ଉଦଳାରୁ ୱେଷ୍ଟ ବେଙ୍ଗଲ କାଠ ଚାଲାଣ : ମାଡ଼ିବସିଲା ବନ ବିଭାଗ

ଉଦଳା,୨୩।୪ (ସନ୍ତୋଷ କୁମାର ବାଛିନି): ବନ ବିଭାଗକୁ ବୋକା ବନାଇ ସମସ୍ତଙ୍କ ସାମ୍ନାରେ କରୁଥିଲେ ଲୁଟ୍‌। ଗୋଟିଏ ଜାଗା ପାଇଁ ପୁରୁଣା ଅନୁମତି ପତ୍ର ଥିବା ବେଳେ ତାକୁ ଦେଖାଇ ସମସ୍ତଙ୍କୁ ଭକୁଆ ବନାଇ ଲକ୍ଷ ଲକ୍ଷ ଟଙ୍କାର କାଠ ୱେଷ୍ଟ ବେଙ୍ଗଲକୁ ଚାଲାଣ କରୁଥିଲେ। ମାଡି ବସିଲା ବନ ବିଭାଗ, ଧରିଲା ୧୬ ଚକିଆ ଟ୍ରକ ଭର୍ତ୍ତି କାଠ। ମଙ୍ଗଳବାର ବିଳମ୍ବିତ ରାତିରେ ଉଦଳା ବନ ବିଭାଗ ମାଟିହୁଡ଼ି ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ଗୋଟିଏ ୧୬ ଚକିଆ ଟ୍ରକରେ ୟୁକାଲି ପଟାସ କାଠ ଗଣ୍ଡି ଲୋଡ଼ ହେଉଥିବା ଦେଖିବାକୁ ପାଇଥିଲା। ଏହି କାଠ ସବୁ ଉଦଳାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା। କାଠ କାଟି ନେବା ପାଇଁ ଗଛ କଟାଯାଉଥିବା ଜମିର ଟ୍ରେସ୍‌ ଏବଂ ବଦର ବାହାର କରାଯିବାର ନିୟମ ଥିବା ବେଳେ କାଠ ମାଫିଆ ଅନ୍ୟ ଏକ ଜମିର ପୂର୍ବରୁ କଟା ଯାଇଥିବା ଟ୍ରେସ ବଦର ଦେଖାଇ ବେଆଇନ ଭାବେ କାଠ ଚାଲାଣ କରୁଥିବା ଜାଣି ବନ ବିଭାଗ ଗାଡିକୁ ନିଜ ହେପାଜତକୁ ନେଇଥିଲା। ଯାହାକି ଗାଡ଼ିରେ ବେଆଇନ ଭାବେ କାଠ ଚାଲାଣ ହେଉଥିବା ବେଳେ ଟ୍ରକକୁ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ତଦନ୍ତ କରୁଛି ବିଭାଗ। ସେପଟେ ଜବତ କାଠର ମୂଲ୍ୟ ଏକ ଲକ୍ଷରୁ ଊର୍ଦ୍ଧ ଟଙ୍କା ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟବିହାର ସ୍ଥିତ ଏକ ବାର୍‌ରେ ଅଗ୍ନିକାଣ୍ଡ, ପାଖରେ ଥିବା ଫର୍ଣ୍ଣିଚର୍‌ ଦୋକାନକୁ ବ୍ୟାପିଲା ନିଆଁ

ଭୁବନେଶ୍ୱର,୧୨।୧୨: ସତ୍ୟବିହାର ସ୍ଥିତ ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ। ପାଖରେ...

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଶୋଚନୀୟ ପରାଜୟ, ଏଥିପାଇଁ ଦୋଷୀ କିଏ? ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ଜିତି ନେତୃତ୍ୱ ନେଇଥିବା ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ...

ଖଡ଼ିଆଳରେ ବୃଦ୍ଧି ପାଉଛି ଚୋରି: କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ଖଡ଼ିଆଳ,୧୨।୧୨(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି...

AIIMS ଭୁବନେଶ୍ୱରର ସଫଳତା: ୨୦ ବର୍ଷ ପରେ ସିଧା ହେଲେ ଯୁବକ

ଭୁବନେଶ୍ୱର,୧୨।୧୨: ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପ୍ରାୟ ଦୁଇ ଦଶନ୍ଧି ଧରି ପୀଡ଼ିତ ଥିବା କେନ୍ଦ୍ରାପଡ଼ାର ଜଣେ ୩୭ ବର୍ଷୀୟ ଯୁବକଙ୍କ ଜୀବନରେ AIIMS ଭୁବନେଶ୍ୱର ଅର୍ଥୋପେଡିକ୍...

ନିଯୁକ୍ତି ନିୟମିତ ପାଇଁ OTET ବାଧ୍ୟତାମୂଳକ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ,୧୨।୧୨: ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ...

ମା’ବାପା ଦୋକାନକୁ ଯାଇଥିବାବେଳେ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କଲେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି

ଭୁବନେଶ୍ୱର,୧୧।୧୨(ତ୍ରିନାଥ ମହାନ୍ତି): ରାଜଧାନୀରେ ଲଜ୍ଜ୍ୟା। ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ଜଣେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାର...

ଥାନା ଘେରିଲେ ଗ୍ରାମବାସୀ, ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଅମରପାଲି,୧୨।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡମାଳ ଗ୍ରାମବାସୀ ଥାନା ଘେରିଛନ୍ତି। ଗ୍ରାମର କେତେଜଣ ବ୍ୟକ୍ତିଙ୍କ ନାମରେ ପଡୋଶୀ ଗ୍ରାମର ଜଣେ ବ୍ୟକ୍ତି...

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅବ୍ୟବସ୍ଥା: ଟିକେଟ ଖଣ୍ଡିଏ ପାଇଁ କସରତ

କଟକ,୧୨।୧୨( ଶିଳ୍ପା ପ୍ରିୟଦର୍ଶିନୀ): ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଅବ୍ୟବସ୍ଥା ଲାଗି ରହିଛି। ଏଠାରେ ଥିବା ଟିକେଟ କାଉଣ୍ଟରରେ ଟିକେଟ ଖଣ୍ଡିଏ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri