Posted inଜାତୀୟ

ପଶ୍ଚିମବଙ୍ଗ: ରାମନବମୀ ଶୋଭାଯାତ୍ରା ବେଳେ ଉତ୍ତେଜନା

କୋଲକାତା,୬।୪: ପଶ୍ଚିମବଙ୍ଗରେ ରାମନବମୀ ଉତ୍ସବ ପାଇଁ କକ୍ଷା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଶୋଭାଯାତ୍ରାରେ ଅସ୍ତ୍ର ଧରି ସାମିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ଭାଜପା ଏବଂ ଶାସକ ତୃଣମୂଳ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। କେବଳ କୋଲକାତାରେ ୭୦ରୁ ଊର୍ଦ୍ଧ୍ୱ ରାଲି ହୋଇଥିବାରୁ ପ୍ରାୟ ୫,୦୦୦ ପୋଲିସ ମୁତୟନ ହେବା ସହ ସ୍ଥିତି ଉପରେ ନଜର ରଖିବା ଲାଗି ଡ୍ରୋନ୍‌ ଏବଂ ସିସିଟିଭି ଲଗାଯାଇଥିଲା।

ଏଣ୍ଟାଲି, କୋସିପୋରେ, ଖିଦ୍ଦରପୁର ଏବଂ ଚିତ୍‌ପୋର ଭଳି ସମ୍ବେଦନଶୀଳ ଅଞ୍ଚଳରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଟିମ୍‌କୁ ରଖାଯାଇଥିଲା। ବିବାର ସକାଳୁ ସାରା ରାଜ୍ୟରେ ଶୋଭାଯାତ୍ରା, ଭକ୍ତି ସଙ୍ଗୀତ ଓ ଗୌରିକ ପତାକା ସହ ରାମାୟଣ ଦୃଶ୍ୟ ଥିବା ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିଥିବାବେଳେ କେତେକ ରାଲିରେ ଅସ୍ତ୍ର ପ୍ରଦର୍ଶନ କରାଯାଇଥିଲା। ମାଲଦାର ରାମକ୍ରିଷ୍ଣପାଲି ମଇଦାନରୁ ଆରମ୍ଭ ହୋଇଥିବା ବିଶାଳ ଶୋଭଯାତ୍ରାରେ ଭାଗନେଇଥିବା ଲୋକେ ଖୋଲାଖୋଲି ଖଣ୍ଡା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ହଲାଉଥିବା ଦେଖାଯାଇଥିଲା। ହାଓ୍ବଡ଼ାର ସଙ୍କରେଲରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଉତ୍ସବ ସର୍ତ୍ତାବଳୀର ଉଲ୍ଲଂଘନ କରିଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଠୋନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ତେବେ ଧର୍ମୀୟ ଶୋଭାଯାତ୍ରାରେ ଅସ୍ତ୍ର ଧରିବା ସପକ୍ଷରେ ଭାଜପାର ବରିଷ୍ଠ ନେତା ଦିଲୀପ ଘୋଷ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଛନ୍ତି। ଯାଦବପୁର ୟୁନିଭର୍ସିଟିକୁ ଟାର୍ଗେଟ କରି ସେ କହିଛନ୍ତି, ‘ଭାରତ ତେରେ ଟୁକ୍‌ଡେ ହୋଙ୍ଗେ’ ସ୍ଲୋଗାନକୁ ଯଦି ବରଦାସ୍ତ କରାଯାଉଛି ତେବେ ସେଠାରେ ଜୟ ଶ୍ରୀରାମ ସ୍ଲୋଗାନ ଦେବାରେ ସମସ୍ୟା କେଉଁଠି ବୋଲି ଘୋଷ ପ୍ରଶ୍ନ କରିଛନ୍ତି। ରାମନମବୀ ଉତ୍ସବକୁ ଜବରଦସ୍ତ ବନ୍ଦ କରାଯିବା ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ ବୋଲି ଭାଜପା ରାଜ୍ୟ ସଭାପତି ସୁକାନ୍ତ ମଜୁମ୍‌ଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri