Posted inଜାତୀୟ

ପଶ୍ଚିମବଙ୍ଗ: ରାମନବମୀ ଶୋଭାଯାତ୍ରା ବେଳେ ଉତ୍ତେଜନା

କୋଲକାତା,୬।୪: ପଶ୍ଚିମବଙ୍ଗରେ ରାମନବମୀ ଉତ୍ସବ ପାଇଁ କକ୍ଷା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଶୋଭାଯାତ୍ରାରେ ଅସ୍ତ୍ର ଧରି ସାମିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ଭାଜପା ଏବଂ ଶାସକ ତୃଣମୂଳ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। କେବଳ କୋଲକାତାରେ ୭୦ରୁ ଊର୍ଦ୍ଧ୍ୱ ରାଲି ହୋଇଥିବାରୁ ପ୍ରାୟ ୫,୦୦୦ ପୋଲିସ ମୁତୟନ ହେବା ସହ ସ୍ଥିତି ଉପରେ ନଜର ରଖିବା ଲାଗି ଡ୍ରୋନ୍‌ ଏବଂ ସିସିଟିଭି ଲଗାଯାଇଥିଲା।

ଏଣ୍ଟାଲି, କୋସିପୋରେ, ଖିଦ୍ଦରପୁର ଏବଂ ଚିତ୍‌ପୋର ଭଳି ସମ୍ବେଦନଶୀଳ ଅଞ୍ଚଳରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଟିମ୍‌କୁ ରଖାଯାଇଥିଲା। ବିବାର ସକାଳୁ ସାରା ରାଜ୍ୟରେ ଶୋଭାଯାତ୍ରା, ଭକ୍ତି ସଙ୍ଗୀତ ଓ ଗୌରିକ ପତାକା ସହ ରାମାୟଣ ଦୃଶ୍ୟ ଥିବା ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିଥିବାବେଳେ କେତେକ ରାଲିରେ ଅସ୍ତ୍ର ପ୍ରଦର୍ଶନ କରାଯାଇଥିଲା। ମାଲଦାର ରାମକ୍ରିଷ୍ଣପାଲି ମଇଦାନରୁ ଆରମ୍ଭ ହୋଇଥିବା ବିଶାଳ ଶୋଭଯାତ୍ରାରେ ଭାଗନେଇଥିବା ଲୋକେ ଖୋଲାଖୋଲି ଖଣ୍ଡା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ହଲାଉଥିବା ଦେଖାଯାଇଥିଲା। ହାଓ୍ବଡ଼ାର ସଙ୍କରେଲରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଉତ୍ସବ ସର୍ତ୍ତାବଳୀର ଉଲ୍ଲଂଘନ କରିଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଠୋନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ତେବେ ଧର୍ମୀୟ ଶୋଭାଯାତ୍ରାରେ ଅସ୍ତ୍ର ଧରିବା ସପକ୍ଷରେ ଭାଜପାର ବରିଷ୍ଠ ନେତା ଦିଲୀପ ଘୋଷ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଛନ୍ତି। ଯାଦବପୁର ୟୁନିଭର୍ସିଟିକୁ ଟାର୍ଗେଟ କରି ସେ କହିଛନ୍ତି, ‘ଭାରତ ତେରେ ଟୁକ୍‌ଡେ ହୋଙ୍ଗେ’ ସ୍ଲୋଗାନକୁ ଯଦି ବରଦାସ୍ତ କରାଯାଉଛି ତେବେ ସେଠାରେ ଜୟ ଶ୍ରୀରାମ ସ୍ଲୋଗାନ ଦେବାରେ ସମସ୍ୟା କେଉଁଠି ବୋଲି ଘୋଷ ପ୍ରଶ୍ନ କରିଛନ୍ତି। ରାମନମବୀ ଉତ୍ସବକୁ ଜବରଦସ୍ତ ବନ୍ଦ କରାଯିବା ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ ବୋଲି ଭାଜପା ରାଜ୍ୟ ସଭାପତି ସୁକାନ୍ତ ମଜୁମ୍‌ଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବଡ଼ ଘୋଷଣା କଲେ ସରକାର; ଏତିକି ମାସ ଯାଏ WFH କରିବେ ୫୦% କର୍ମଚାରୀ, ଗାଡ଼ି ପାର୍କିଂ…

ନୂଆଦିଲ୍ଲୀ,୧।୭: ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ନଭେମ୍ବର ୧ ରୁ ଫେବୃଆରୀ ୨୮…

WhatsAppର ନୂଆ ଫିଚର୍ସରୁ ବଢ଼ୁଛି ସାଇବର ଠକେଇ! ରୋକିବାକୁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ,୧।୭:  ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ଘଟଣା ଉପରେ ରୋକ ​​ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର…

ମୋଦି କ୍ୟାବିନେଟ୍‌ରେ ବଡ଼ ବୈଠକ: ରାସନ ସମେତ ୪ଟି ବଡ଼ ନିଷ୍ପତ୍ତି ସମ୍ଭବ, ସିଧାସଳଖ ପ୍ରଭାବିତ ହେବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବୁଧବାର ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦେଶହିତ, ଆର୍ଥିକ ସୁଧାର…

ବଙ୍ଗରେ ଟିଏମସି ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡାମାଡ଼, ଭାଜପା…

କୋଲକାତା,୧।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡା ମାଡ଼ ହୋଇଛି । ବୁଧବାର ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗର ଏକ ରେଷ୍ଟୁରାଣ୍ଟ ବାହାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri