ଏଣିକି ନୂଆ ଉପାୟରେ ହମାସଙ୍କ ଉପରେ ଆକ୍ରମଣ କରିବ ଇସ୍ରାଏଲ୍‌: ଜାଣନ୍ତୁ କ’ଣ ରହିଛି ଯୋଜନା

ଜେରୁଜେଲମ୍‌,୩୦।୧।୦: ହମାସ ସହ ଇସ୍ରାଏଲର ସଂଘର୍ଷ ଇତି ମଧ୍ୟରେ ୨୧ ଦିନ ବିତି ଯାଇଛି। ଏହି କ୍ରମରେ ଇସ୍ରାଏଲ ହମାସଙ୍କ ଉପରେ ନୂଆ ଉପାୟରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତି କରିଛି। ଏପରିକି ଇସ୍ରାଏଲ ତାର ସୃଜନଶୀଳ ଅସ୍ତ୍ରଶସ୍ତ୍ର ପାଇଁ ବିଶ୍ବରେ ପରିଚିତ।

ଏହି ପରିପ୍ରେକ୍ଷୀରେ ଇସ୍ରାଏଲ ଏକ ଭିନ୍ନ ଧରଣର ବୋମା ପ୍ରସ୍ତୁତ କରିଛି। ବୋମା ମାଡ଼ରେ ବିସ୍ଫୋରଣ ହେବ ନାହିଁ। ଯେଉଁଠି ଫାଟିବ, ସେଠାରେ ଫେଣ ଭରିଯିବ। ଯାହାକି ପରବର୍ତ୍ତୀ ସମୟରେ ପଥର ଭଳି ଶକ୍ତ ହୋଇଯିବ। ଏହାର ନାମ ରଖାଯାଇଛି ସ୍ପଞ୍ଜ ବୋମା। ଏହା ଏକପ୍ରକାର ରାସାୟନିକ ଗ୍ରେନେଡ୍‌। ଏହା ଏକ ପ୍ରତିରକ୍ଷା ପ୍ଲାଷ୍ଟିକ ପାତ୍ର ମଧ୍ୟରେ ଆବଦ୍ଧ। ଏଥିରେ କୌଣସି ବିସ୍ଫୋରକ ହେବ ନାହିଁ କିନ୍ତୁ ଫାଙ୍କା କିମ୍ବା ଟନେଲର ପ୍ରବେଶ ପଥକୁ ସଲ୍‌ କରିଦେବା। ଫଳରେ ସୁଡ଼ଙ୍ଗରେ ଲୁଚି ରହୁଥିବା ହମାସଙ୍କ ପାଇଁ ଏହା ଅଡୁଆ ସୃଷ୍ଟି କରିବ ବୋଲି ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, ଖାସ କରି ସ୍ପଞ୍ଜ ବୋମାକୁ ହମାସ ଆତଙ୍କବାଦୀମାନେ ଲୁଚି ରହୁଥିବା ସୁଢଙ୍ଗର ପ୍ରବେଶ ପଥ ଅଞ୍ଚଳରେ ଫିଙ୍ଗା ଯିବ। ହମାସ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଲୁଚି ଯାଉଛନ୍ତି । ଆଉ ସୁଡ଼ଙ୍ଗରେ ଥାଇ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହାକୁ ରୋକିବା ପାଇ ଇସ୍ରାଏଲ ସ୍ପଞ୍ଜ ବୋମା ପ୍ରସ୍ତୁତି କରୁଥିବା ଜଣାପଡିଛି।

ଏପରି କି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଥିଲେ, ସେନା ହମାସ ବିରୋଧରେ ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଶତ୍ରୁଙ୍କୁ ନିପାତ କରିବାକୁ ଇସ୍ରାଏଲ ପ୍ରତିଶ୍ରୁତିବଦ୍ଧ। ଇସ୍ରାଏଲ ଯୁଦ୍ଧରେ ନିଶ୍ଚୟ ବିଜୟୀ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri