Posted inଜାତୀୟ

ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରିବାକୁ ପୁଣି ଦାବି କଲେ ମମତା ବାନାର୍ଜୀ, କହିଲେ କ’ଣ ରଖାଯିବ

କୋଲକତା,୧୨।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ରାଜ୍ୟର ନାମ ବଦଳାଇବା ପାଇଁ ଦାବି ଉଠାଇଛନ୍ତି। ଏ ନେଇ ସେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଚିଠିରେ ମମତା ରାଜ୍ୟର ନୂଆ ନାଁ ପଶ୍ଚିମ ବଙ୍ଗ(ଓ୍ବେଷ୍ଟ ବେଙ୍ଗଲ)କୁ କେବଳ ‘ବେଙ୍ଗଲ’ କରିଦେବାକୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଯେ, ଯଦି ‘ବମ୍ବେ’ର ନାମ ‘ମୁମ୍ବାଇ’ ହୋଇପାରୁଛି, ‘ଓଡିଶା’ର ନାମ ‘ଓଡ଼ିଶା’ ହୋଇ ପାରୁଛି ତେବେ ଏଥିରେ ଆମ ପାଇଁ ଭୁଲ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅମେ ରାଜ୍ୟ ବିଧାନସଭାରେ ଏ ସମ୍ପର୍କିତ ପ୍ରସ୍ତାବ ଗୃହୀତ କରିଦେଇଥିଲୁ। ଏ ନେଇ ଆମେ ଗୃହରେ ସମସ୍ତ ପକ୍ଷ ମଧ୍ୟ ଦେଇଥିଲୁ। ହେଲେ ଦୀର୍ଘ ସମୟ ପରେ ବି ଏହା ବେଙ୍ଗଲ ହୋଇପାରି ନାହିଁ। ମମତା ରାଜ୍ୟର ନାମ ପରିବର୍ତ୍ତନ ହେଲେ ମିଳିବାକୁ ଥିବା ଲାଭ ସମ୍ପର୍କରେ ମଧ୍ୟ କହିଛହିନ୍ତି। ସେ କହିଛନ୍ତି, ଯଦି ଏପରି ହୁଏ ଆମକୁ ଅନେକ ଲାଭ ମିଳିବ। କାରଣ ଆମ ରାଜ୍ୟ ନାମରୁ ‘ୱେଷ୍ଟ’ ହଟିଯିଟବା ଫଳରେ ଆଲଫାବେଟିକାଲି ଆମେ ଟିକେ ଉପରକୁ ଉଠିଯିବୁ । ଏହାଦ୍ୱାରା ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରଙ୍କୁ ଏନେଇ ଲାଭ ମିଳିବ। ଏଥିସହ ସଭା ଶେଷ ପର୍ଯ୍ୟନ୍ତ ଆମକୁ ରାଜ୍ୟର ନାଁ ଆସିବା ଯାଏଁ ଅପେକ୍ଷା କରିବାକୁ ପଡୁଛି।

ସେ ଆହୁରି କହିଛନ୍ତି, ଏବେ ‘ୱେଷ୍ଟ’ର ଆବଶ୍ୟକତା ପଡୁନାହିଁ, କାରଣ ଏହା ସେତେବେଳେ ଦରକାର ହେଉଥିଲା ଯେତେବେଳେ ଇଷ୍ଟ(ପୂର୍ବ)ରେ ଭାରତ ଥିଲା। ଏବେ ଯେହେତୁ ଇଷ୍ଟରେ ବେଙ୍ଗଲ ଭାରତରେ ଅଛି ତେଣୁ ୱେଷ୍ଟର ଆବଶ୍ୟକତା ପଡୁ ନାହିଁ। ଦେଶରେ କେବଳ ଗୋଟିଏ ବେଙ୍ଗଲ ଥିବାବେଳେ ଏହାକୁ କାହିଁକି କେବଳ ବେଙ୍ଗଲ ବୋଲି ନାମକରଣ କରାଯାଉନାହିଁ ସେ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୧୧ରେ ଯେତେବେଳେ ତୃଣମୂଳ କଂଗ୍ରେସ ସରକାର ହୋଇଥିଲା ସେତେବେଳେ ରାଜ୍ୟର ନାମ ବଦଳାଇ ପଶ୍ଚିମବଙ୍ଗ ବା ପଶ୍ଚିମବଙ୍ଗୋ କରିବାକୁ ଦାବି କରାଯାଇଥିଲା। ଚିଠିରେ ମମତା କେବଳ ରାଜ୍ୟର ନାମ ନୁହେଁ ଗଙ୍ଗାସାଗର ମେଳାକୁ ଜାତୀୟ ମେଳା ଭାବେ ଘୋଷଣା କରିବାକୁ ମଧ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଜନ୍ମ ହେବା ମାତ୍ରେ ମିଳିବ ୨୧,୦୦୦ ଟଙ୍କା, ପଢିବା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର, ଜାଣନ୍ତୁ ଏହି ଯୋଜନା କ’ଣ…

ନୂଆଦିଲ୍ଲୀ,୬।୨: ଝିଅମାନଙ୍କୁ ଶିକ୍ଷା ଏବଂ ପାଳନପୋଷଣ ପାଇଁ ସରକାର ଅନେକ ଯୋଜନା ଚଳାନ୍ତି। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ରାଜ୍ୟ ସ୍ତରରେ ଅନେକ ଯୋଜନା ଚଳାନ୍ତି, ଯେପରିକି ଉତ୍ତର…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

‘ଆପଣଙ୍କୁ କେବଳ ପବ୍ଲିସିଟି ଦରକାର’, କାହିଁକି ପ୍ରଶାନ୍ତ କିଶୋରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ? ଜାଣନ୍ତୁ…

ପାଟନା,୬।୨: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଏବଂ ନୂତନ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ଦ୍ୱାରା ଦାୟର କରାଯାଇଥିବା ଆବେଦନର…

ଅଟୋ ଛାତରେ ବସି କୁକୁରର ସହର ପରିକ୍ରମା, ଭିଡିଓ ଭାଇରାଲ୍

ପୁଣେ,୬।୨: ମହାରାଷ୍ଟ୍ରର ପୁଣେ ସହରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ସହରର ବ୍ୟସ୍ତବହୁଳ ‘ଡାଙ୍ଗେ ଛକ’ ଅଞ୍ଚଳରେ ଏକ ଚଳନ୍ତା ଅଟୋ-ରିକ୍ସା ଛାତ ଉପରେ ଏକ…

ଭାଙ୍ଗିଗଲାଣି ଶ୍ରେଣୀଗୃହ, ଗଛତଳେ ପଢୁଛନ୍ତି ପିଲା

କେସିଙ୍ଗା/ନର୍ଲା,୬ା୨(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳରେ ଅସ୍ଥାପତି ବିଦ୍ୟାଳୟକୁ ଶିକ୍ଷା ବିଭାଗ ସମେତ ନେତା ବିଧାୟକଙ୍କ ଦୃଷ୍ଟି ଗୋଚର…

Ola Uber Rapido Strike: ଗୋଟିଏ ଦିନ ପରେ ଆଉ ବୁକ୍‌ କରିପାରିବେନି ଓଲା, ଉବର, ରାପିଡୋ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୬।୧: ଓଲା, ଉବର ଏବଂ ରାପିଡୋ ଭଳି ଆପ-ଭିତ୍ତିକ ଚାଳକମାନେ ଆସନ୍ତାକାଲି, ଶନିବାର ଦେଶବ୍ୟାପୀ ଧର୍ମଘଟ କରିବେ। ଫେବୃଆରୀ ୭ରେ ଏହି ଦେଶବ୍ୟାପୀ ଧର୍ମଘଟ ଏହି ଆପ…

ଦୁଃସାହାସିକ ଖେଳ ପ୍ରଦର୍ଶନ କଲେ ଛାତ୍ରୀଛାତ୍ର: ବାହାରିଲା ବିରାଟ ଶୋଭାଯାତ୍ରା

ଦାରିଙ୍ଗବାଡି,୬।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ ଭାରତ ସ୍କାଉଟସ ଓ ଗାଇଡ଼ସର କ୍ୟାମ୍ପରୀର…

ଶାଗୁଆନ ଜଙ୍ଗଲରେ ନିଆଁ

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ ବମକେଇ ପଞ୍ଚାୟତ ମାଟିଆପଲ୍ଲୀ ଗ୍ରାମ ଶାଗୁଆନ ଜଙ୍ଗଲରେ ଗୁରୁବାର ରାତିରେ ନିଆଁ ଲାଗିଥିବା ଜଣାପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri