Posted inଜାତୀୟ

ନନ୍ଦିଗ୍ରାମରେ ଯାହା ଘଟିଲା ତାହା ଭୁଲି ଯାଆନ୍ତୁ: ମମତା ବାନାର୍ଜୀ

କୋଲକାତା,୨।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ପୁଣି ଥରେ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛନ୍ତି। କିନ୍ତୁ ନନ୍ଦିଗ୍ରାମରୁ ନିଜେ ହାରିଯାଇଛନ୍ତି ମୁଖ୍ୟମନ୍ତ୍ରୀ। ସେ ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ମାତ୍ର ୧୯୫୭ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ଏହାସତ୍ତ୍ୱେ ମମତା ବାନାର୍ଜୀ ତୃତୀୟ ଥର ପାଇଁ ବେଙ୍ଗଲରେ ସରକାର ଗଠନ କରିବାକୁ ଯାଉଛନ୍ତି। ଫଳଫଳ ଆସିବା ପରେ ମମତା ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି ଯେ ସେ ନନ୍ଦିଗ୍ରାମରେ ପରାଜୟକୁ ଗ୍ରହଣ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନନ୍ଦିଗ୍ରାମରେ ଯାହା ଘଟିଛି ତାହା ଭୁଲିଯାଅ, ଆମ ଦଳ ବହୁମତ ସହ ନିର୍ବାଚନରେ ଜିତିଛି। କରୋନା ପରେ ଦଳର ବିଜୟ ଉତ୍ସବ ପାଳନ କରାଯିବ। ଏବେ କୌଣସି ପ୍ରକାରର ଉତ୍ସବ ପାଳନ ନ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ପଶ୍ଚିମବଙ୍ଗ ଲୋକଙ୍କୁ ସେ ଟିକା ମାଗଣାରେ ଯୋଗାଇ ଦେବାକୁ ମଧ୍ୟ ସେ ପ୍ରତିଶୃତି ଦେଇଛନ୍ତି। ଏହାସହ ସେ ଏକ ଛୋଟ ଶପଥ ଗ୍ରହଣ ଉତ୍ସବ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ହୋଇ ପାରିବେ ପ୍ରଧାନମନ୍ତ୍ରୀ,ପିକେଙ୍କ କଥା ବଦଳିଲା…

ନୂଆଦିଲ୍ଲୀ, ୧୬।୧୨: ଦେଶର ପ୍ରାୟ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସହ କାମ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

ନାଗରିକତ୍ୱ ସଂଶୋଧନ ବିଲ୍‌: ଶିବସେନାର ୟୁ-ଟର୍ନ: ରାଜ୍ୟ ସଭାରେ ଅସଲ ପରୀକ୍ଷା ଆଜି

ନୂଆଦିଲ୍ଲୀ,୧୧ା୧୨: ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣମୁସଲିମ୍‌ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ ସକାଶେ ଉଦ୍ଦିଷ୍ଟ ନାଗରିକତ୍ୱ ସଂଶୋଧନ ବିଲ୍‌ ସୋମବାର ମଧ୍ୟରାତ୍ରିରେ...

ନିର୍ବାଚନ ପୂର୍ବରୁ ନୀତୀଶଙ୍କୁ ଝଟକା!

ପାଟନା,୧୬।୮: ବିହାରରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ହେଲାଣି ସରଗରମ। ହେଲେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଝଟକା ଲାଗିପାରେ ବୋଲି ଆଲୋଚନା...

ଗୁରୁ ଦିବସରେ ଥାଳି ବଜାଅ ଅଭିଯାନ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ, ୫।୯: ଗୁରୁ ଦିବସରେ ଚାକିରି ପାଇଁ ପ୍ରବେଶିକା ପରୀକ୍ଷା ଦେଉଥିବା ଆଶାୟୀ ପ୍ରାର୍ଥୀମାନେ ଥାଳି ବଜାଅ ଅଭିଯାନ ପାଇଁ ଆହ୍ବାନ ଦେଇଛନ୍ତି। ଆର୍‌ଆର୍‌ବି ପରୀକ୍ଷା...

ଦଳକୁ ପ୍ରସ୍ତୁତ କରିବାକୁ ହେଲେ ନେତୃତ୍ୱ ପରିବର୍ତ୍ତନ ହେଉ

ଥିରୁଭାନନ୍ତପୁରମ୍‌,୧୮।୯: କଂଗ୍ରେସରେ ତୁରନ୍ତ ନେତୃତ୍ୱ ପରିବର୍ତ୍ତନ ପାଇଁ ବରିଷ୍ଠ ନେତା ତଥା ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁର ଶନିବାର ଦାବି ଉଠାଇଛନ୍ତି। ସୋନିଆ ଗାନ୍ଧୀଙ୍କ ବିରୋଧରେ...

ସର୍ପ ଦଂଶନ କରାଇ ପତ୍ନୀଙ୍କୁ ମାରିବା ଅଭିଯୋଗରେ ପତି ଗିରଫ

କୋଲ୍ଲମ,୨୬।୫: କେରଳର କୋଲ୍ଲମରେ ସର୍ପ ଦଂଶନ କରାଇ ପତ୍ନୀଙ୍କୁ ମାରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସର କହିବା ମୁତାବକ ଘଟଣାଟି ମେ’୬ରେ...

ବଂଶବାଦକୁ ହଟାଇ ଗୋଟିଏ ପରିବାର ଗୋଟିଏ ଟିକେଟ ନୀତି ଆପଣେଇବ ଭାଜପା

ନୂଆଦିଲ୍ଲୀ,୨୭ ।୫: ଭାରତୀୟ ଜନତା ପାର୍ଟି(ଭାଜପା) ୨୦୨୪ ଲୋକ ସଭା ନିର୍ବାଚନରେ ବଂଶବାଦ-ପରିବାରବାଦକୁ ବଡ ନିର୍ବାଚନୀ ମୁଦ୍ଦା କରିବା ଯୋଜନାରେ ରହିଛି । ଦଳ ଆଗାମୀ...

କରୋନାକୁ ନେଇ କେନ୍ଦ୍ର ସତର୍କ: ୟୁପି, ପଞ୍ଜାବ, ହିମାଚଳରେ ନିଯୁକ୍ତ ହେବେ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ,୨୨ ।୧୧: ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । ଯେଉଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି...

Advertisement
Archives

Model This Week