Categories: ଜାତୀୟ

ମୋଦିଙ୍କ ବୟାନକୁ ନେଇ କ’ଣ କହିଲା ଚାଇନା

ନୂଆଦିଲ୍ଲୀ,୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଲେହକୁ ଗସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେଠାରେ ସେନାଙ୍କୁ ମୋଦି ସମ୍ବୋଧିତ କରି ଚାଇନା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ବିସ୍ତାରବାଦ ଯୁଗର ଅନ୍ତ ଘଟିଛି, ଏବେ ସମୟ ହେଉଛି ବିକାଶବାଦର। ଅପରପକ୍ଷେ ଲେହକୁ ମୋଦିଙ୍କ ଅଚାନକ ଗସ୍ତକୁ ନେଇ ବିଚଳିତ ହୋଇପଡ଼ିଥିବା ଚାଇନା ପ୍ରଧାନମନ୍ତ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି। ନୂଆଦିଲ୍ଲୀ ସ୍ଥିତ ଚାଇନା ଦୂତାବାସ ପକ୍ଷରୁ ଏକ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଚାଇନାକୁ ବିସ୍ତାରବାଦୀ କହିବା ଭିତ୍ତିହୀନ ବୋଲି ଚାଇନା ଦୂତାବାସ ନିଜ ପ୍ରତିକ୍ରିୟାରେ କହିଛି। ଚାଇନା ଶାନ୍ତି ବୁଝାମୁଣା ମାଧ୍ୟମରେ ପୂର୍ବରୁ ୧୪ପଡୋଶୀ ଦେଶ ମଧ୍ୟରୁ ୧୨ଟି ଦେଶ ସହିତ ସୀମା ବିବାଦ ସମସ୍ୟାର ସମାଧାନ କରିଛି। ଚାଇନା ସବୁବେଳେ ସୀମା ସମ୍ପର୍କକୁ ବନ୍ଧୁତାରେ ପରିଣତ କରିଛି। ତେଣୁ ମୋଦି ଚାଇନାକୁ ବିସ୍ତାରବାଦୀ କହିବା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି।

Share