Posted inଜାତୀୟ

କାହିଁକି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି ଭାଜପା

ନୂଆଦିଲ୍ଲୀ,୧୩ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ନ୍ୟାଶନାଲ ଡେମୋକ୍ରାଟିକ୍ ଆଲଏନ୍ସ(ଏନ୍‌ଡିଏ)କୁ ବହୁମତ ମିଳିଛି । ୧୨୫ ଆସନରେ ଏନ୍‌ଡିଏ ବିଜୟ ଲାଭ କରି ଏବେ ସରକାର ଗଠନ କରିବାକୁ ବାହାରିଛି । ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭଜପା) ଭଲ ପ୍ରଦର୍ଶନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଖରାପ ପ୍ରଦର୍ଶନକୁ ନେଇ ଚିନ୍ତାରେ ରହିଛନ୍ତି ନୀତୀଶ । ଜେଡିୟୁର ଖରାପ ପ୍ରଦର୍ଶନ ପରେ ବି ଭାଜପା ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି । ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଲାଣି । ତେବେ ଏହା ପଛର କାରଈକୁ ନେଇ ଏବେ ଆଲୋଚନା ଆରମ୍ଭ ହେଲାଣି । କୁହାଯାଉଛି କି ଭବିଷ୍ୟତକୁ ଲକ୍ଷ୍ୟ କରି ଭାଜପା ଏଭଳି ନିଷ୍ପତ୍ତି ନେଇଛି । ବିହାରରେ ସୁଶାସନ ବାବୁ ନାଁରେ ପରିଚିତ ନୀତୀଶ କୁମାରଙ୍କ ଦଳ ଭଲ ପ୍ରଦର୍ଶନ କରି ନ ଥିବାରୁ ଏବେ ଏହା ଛୋଟ ଭାଇ ଭୂମିକାକୁ ଚାଲି ଆସିଛି । କାରଣ ଏଥରର ଫଳାଫଳ ଏକ ପ୍ରକାର ନୀତୀଶଙ୍କ ଆସନକୁ ଦୋହଲାଇ ଦେଇଛି । କିନ୍ତୁ ଭାଜପାର ଶୀର୍ଷ ନେତାମାନେ ଏବେ ନୀତୀଶଙ୍କୁ ବିହାର ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁଛନ୍ତି । କୁହାଯାଉଛି କି ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ରହିବେ ନୀତୀଶ । କାରଣ ଆଗକୁ ଭାଜପା ପଶ୍ଚିମବଙ୍ଗରେ ଏକ ବଡ ପରିବର୍ତ୍ତନ ଲକ୍ଷ୍ୟରେ ରହିଛି । ତେଣୁ ଏହି ସମୟରେ ଯଦି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରା ନ ଯାଏ ତେବେ ହୁଏତ ସେ ଏନ୍‌ଡିଏ ଛାଡି ଦେଇପାରନ୍ତି । ଆଉ ଯଦି ନୀତୀଶଙ୍କ ଭଳି ନେତା ନାରାଜ ହୋଇଗଲେ ତେବେ ପଞ୍ଜାବରେ କୃଷି ବିଲ୍‌କୁ ନେଇ ଶିରୋମଣି ଅକାଳି ଦଳ ଯେଉଁଭଳି ଭାବେ ଏନ୍‌ଡିଏରୁ ବାହାରି ଗଲା ନୀତୀଶଙ୍କ କ୍ଷେତ୍ରରେ ସେଭଳି ହେବାକୁ ଚାହୁଁନାହିଁ ଭାଜପା । କାରଣ ନୀତୀଶ ଏନ୍‌ଡିଏରୁ ବାହାରି ଗଲେ ଏହାର ପ୍ରଭାବ ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ଓ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ଉପରେ ପଡିବ ବୋଲି କୁହାଯାଉଛି । କାରଣ ପଶ୍ଚିମବଙ୍ଗରେ ବିହାରର ଅଧିକାଂଶ ଲୋକେ ବିଭିନ୍ନ ଘରୋଇ ସଂସ୍ଥା ଓ ଚା’ବଗିଚାରେ କାମ କରୁଛନ୍ତି । ଆଉ ନୀତୀଶ ପଛୁଆ ବର୍ଗର ବଡ ନେତାଙ୍କ ମଧ୍ୟରେ ଜଣେ ହୋଇଥିବାରୁ ଏହାର ପ୍ରଭାବ ପଶ୍ଚିମବଙ୍ଗ ନିର୍ବାଚନ ଉପରେ ପଡିବା ସହ ଭାଜପା ହୁଏତ କ୍ଷତି ସହିବ ବୋଲି ଭାବି, ଏଥର ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଭାଜପା ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେଣୁ ପଶ୍ଚିମବଙ୍ଗରେ ଭାଜପା ନୀତୀଶଙ୍କୁ ଟ୍ରମ୍ପ କାର୍ଡ ଭାବେ ଖେଳିବାକୁ ଯାଉଛି ବୋଲି ଆଲୋଚନା ହେଉଛି । ଅନ୍ୟପଟେ ୧୯୯୫ ପରେ ବିହାରରେ ଜିଡେୟୁର ଏହି ଖରାପ ପ୍ରଦର୍ଶନ ନୀତୀଶଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଥିବା ବେଳେ ସେ କୁଆଡେ ରାଜନୀତିରୁ ଇସ୍ତଫା ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି । ହେଲେ ନୀତୀଶ ଏହାକୁ ଖଣ୍ଡନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri