ଚିରା-ଫଟା ନୋଟ୍‌ର କ’ଣ କରେ RBI? ଅଧା ଭାରତ ଜାଣି ନାହିଁ ଉତ୍ତର, ଜାଣିଲେ…

ନୂଆଦିଲ୍ଲୀ,୪।୧୦: ଆପଣ କେବେ ଭାବିଛନ୍ତି କି ଯେତେବେଳେ ନୋଟ ପୁରୁଣା ହୋଇଯାଏ କିମ୍ବା ଚିରି ଯାଏ, ଆର୍‌ବିଆଇ ସେସବୁ ନୋଟ୍‌ର କ’ଣ କରିଥାଏ? ଅନେକ ଭାବନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ନୋଟ୍‌କୁ ଜାଳି ଦିଏ, ଫିଙ୍ଗି ଦିଏ କିମ୍ବା ରିସାଇକ୍ଲିଂ କରି ପୁଣି ନୋଟ ତିଆରି କରେ। କିନ୍ତୁ ବାସ୍ତବତା ଏହାଠାରୁ ବେଶ ଭିନ୍ନ ଓ ରୋଚକ। RBI ଏବେ ଏହି ପୁରୁଣା ନୋଟ୍‌କୁ ରିସାଇକ୍ଲିଂ କରି ଆସବାବପତ୍ର ତିଆରି କରିବାକୁ ଯୋଜନା କରୁଛି।

ଏଯାଏ କ’ଣ ହେଉଥିଲା?
ପ୍ରତିବର୍ଷ RBI ପାଖରେ ପ୍ରାୟ ୧୫,୦୦୦ ଟନ୍‌ରୁ ଅଧିକ ପୁରୁଣା ଓ ଖରାପ ନୋଟ ଜମା ହୁଏ। ଏଗୁଡ଼ିକୁ ନଷ୍ଟ କରିବା ପାଇଁ ବ୍ୟାଙ୍କ ଏଯାଏ ଜାଳି ଦେବା କିମ୍ବା ମାଟିରେ ପୋତି ଦେବା (ଲ୍ୟାଣ୍ଡଫିଲ) ପଦ୍ଧତି ଗ୍ରହଣ କରୁଥିଲା। ଏହି ପ୍ରକ୍ରିୟା କେବଳ ମହଙ୍ଗା ନୁହେଁ, ପରିବେଶକୁ ମଧ୍ୟ କ୍ଷତି ପହଞ୍ଚାଉଥିଲା।

RBIର ନୂଆ ଯୋଜନା କ’ଣ?
RBIର ନୂଆ ଯୋଜନା ଅନୁଯାୟୀ, ପୁରୁଣା ଓ ଖରାପ ନୋଟ୍‌କୁ ଛୋଟ ଛୋଟ ଖଣ୍ଡ ଖଣ୍ଡ କରି ପାର୍ଟିକଲ ବୋର୍ଡ ତିଆରି କରୁଥିବା କମ୍ପାନୀମାନଙ୍କୁ ଦିଆଯିବ। ଏହାଦ୍ୱାରା କମ୍ପାନୀମାନେ ଶସ୍ତା ଓ ମଜଭୂତ କଞ୍ଚାମାଲ ପାଇବେ, ଯାହା ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷ ତିଆରିରେ ସହଜ ହେବ। ଏହା ସହିତ RBIର ନୋଟ ନଷ୍ଟ କରିବା ଖର୍ଚ୍ଚ ମଧ୍ୟ କମିବ। ଏହାଛଡ଼ା ଏହି ପ୍ରକ୍ରିୟାରୁ ବ୍ୟାଙ୍କକୁ ଅତିରିକ୍ତ ଆୟର ସମ୍ଭାବନା ମଧ୍ୟ ରହିଛି।
ପାର୍ଟିକଲ ବୋର୍ଡ ହେଉଛି ଏକ ପ୍ରକାରର ଇଞ୍ଜିନିୟର୍ଡ କାଠ, ଯାହା କାଠର ଗୁଣ୍ଡ, ଚୂନା ଓ ଫାଇବରକୁ ଗନ୍ଦ କିମ୍ବା ରେଜିନ ସହିତ ଯୋ ତିଆରି କରାଯାଏ। ଏବେ ଏଥିରେ ପୁରୁଣା ନୋଟ୍‌ର ଖଣ୍ଡଗୁଡ଼ିକୁ ମଧ୍ୟ ସାମିଲ କରାଯିବ। ଏହାର ବ୍ୟବହାର ଚଉକି, ଟେବୁଲ, ଆଲମାରୀ ଓ ଅନ୍ୟାନ୍ୟ ଆସବାବପତ୍ର ତିଆରିରେ ହେବ। ତେଣୁ ଯେତେବେଳେ ଆପଣଙ୍କ ହାତରୁ କୌଣସି ନୋଟ ପୁରୁଣା ହୋଇ କିମ୍ବା ଛିଣ୍ଡି ଚଳଣୀରୁ ବାହାରି ଯିବ, ତେବେ ଭାବନ୍ତୁ ନା ଯେ ତା’ର ଜୀବନ ଶେଷ ହୋଇନାହିଁ। ଏହା କୌଣସି ନା କୌଣସି ରୂପରେ ଫେରିବ, ହୁଏତ ଆପଣଙ୍କ ଘରର କଚଉକି କିମ୍ବା ଟେବୁଲ ହୋଇ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri