Posted inଜାତୀୟ

ଭାରତୀୟ ସମ୍ବିଧାନରେ ଥିବା ୩ ପ୍ରକାର ‘ଏମରଜେନ୍ସି’ କ’ଣ? କେବେ ଏହା ହୋଇଥାଏ ଲାଗୁ… 

ନୂଆଦିଲ୍ଲୀ,୧୩।୭: କେନ୍ଦ୍ର ସରକାର ନୋଟିଫିକେଶନ ଜାରି କରି ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆରେ ପୋଷ୍ଟ କରି ଏଥିରେ ମୋହର ଲଗାଇଛନ୍ତି। ଏହି ଅବସରରେ ଆସନ୍ତୁ ଜାଣିବା ୩ ପ୍ରକାର ଏମରଜେନ୍ସି(ଜରୁରୀକାଳୀନ ପରିସ୍ଥିତି) ବିଷୟରେ।
ଭାରତୀୟ ସମ୍ବିଧାନରେ ୩ ପ୍ରକାର ଜରୁରୀକାଳୀନ ପରିସ୍ଥିତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ଲାଗୁ କରିବାର କାରଣ ଭିନ୍ନ ଭିନ୍ନ। ସେଗୁଡ଼ିକ ହେଲା ନ୍ୟାଶନାଲ ଏମରଜେନ୍ସି(ଜାତୀୟ ଜରୁରୀକାଳୀନ ପରିସ୍ଥିତି), ସମ୍ବିଧାନିକ ଜରୁରୀକାଳୀନ ପରିସ୍ଥିତି(ରାଜ୍ୟ ଜରୁରୀକାଳୀନ ପରିସ୍ଥିତି/ରାଷ୍ଟ୍ରପତି ଶାସନ) ଏବଂ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି।
କେବେ ଲାଗିଥାଏ ଜରୁରୀକାଳୀନ ପରିସ୍ଥିତି?
୧-ନ୍ୟାଶନାଲ ଏମରଜେନ୍ସି: ଦେଶର କୌଣସି ଅଞ୍ଚଳରେ ସୁରକ୍ଷା ବିପଦରେ ପଡ଼ିଲେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥାଏ। ଯେମିତିକି ଶତ୍ରୁ ସହ ଯୁଦ୍ଧ, କୌଣସି ପ୍ରକାର ଆକ୍ରମଣ, ଆନ୍ତରିକ ବିବାଦ ଅଥବା ବଡ଼ ଧରଣର ବିପତ୍ତି। ଏଭଳି ସ୍ଥିତିରେ ଏମରଜେନ୍ସିଂ ଲାଗୁ ହୋଇଥାଏ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୫୨ ଦେଶରେ ଏହି ଏମରଜେନି୍ସ ଲାଗୁ କରିବାର ଅଧିକାର ଦେଇଥାଏ। ରାଷ୍ଟ୍ରପତି ଏନେଇ ଘୋଷଣା କରିଥାନ୍ତି।
୨- ସାମ୍ବିଧାନିକ ଏମରଜେନ୍ସି:
ଯେତେବେଳେ ରାଜ୍ୟ ସରକାର ଭାରତୀୟ ସମ୍ବିଧାନର ପାଳନ କରନ୍ତି ନାହିଁ ଏବଂ ରାଜ୍ୟରେ ଅସମ୍ବିଧାନିକ ବିପଦ ଭଳି ସ୍ଥିତି ଉପୁଜିଥାଏ, ସେତେବେଳେ ଏହି ପ୍ରକାର ଏମରଜେନ୍ସିର ଆବଶ୍ୟକତା ପଡ଼ିଥାଏ। ଏଭଳି ସ୍ଥିତିରେ ରାଷ୍ଟ୍ରପତି ରାଜ୍ୟ ସରକାରଙ୍କୁ ନିଜ ନିୟନ୍ତ୍ରଣକୁ ନେଇଥାନ୍ତି। ଏହାକୁ ରାଷ୍ଟ୍ରପତି ଶାସନ ବୋଲି କୁହାଯାଏ।
ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୫୫ ଅନୁଯାୟୀ, ପ୍ରତ୍ୟେକ ରାଜ୍ୟ ସରକାର ଭାରତୀୟ ସମ୍ବିଧାନର ନିୟମାବଳୀ ଅନୁସାରେ ହେଉ ବୋଲି କେନ୍ଦ୍ର ସରକାର ସୁନିଶ୍ଚିତ କରନ୍ତୁ। ହେଲେ ଯଦି ରାଜ୍ୟ ନିଜ କର୍ତ୍ତବ୍ୟ ପୂରଣ କରିବାରେ ବିଫଳ ହୋଇଥାଏ ତେବେ ଅନୁଚ୍ଛେଦ ୩୫୬ ଅନୁଯାୟୀ କେନ୍ଦ୍ର ରାଜ୍ୟ ସରକାରଙ୍କୁ ନିଜ ନିୟନ୍ତ୍ରଣକୁ ନେଇଥାଏ। ରାଷ୍ଟ୍ରପତି ଶାସନ ଲାଗୁ ଘୋଷଣା ଜାରି ହେବା ଦିନରୁ ୨ ମାସ ମଧ୍ୟରେ ରାଜ୍ୟ ସଭା ଏବଂ ଲୋକ ସଭା ଦ୍ୱାରା ଅନୁମୋଦିତ କରିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ରାଷ୍ଟ୍ରପତିଙ୍କ ତତ୍ତ୍ୱାବଧାନରେ ରାଜ୍ୟପାଳ ଶାସନ ବ୍ୟବସ୍ଥା ଚଳାଇଥାନ୍ତି।
୩-ଆର୍ଥିକ ଏମରଜେନ୍ସି:
ଏଭଳି ସ୍ଥିତି ଦେଶର ଆର୍ଥିକ ନଚେତ ଋଣ  ପ୍ରଣାଳୀରେ ଅସ୍ଥିରତା ଦେଖାଦେଲେ ସୃଷ୍ଟି ହୋଇଥାଏ। ସରକାରଙ୍କ ନିକଟରେ ଦେଶ ଚଳାଇବା ଲାଗି ପର୍ଯ୍ୟାପ୍ତ ଟଙ୍କା ନ ଥାଏ। ଏଣୁ ଆର୍ଥିକ ଏମରଜେନ୍ସି ଘୋଷଣା କରାଯାଇପାରେ। ସମ୍ବିଧାନର ଅନୁଚ୍ଛେଦ ୩୬୦ରେ ଏନେଇ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri