କ’ଣ କୁହନ୍ତି ଓଏଏସ୍‌ରେ ସଫଳତା ପାଇଥିବା ୩ ଛାତ୍ରୀ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସ-୨୦୨୦ (ଓଏଏସ୍‌) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ତେବେ ପ୍ରଥମ ଚେଷ୍ଟାରେ ଟପ୍ପର ହୋଇଥିବା ତେଜସ୍ବିନୀ ବେହେରା କହିଛନ୍ତି, ପରୀକ୍ଷାରେ ପ୍ରଥମ ହେବି ବୋଲି କେବେ ଭାବି ନ ଥିଲି। କିନ୍ତୁ ଲିଷ୍ଟରେ ନାଁ ରହିବ ନିଶ୍ଚିତ ଥିଲି। ଅର୍ଥନୀତି ଏବଂ ଗୃହ ବିଜ୍ଞାନ ଅପ୍ସନାଲ ରଖିଥିଲି। ଜେଏନ୍‌ୟୁରେ ଅର୍ଥନୀତିରେ ପିଜି କରିବା ଦିନରୁ ପ୍ରସ୍ତୁତି ଚଳାଇଥିଲି। ପ୍ରସ୍ତୁତି ପାଇଁ ଜେଏନ୍‌ୟୁ ଭଲ ପରିବେଶ ଦେଇଥିଲା। ସାକ୍ଷାତକାର ପରୀକ୍ଷା ମାତ୍ର ୧୫ ମିନିଟ ଥିବାରୁ ଟିକେ ଆଶଙ୍କା ଥିଲା। ଏଥିରେ ଅର୍ଥନୀତି ଓ ରାଜନୀତି ବିଷୟରେ ପ୍ରଶ୍ନ ଥିଲା ବୋଲି ଟପ୍ପର ତେଜସ୍ବିନୀ କହିଛନ୍ତି।

ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଶୁଭଙ୍କରୀ ସୁଦେଷ୍ଣା ଦାଶ କହିଛନ୍ତି, ଦ୍ୱିତୀୟ ପ୍ରୟାସରେ ସଫଳତା ପାଇଛି। ୨୦୧୯ ମସିହାରେ ପ୍ରଥମେ ଓଏଏସ୍‌ ଦେଇଥିଲି। କିନ୍ତୁ ପ୍ରିଲିମ୍‌ରୁ କଟିଯାଇଥିଲି। ପ୍ରାଣୀ ଚିକିତ୍ସକ ଚାକିରି କରିଥିଲି। ଓଏଏସ୍‌ ପାଇଁ ଚାକିରି ଛାଡ଼ିଲି। ଜୁଲୋଜି ଓ ଭେଟେରିନାରି ଅପ୍ସନାଲ ରଖିଥିଲି। ୨ୟ ଥର ବେଳକୁ କୋଚିଂ ନେଲି। ଜଣେ ଭଲ ମେଣ୍ଟର ମଧ୍ୟ ମିଳିଲେ।

ଅନ୍ୟପକ୍ଷେ ପରୀକ୍ଷାରେ ତୃତୀୟ ଟପ୍ପର ଅନନ୍ୟା ସୃଷ୍ଟି ଶତପଥୀ କହିଛନ୍ତି, ରେଜଲ୍ଟ ଭଲ ହେବବୋଲି ନିଶ୍ଚିତ ଥିଲି। ମାତ୍ର ୩ୟ ହେବି ବୋଲି ଭାବି ନଥିଲି। ଏହା ମୋର ପ୍ରଥମ ଚେଷ୍ଟା ଥିଲା। ସମାଜ ବିଜ୍ଞାନ, ଗୃହ ବିଜ୍ଞାନ ଅପ୍ସନାଲ ଥିଲା। ବୁର୍ଲାରୁ ଇଂଜିନିୟରିଂ ପରେ ଏବେ ମୁଁ ପିଏଚ୍‌ଡି କରୁଛି। ସୋସିଆଲ ମିଡିଆରୁ ଯଥେଷ୍ଟ ଦୂରରେ ରହୁଥିଲି। ଫେସବୁକ ନଥିଲା। ରିଲାକ୍ସ ପାଇଁ କେବଳ ଗଜଲ ଶୁଣେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri