Categories: ଖେଳ

ପ୍ରଥମ ଟେଷ୍ଟ ଜିତିଲା ଓ୍ବେଷ୍ଟଇଣ୍ଡିଜ

ଆଣ୍ଟିଗୁଆ,୧୯।୬: ସ୍ଥାନୀୟ ସାର ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଓ୍ବେଷ୍ଟଇଣ୍ଡିଜ ୭ ଉଇକେଟରେ ଜିତି ନେଇଛି। ପ୍ରଥମ ଇନଂସରେ ବାଂଲାଦେଶ ୧୦୩ ରନ୍‌ କରିଥିବା ବେଳେ ଘରୋଇ ଦଳ ୨୬୫ ରନ୍‌ କରିଥିଲା। ୧୬୨ ରନ୍‌ ପଛରେ ଥିବା ଭ୍ରମଣକାରୀ ଦଳ ଅଧିନାୟକ ଶାକିବ ଅଲ ହାସନ (୬୩) ଓ ନୁରୁଲ ହାସନ (୬୪)ଙ୍କ ଯୋଗୁ ଦ୍ୱିତୀୟ ଇନିଂସରେ ୨୪୫ ରନ୍‌ କରିପାରିଥିଲା। ୮୪ ରନ୍‌ର ବିଜୟଲକ୍ଷ୍ୟକୁ ଓ୍ବେଷ୍ଟଇଣ୍ଡିଜ ୩ ଉଇକେଟ ହରାଇ ହାସଲ କରି ନେଇଥିଲା। ବିଜୟୀ ଦଳ ପାଇଁ ୫ ଉଇକେଟ ନେଇଥିବା କେମର ରୋଚ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି। ଏଥିସହ ମାଇକେଲ ହୋଲ୍ଡିଂଙ୍କ ୨୪୯ ଟେଷ୍ଟ ଉଇକେଟ ରେକର୍ଡ ସହ ୩୩ ବର୍ଷୀୟ ରୋଚ ସମକକ୍ଷ ହୋଇଛନ୍ତି।

Share