Categories: ଖେଳ

ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୯ ରନ୍‌ ଟାର୍ଗେଟ୍‌

ଲଡରହିଲ, ୭।୮: ଫ୍ଲୋରିଡାରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜର ଅନ୍ତିମ ତଥା ପଞ୍ଚମ ମ୍ୟାଚରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୮୮ ରନ୍‌ କରିଛି। ଫଳରେ ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୯ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଟିମ୍‌ ଇଣ୍ଡିଆ।

ଭାରତର ଇଶାନ କିଶନ ଏବଂ ଶ୍ରେୟସ ଆୟାର ଓପନିଂ କରିଥିଲେ। ହେଲେ ଇଶାନ ୧୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ହେଲେ ଶ୍ରେୟସ ୪୦ ବଲରେ ୬୪ ରନ୍‌(୮ଚଉକା ଏବଂ ୨ ଛକା)ର ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏପରିକି ଦୀପକ ହୁଡ୍ଡା ୩୮ ରନ୍‌ କରିଥିବା ବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ୍‌ କରିଥିଲେ। ଫଳରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୧୮୮ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଅନ୍ୟପକ୍ଷେ ସିରିଜରେ ଭାରତ ୩-୧ରେ ଅଗ୍ରଣୀ ହାସଲ କରିଛି। ଓଷ୍ଟେଇଣ୍ଡିଜ ପକ୍ଷରୁ ଓଡେନ ସ୍ମିଥ ୩ ଉଇକେଟ ନେଇଥିବା ବେଳେ ହୋଲଡର, ଡୋମିନିକ୍‌ ଡ୍ରାକସ ଏବଂ ହେଡେନ୍‌ ଓ୍ବାଲ୍ସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share