ ପକାଇଲେ ଘରେ ସୁଖ ସମୃଦ୍ଧି ବଢିଥାଏ ବୋଲି ବି ବଶ୍ୱାସ ରହିଛି।

* ଏହି ପବିତ୍ର ପର୍ବ ଅବସରରେ ଯଦି ଘରର ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ରକୁ ମାଳ କରି ଟାଙ୍ଗି ଦିଆଯାଏ; ତା’ହେଲେ ଘର ଭିତରକୁ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ବୋଲି ମାନ୍ୟତା ରହିଛି।

*ଏହିଦିନ ଠାକୁର ଘର ସହିତ ମୁଖ୍ୟ ଦ୍ୱାରର ଉଭୟ ପଟେ ଦୀପ ଜାଳିଲେ ପିତୃପୁରୁଷଙ୍କ ଆଶୀର୍ବାଦ ମିଳେ। ଏହାଛଡ଼ା ଏହି ପବିତ୍ର ଦିବସରେ ନାଲି କପଡ଼ାରେ କିଛି କଉଡ଼ି, ଗୋମତି ଚକ୍ର, ହଳଦୀ ଓ ଖୁଚୁରା ପଇସାକୁ ବାନ୍ଧି ଟ୍ରେଜେରୀରେ ରଖିଲେ ଧନ ସମ୍ପତି ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି।

* କଞ୍ଚା କ୍ଷୀରରେ ମହୁ ଓ ଗଙ୍ଗାଜଳକୁ ମିଶାଇ ଏହିଦିନ ଶିବଲିଙ୍ଗଙ୍କ ମଥାରେ ଢାଳି ପବିତ୍ର ମନରେ ପୂଜା କଲେ ପ୍ରଭୂକୃପା ଲାଭ ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

ଅଜୀର୍ଣ୍ଣ ସମସ୍ୟା ଅଛି କି? ଆପଣାନ୍ତୁ ଏହି ଉପାୟ…

ସାଧାରଣତଃ ଯଦି ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେଲା ତେବେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଇଥାଏ। ଏହାପଛରେ ମଧ୍ୟ ଆଉ କେତୋଟି କାରଣ ରହିଛି। ଆବଶ୍ୟକତା ଠାରୁ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଛି ଷ୍ଟୋନ ସମସ୍ୟା, ଜାଣନ୍ତୁ କାରଣ ଏବଂ ପ୍ରତିକାର

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଷ୍ଟୋନକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । କିନ୍ତୁ ଏହି ଛୋଟ ସମସ୍ୟା ହୃଦରୋଗ, କ୍ରନିକ ବୃକକ୍ ରୋଗ ଏବଂ କିଡନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri