Categories: ଖେଳ

ୱେଷ୍ଟଇଣ୍ଡିଜ୍‌ ଆଗରେ ୧୬୬ ରନ୍‌ ବିଜୟ ଟାର୍ଗେଟ୍‌

ଫ୍ଳୋରିଡା,୧୩।୮: ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରାଉଡର୍‌ ରିଜିଓନାଲ ପାର୍କ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଟି-୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ୬୧ ରନ୍‌ର ଦମ୍‌ଦାର ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୬୫ ରନ୍‌ କରିବାରେ ସକ୍ଷମ ହୋଇଛି। ଫଳରେ ୱେଷ୍ଟଇଣ୍ଡିଜ୍‌ ଆଗରେ ୧୬୬ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଭାରତ।

ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତର ଶୁବମନ୍‌ ଗିଲ ଏବଂ ଯଶସ୍ବୀ ଜୈସ୍ବାଲ ଓପନିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ଜୈସ୍ବାଲ ୫ ରନ୍‌ କରି ବିଫଳ ହୋଇଥିବା ବେଳେ ଶୁବମନ୍‌ ୯ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିବା ବେଳେ ତିଲକ୍‌ ବର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଧୈର୍ଯ୍ୟର ସହ ବ୍ୟାଟିଂ କରି ଟିମ୍‌କୁ ଆଗକୁ ନେଇଥିଲେ। ତିଲକ୍‌ ୩ ଚଉକା, ୨ ଛକା ସହାୟତାରେ ୨୭ ରନ୍‌ କରିଥିଲେ। ସେହିପରି ସୂର୍ଯ୍ୟକୁମାର ସର୍ବାଧିକ ୬୧ ରନ୍‌(୪ ଚଉକା, ୩ ଛକା) ସକ୍ଷମ ହୋଇଥିଲେ। ଅଧିନାୟକ ପାଣ୍ଡ୍ୟା ୧୪ ରନ୍‌ କରିଥିବା ବେଳେ ସଞ୍ଜୁ ସାମସନ ୧୩ ରନ୍‌ କରିଥିଲେ। ୧୯.୪ ଓଭରରେ ବର୍ଷା ହେବାରୁ ଖେଳ କିଛି ସମୟ ବନ୍ଦ ରହିଥିଲା। ବର୍ଷା ଛାଡିବା ପରେ ମ୍ୟାଚ୍‌ ପୁଣି ଆରମ୍ଭ ହୋଇଥିଲା। ଭାରତ ୨୦ ଓଭର ଖେଳି ୧୬୫ ରନ୍‌ କରିଥିଲା।

Share