କ’ଣ କରେ ଘିଅ

ଘିଅ (ଗୁଆଘିଅ)ର ଅନେକ ଫାଇଦା ରହିଛି। କିନ୍ତୁ ସାଧାରଣତଃ ଲୋକେ ଭାବିଥାନ୍ତି କି ଘିଅ ଖାଇଲେ ଓଜନ ବୃଦ୍ଧି ହୋଇଥାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌ ଧାରଣା। ଘିଅ ଖାଇବା ଫଳରେ ବହୁ ଉପକାର ମିଳିଥାଏ।
– ଘିଅରେ ବହୁ କ୍ୟାଲୋରୀ, ଫ୍ୟାଟ୍‌, ସାଚୁରେଟେଡ୍‌ ଫ୍ୟାଟ୍‌, ଭିଟାମିନ୍‌- ଏ,ଡି,ଇ ଓ କେ ରହିଛି। ଏସବୁ ଆମ ହାର୍ଟକୁ ସୁସ୍ଥ ରଖିବା ସହିତ ଅସ୍ଥିଗଠନ ଏବଂ ପେଟ, ତ୍ୱଚା ତଥା କେଶ ନିମନ୍ତେ ବହୁ ଫାଇଦା ଆଣିଥାଏ।
– ଯେକୌଣସି ବ୍ୟକ୍ତି ନିଜ ଓଜନ, ଉଚ୍ଚତା ତଥା ବୟସ ଅନୁସାରେ ବ୍ୟାୟାମ ଓ ଡାଏଟିଂ କରିବା ସହିତ ଘିଅ ଖାଇପାରିବେ ବୋଲି ଏବେ ଡାଏଟିସିଆନ୍‌ମାନେ ପରାମର୍ଶ ଦେଉଛନ୍ତି। ହେଲ୍‌ଦି କ୍ୟାଲୋରୀ ନିମନ୍ତେ ଘିଅ ଅତ୍ୟନ୍ତ ଲାଭଦାୟକ।
– ଘିଅରେ ଗାଈ ତଥା ମଇଁଷି ଉଭୟଙ୍କର ଘିଅ ଖାଇହେବ। କିନ୍ତୁ ଗାଈ ଘିଅ ଅଧିକ ଫାଇଦା ଆଣିଥାଏ। ଗାଈ ଘିଅ ମେଟାବଲିଜିମ୍‌କୁ ନିୟନ୍ତ୍ରଣ କରିବା ସହିତ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଫ୍ୟାଟି ଏସିଡ୍‌ ଥିବାରୁ ବହୁ ଲାଭ ମିଳିଥାଏ। ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ଘିଅ ନଷ୍ଟ କରିଥାଏ ଓ ଇମ୍ୟୁନ୍‌ ସିଷ୍ଟମକୁ ମଜଭୁତ କରିଥାଏ।
– ତେବେ ଘିଅକୁ ସନ୍ତୁଳିତ ମାତ୍ରାରେ ହିଁ ଭୋଜନ କରିବା ଉଚିତ୍‌। ଗର୍ଭବତୀ ମହିଳା ଓ ବ୍ରେଷ୍ଟଫିଡ୍‌ କରାଉଥିବା ମହିଳାମାନେ ଦିନକୁ ୩ ଚାମଚରୁ ଅଧିକ ଘିଅ ଖାଇବା ଉଚିତ ନୁହେଁ। ୩ ରୁ ୯ ବର୍ଷର ପିଲାମାନେ ଦିନକୁ ୨ ଚାମଚ ଏବଂ ୧୦ ରୁ ୧୭ ବର୍ଷର ପିଲାମାନେ ଦିନକୁ ୩ ଚାମଚ ଘିଅ ଖାଇପାରିବେ। ୭ମାସରୁ ୨ ବର୍ଷ ପର୍ଯ୍ୟନ୍ତ ପିଲାମାନେ ଖାଦ୍ୟରେ ୨ ରୁ ୩ ଚାମଚ ଘିଅ ଖାଇପାରିବେ। ଏହା ବ୍ୟତୀତ ସାଧାରଣ ପୁରୁଷ ବା ମହିଳା ଦିନକୁ ୨ ଚାମଚ ଘିଅ ଖାଇପାରିବେ। ତେବେ ରକ୍ତଚାପ କିମ୍ବା ମଧୁମେହ ଥିବା ଲୋକେ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଘିଅ ଖାଇପାରିବେ।