Posted inଖେଳ

କ୍ରିକେଟକୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଅନେକ ସମୟରେ ତାଙ୍କ ବିବୃତ୍ତି ଯୋଗୁ ବିବାଦରେ ରହୁଥିବା ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ମାର୍ଲନ ସାମୁଏଲ୍ସ କ୍ରିକେଟର ସମସ୍ତ ଫର୍ମାଟ ଅବସର ନେଇଛନ୍ତି। ୱେଷ୍ଟଇଣ୍ଡିଜ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଜନି ଗ୍ରେଭ ସାମୁଏଲ୍ସଙ୍କ ଅବସର ବିଷୟରେ ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୭୧ଟି ଟେଷ୍ଟରେ ହାରାହାରି ୩୨.୬୪ରେ ୩ ହଜାର ୯୧୭ ରନ ସଂଗ୍ରହ କରିଥିଲେ, ସେଥିରେ ସେ ୭ଟି ଶତକ ଏବଂ ୨୪ ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହିତ ୨୦୭ଟି ଏକଦିବସୀୟରେ ସେ ହାରାହାରି ୩୨.୦୭ ରେ ୫ ହଜାର ୬୦୬ ରନ ସ୍କୋର କରିଥିଲେ। ଏକଦିବସୀୟ କ୍ରିକେଟରେ ସେ ୧୦ ଶତକ ଏବଂ ୩୦ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୬୭ଟି ଟି -୨୯ ମ୍ୟାଚରେ ହାରାହାରି ୨୯.୨୯ ରେ ୧ ଟି ଅର୍ଦ୍ଧଶତକ ହାସଲ କରି ୧୬୧୧ ରନ ସଂଗ୍ରହ କରିଥିଲେ। ସେ ୪୧ଟି ଟେଷ୍ଟ, ୮୯ଟି ଏକଦିବସୀୟ ଏବଂ ୨୨ ଟି -୨୦ ଉଇକେଟ ମଧ୍ୟ ରେକର୍ଡ କରିଛନ୍ତି। ସାମୁଏଲ୍ସ ୨୧ବର୍ଷ ବୟସରେ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ। ସାମୁଏଲ୍ସ ଯୋଗୁ ୱେଷ୍ଟଇଣ୍ଡିଜ ଦୁଇଥର ଟି -୨୦ ବିଶ୍ୱ ଚାମ୍ପିଅନ ହୋଇଥିଲା। କାରଣ ଉଭୟ ବିଶ୍ୱକପ୍‌ରେ ଦଳ ପାଇଁ ସାମୁଏଲ୍ସ ସର୍ବାଧିକ ରନ ସଂଗ୍ରହ କରିଥିଲେ। କିଛି ଦିନ ପୂର୍ବରୁ ସାମୁଏଲ୍ସ କ୍ରିକେଟର ସ୍ତ୍ରୀଙ୍କ ଉପରେ ହୋଇଥିବା ଅଶ୍ଳୀଳ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ ଇଂଲଣ୍ଡ କ୍ରିକେଟରଙ୍କ ସ୍ତ୍ରୀ ଏବଂ ବିଶେଷକରି ବେନ ଷ୍ଟୋକ୍ସଙ୍କ ସ୍ତ୍ରୀଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଯାହା କରିଛି ଠିକ୍‌ କରିଛି, କାହିଁକି ଏମିତି କହିଲେ ଗଣେଶ୍ୱର, ଜାଣନ୍ତୁ…

ଭୁବନେଶ୍ୱର,୨ା୩: ବିଜେଡି ବିଧାୟକ ଗଣେଶ୍ୱର ବେହେରା ଭାଜପା ଉପରେ ପ୍ରବଳ ବର୍ଷିଛନ୍ତି। ସେ ଭାଜପାକୁ ରୋକ୍‌ଠୋକ୍‌ ଶୁଣାଇ କହିଛନ୍ତି, ବିଜେଡି ଯାହା କରିଛି ଠିକ୍‌ କରିଛି। ଡାକ୍ତର…

ଫିକା ପଡିବ ହୋଲି! ୬ଟି ରାଜ୍ୟରେ ଝଡ ବର୍ଷା ପାଇଁ ସତର୍କତା ଜାରି କଲା IMD

ନୂଆଦିଲ୍ଲୀ,୨।୩: ଉତ୍ତର-ପଶ୍ଚିମ ଭାରତରେ ଗ୍ରୀଷ୍ମ ଆରମ୍ଭ ହୋଇଛି। ଦିନବେଳା ସୂର୍ଯ୍ୟକିରଣ ପ୍ରବଳ ଗରମ ଆଣିଛି। ପାଣିପାଗ ବିଭାଗ ମଧ୍ୟ ଏହି ସପ୍ତାହରେ ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତର…

ଆସନ୍ତାକାଲି ଚନ୍ଦ୍ରଗ୍ରହଣ: କେଉଁ ରାଶି ପାଇଁ ଶୁଭ ଆଉ ଅଶୁଭ, ଜାଣନ୍ତୁ…

ଚନ୍ଦ୍ରଗ୍ରହଣକୁ ଏକ ଗୁରୁତ୍ୱପୂର୍ଣ୍ଣ ଖଗୋଳବିଜ୍ଞାନ ଘଟଣା ଭାବରେ ବିବେଚନା କରାଯାଏ, ଯାହାକୁ ରକ୍ତ ଚନ୍ଦ୍ର, ଆଂଶିକ ଚନ୍ଦ୍ରଗ୍ରହଣ, ଚନ୍ଦ୍ରଗ୍ରହଣ ଏବଂ ପେନମ୍ବ୍ରାଲ ଚନ୍ଦ୍ରଗ୍ରହଣ ମଧ୍ୟ କୁହାଯାଏ। ଚନ୍ଦ୍ରଗ୍ରହଣ…

ଜବତ ହେଲା ଦେଶୀ ମହୁଲି, ଗାଁ ନିକଟରେ ଯାଉଥିବାବେଳେ ମାଡିବସିଲା ଅବକାରୀ ବିଭାଗ, ଘଟଣାରେ…

ପରଜଙ୍ଗ,୨।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ ଥାନା ଚାନ୍ଦପୁର ଗ୍ରାମ ନିକଟରେ ଯାଉଥିବା ଏକ ଇଣ୍ଡିଗୋ କାର୍‌ରୁ ୧୪୦ ଲିଟର ଦେଶୀ ମହୁଲି ଜବତ ହୋଇଛି। ତଦନ୍ତ…

ଜରାୟୁ ଗ୍ରୀବା କର୍କଟ ନିରୋଧ ପାଇଁ HPV ଟିକାକରଣ କାର୍ଯ୍ୟକ୍ରମ: ଏହି ବୟସର ଝିଅଙ୍କୁ ମିଳିବ ଟିକା

ପରଜଙ୍ଗ,୨।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୋମବାର ଜରାୟୁ ଗ୍ରୀବା କର୍କଟ ନିରୋଧ ପାଇଁ HPV ଟିକାକରଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି। ଏହି…

ଏସବୁ ଲକ୍ଷଣ ଦେଖାଯାଉଛି କି, ହୋଇପାରେ କିଡନୀ ଡ୍ୟାମେଜ୍‌

କିଡ୍‌ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ଜୟପୁର ଜିଲା କୋର୍ଟରେ ଫେରାର ଥାନା ଅଧିକାରୀଙ୍କ ଆତ୍ମସମର୍ପଣ, ଗଞ୍ଜେଇ ବେପାରୀଙ୍କୁ ସହଯୋଗ….

ଜୟପୁର,୨।୩(ପବନ ପାଣିଗ୍ରାହୀ): ଗଞ୍ଜେଇ ଚୋରା ଚାଲାଣକାରିଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଫେରାର ଥିବା ଥାନା ଅଧିକାରୀ ଜୟପୁର ଜିଲା ଜଜ୍ କୋର୍ଟରେ ଆତ୍ମ ସମର୍ପଣ । ଥାନା…

କିଙ୍ଗ୍‌ କୋହଲିଙ୍କ ମହାରେକର୍ଡ ଭାଙ୍ଗିଲେ ସଞ୍ଜୁ ସାମସନ, ଏମିତି କରି…

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରନ ଚେଜ ସମୟରେ ସଞ୍ଜୁ ସାମସନ ୫୦ଟି ବଲରେ ୧୨ଟି ଚୌକା ଏବଂ ୪ଟି ଛକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri