Posted inଖେଳ

ଓ୍ବେଷ୍ଟଇଣ୍ଡିଜର କ୍ଲିନ୍‌ ସୁଇପ

ନର୍ଥପଏଣ୍ଟ (ଆଣ୍ଟିଗୁଆ), ୧୬ା୩ (ଏପି)-ଡାରେନ ବ୍ରାଭୋଙ୍କ ଚତୁର୍ଥ ଅନ୍ତର୍ଜାତୀୟ ଦିନିକିଆ ସହାୟତାରେ ସାର୍‌ ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ ୫ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହିତ ଦଳ ୩-୦ରେ କ୍ଲିନ୍‌ ସୁଇପ୍‌ ସିରିଜ ବିଜୟ ହାସଲ କରିଛି। ଡାରେନ ବ୍ରାଭୋ ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଥିବାବେଳେ ଶାଇ ହୋପ୍‌ ପ୍ଲେୟର ଅଫ୍‌ ଦି ସିରିଜ ହୋଇଛନ୍ତି। ବିଜୟ ଲକ୍ଷ୍ୟ ପିଛା କଲାବେଳେ ଘରୋଇ ଦଳ ୧୦ମ ଓଭର ସୁଦ୍ଧା ୩୯ରନରେ ୨ଟିି ଉଇକେଟ ହରାଇ ସାରିଥିଲା। ତେବେ ବ୍ରାଭୋ ଓ ଶାଇ ହୋପ୍‌ (୬୪) ତୃତୀୟ ଉଇକେଟ ପାର୍ଟନରଶିପ୍‌ରେ ୧୦୯ରନ ଯୋଗ କରି ଦଳର ବ୍ୟାଟିଂରେ ସୁଧାର ଅଣିଥିଲେ। ବ୍ରାଭୋ ୪୭ତମ ଓଭରରେ ୧୦୨ ରନ କରି ଆଉଟ ହୋଇଥିଲେ।
ସେତେବେଳେ ଶ୍ରୀଲଙ୍କାର ୨୭୪/୬ ସ୍କୋରକୁ ଅତିକ୍ରମ କରିବା ଲାଗି ଓ୍ବେଷ୍ଟଇଣ୍ଡିଜ ମାତ୍ର ୨୬ରନ ଆବଶ୍ୟକ କରୁଥିଲା। ବ୍ରାଭୋ ୫୩ରନ କରି ଅପରାଜିତ ରହିଥିବା ଅଧିନାୟକ କିରନ ପୋଲାର୍ଡଙ୍କ ସହ ୯୦ରନର ପାର୍ଟନରଶିପ୍‌ କରିଥିଲେ। ଘରୋଇ ଦଳ ୯ଟି ବଲ୍‌ ବାକିଥାଇ ମ୍ୟାଚ ଜିତିନେଇଥିଲା। ୪୮.୩ ତମ ଓଭରରେ ଜାସନ ହୋଲ୍ଡର ଏକ ଛକା ମାରି ରନ୍‌ ଚେଜ୍‌ର ପରିସମାପ୍ତି ଘଟାଇଥିଲେ। ଓ୍ବେଷ୍ଟଇଣ୍ଡିଜ ୫ ଉଇକେଟ ବିନିମୟରେ ୨୭୬ରନ କରିଥିଲା। ସୂଚନାଯୋଗ୍ୟ, ୨୦୧୬ ଜୁନ୍‌ ପରଠାରୁ ବ୍ରାଭୋଙ୍କର ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଶତକ। ସେତେବେଳେ ସେ ବାର୍ବାଡୋସ୍‌ର ବ୍ରିଜ୍‌ଟାଉନ୍‌ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୨ ରନ କରିଥିଲେ। ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ବିନିମୟରେ ୨୭୪ ରନ କରିଥିଲା। ଭ୍ରମଣକାରୀ ଦଳ ଇନିଂସର ଉଲ୍ଲେଖନୀୟ ଘଟଣା ହେଲା ଟପ୍‌ ସ୍କୋରର ଓ୍ବାନିଣ୍ଡୁ ହସରଙ୍ଗା ୬୦ ବଲରୁ ୮୦ରନ ଏବଂ ଆଶେନ ବନ୍ଦରା ୫୫ରନ କରି ଅପରାଜିତ ରହିଥିଲେ। ଦୁଇ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୭ମ ଉଇକେଟରେ ଅପରାଜିତ ୧୨୩ରନର ପାର୍ଟନରଶିପ୍‌ ହୋଇଥିଲା।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ଇନିଂସ: ୫୦ ଓଭରରେ ୨୭୪/୬ (ହସରଙ୍ଗା-୮୦*, ବନ୍ଦରା-୫୫*, ଦାନୁଷ୍କା ଗୁଣତିଳକା-୩୬; ଆକିଲ ହୋସେନ-୩/୩୩)।
ଓ୍ବେଷ୍ଟଇଣ୍ଡିଜ ଇନିଂସ: ୪୮.୩ ଓଭରରେ ୨୭୬/୫ (ବ୍ରାଭୋ-୧୦୨, ଶାଇ ହୋପ୍‌-୬୪, କିରନ ପୋଲାର୍ଡ-୫୩*; ସୁରଙ୍ଗା ଲକମଲ-୨/୫୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri