ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ ବ୍ୟକ୍ତିଙ୍କ ପରିବାରଙ୍କୁ ମିଳେ ଏହି ବଡ ସୁବିଧା, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: ଭାରତ ସରକାର ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ ଏବଂ ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଏଥିସହ ସେ ଏହି ୩ ମହାନ ଲୋକଙ୍କ ଅବଦାନ ସମ୍ପର୍କରେ ବର୍ଣ୍ଣନା କରି ଭାରତ ରତ୍ନର ଘୋଷଣା କରିଛନ୍ତି।

କୃଷକ ରାଜନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ କୃଷକଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ ଉତ୍ସର୍ଗ କରିଛନ୍ତି। ୧୯୮୭ ମଇ ୨୯ରେ ୮୪ବର୍ଷ ବୟରେ ସେ ଦେହତ୍ୟାଗ କରିଛନ୍ତି। ସେହିଭଳି କଂଗ୍ରେସ ନେତା ତଥା ନରସିଂହ ରାଓ ଭାରତର ୯ମ ପ୍ରଧାନମନ୍ତ୍ରୀ ଅଟନ୍ତି। ସେ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ୨୦୦୪ ଡିସେମ୍ବର ୨୩ରେ ତାଙ୍କର ପରଲୋକ ହୋଇଛି। ଏହିକ୍ରମରେ ସବୁଜକ୍ରାନ୍ତିର ଜନକ ସହ ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏମଏସ ସ୍ବାମୀନାଥନ ଦେଶରେ କୃଷି ତଥା କୃଷକଙ୍କ କଲ୍ୟାଣରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ପୂର୍ବ ବର୍ଷ ୨୦୨୩ ସେପ୍ଟେମ୍ବର ୧୮ରେ ୯୩ବର୍ଷରେ ତାଙ୍କର ପରଲୋକ ହୋଇଛି। ଏହି ୩ଜଣଙ୍କୁ ଭାରତ ସରକାରଙ୍କ ଦ୍ୱାରା ମରଣୋତ୍ତର ଭାରତ ରତ୍ନ ମିଳିବାକୁ ଯାଉଛି। ତେବେ ଜାଣିଛନ୍ତି କି, ଏହି ସମ୍ମାନ ମିଳିବା ଦ୍ୱାରା ତାଙ୍କ ପରିବାରଙ୍କୁ କି କି ସୁବିଧା ମିଳିଥାଏ। ଆସନ୍ତୁ ଜାଣିବା।

ଭାରତ ରତ୍ନ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଅଟେ। ଏହି ସମ୍ମାନ ରାଷ୍ଟ୍ରୀୟ ସେବା ଯଥା କଳା, ସାହିତ୍ୟ, ବିଜ୍ଞାନ, ଖେଳ କିମ୍ବା ସାର୍ବଜନୀକ ସେବା କ୍ଷେତ୍ରରେ ମିଳିଥାଏ। ଦେଶ ସେବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ସହ ସମାଜ ସେବା କରିବା ବ୍ୟକ୍ତିଙ୍କୁ ଏଥିରେ ସମ୍ମାନିତ କରାଯାଇଥାଏ। କିନ୍ତୁ ୨୦୧୧ରେ ଏହି ପୁରସ୍କାର ନିୟମରେ ସଂଶୋଧନ କରାଯାଇ ଯେକୌଣସି କ୍ଷେତ୍ରର ହୁଅନ୍ତୁ ନା କାହିଁକି ଦେଶସେବା ପାଇଁ ସମ୍ମାନିତ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି।

ଏହି ସମ୍ମାନରେ ଅନ୍ୟ ପୁରସ୍କାର ଭଳି ବ୍ୟକ୍ତିଙ୍କୁ କୌଣସି ଟଙ୍କା ଦିଆଯାଏ ନାହିଁ। ଏଥିରେ ସମ୍ମାନିତ ହେବା ପରେ ସରକାରଙ୍କ ପକ୍ଷରୁ କିଛି ସୁବିଧା ଯୋଗାଇ ଦିଆଯାଏ। ଭାରତ ରତ୍ନରେ ସମ୍ମାନିତ ବ୍ୟକ୍ତି ଯେକୌଣସି ରାଜ୍ୟରେ ଥିଲେ ସେଠାରେ ଥିବା ରାଜ୍ୟ ସରକାର ଅତିଥି ରୂପେ ତାଙ୍କୁ ସ୍ବାଗତ କରିଥାନ୍ତି। ଏଥିସହ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି। ଯେପରି କି, ପରିବହନ, ରହିବା, ଖାଇବା ଠାରୁ ଆରମ୍ଭ କରି ବୋର୍ଡିଂ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସରକାର ତୁଲାଇଥାନ୍ତି। ତାଙ୍କୁ ବ୍ୟକ୍ତିଗତ ରୂପେ ସୁରକ୍ଷା ଦିଆଯିବା ସହ କୌଣସି ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିଥାଏ। ସେମାନଙ୍କୁ ‘ଓ୍ବାରେଣ୍ଟ ଅଫ୍‌ ପ୍ରେସିଡେନ୍ସ’ରେ ସାମିଲ୍‌ କରାଯାଏ। କହିରଖୁଛୁ କି, ଭାରତର ସମ୍ବିଧାନ ଅନୁଚ୍ଛେଦ୧୮(୧) ଅନୁସାରେ ପୁରସ୍କାର ପ୍ରାପ୍ତ ଏହି ବ୍ୟକ୍ତି ନିଜ ନାମ ପୂର୍ବରୁ ଭାରତ ରତ୍ନ ବ୍ୟବହାର କରିପାରିବେ ନାହିଁ। ସେମାନେ କେବଳ ନିଜ ବାୟୋଡାଟା, ଭିଜିଟିଂ କାର୍ଡ ଇତ୍ୟାଦିରେ ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ଯୋଡି ପାରିବେ।

ଯଦି କେଉଁ ବ୍ୟକ୍ତିଙ୍କୁ ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ କରାଯାଇଥାଏ ତେବେ ତାଙ୍କ ନାମକୁ ‘ଭାରତ ରତ୍ନରେ ସମ୍ମାନିତ’ ମିଶାଇ ସମ୍ବୋଧନ କରାଯାଏ। ତାଙ୍କ ପରବାର ସଦସ୍ୟ ଯଥା ସ୍ବାମୀ/ସ୍ତ୍ରୀ କିମ୍ବା ପିଲାଙ୍କୁ ସବୁ ରାଜ୍ୟ ସରକାର ଅତିଥି ଭାବେ ସୁବିଧା ପ୍ରଦାନ କରିଥାନ୍ତି। ସେମାନଙ୍କ ପରିବାର ସଦସ୍ୟଙ୍କୁ ବ୍ୟକ୍ତିଗତ ରୂପେ ଷ୍ଟାଫ ଓ ଡ୍ରାଇଭର ଯୋଗାଇ ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri