ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଯାଇଥିଲେ, ପଙ୍ଗୁ ହୋଇ ଫେରିଲେ

ବାଲିଗୁଡ଼ା,୨ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଯାଇ କିଛି ଦିନ ପରେ ପଙ୍ଗୁ ହୋଇ ଘରକୁ ଫେରିଛନ୍ତି ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ।

ସୂଚନାନୁଯାୟୀ, କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସି ଅନ୍ତର୍ଗତ ଦୁଇ ନମ୍ବର ଓ୍ବାର୍ଡର ଡହଲପଡ଼ି ସାହିର ଅଙ୍ଗଦ ମଳିକ(୨୨) ନାମକ ଜଣେ ଯୁବକ ଭଗାମୁଣ୍ଡା ସାହିର ତାଙ୍କ ସାଙ୍ଗ ରବି ସାହାଣୀଙ୍କ ସହ କାମଧନ୍ଦା କରିବା ପାଇଁ ଗତ ଏପ୍ରିଲ ୨୭ ତାରିଖରେ ଘରେ କାହାକୁ କିଛି ନ କହି ବାଲିଗୁଡ଼ାରୁ ମୁମ୍ବାଇ ଅଭିମୁଖେ ବାହାରି ଯାଇଥିଲେ। ଏହାପରେ ଅଙ୍ଗଦ ମଳିକଙ୍କ ଘର ଲୋକେ ଅଙ୍ଗଦଙ୍କୁ ବହୁ ଖୋଜାଖୋଜି କରି ନ ପାଇବାରୁ ଗତ ମେ’ ୪ ତାରିଖରେ ବାଲିଗୁଡ଼ା ଥାନାରେ ଅଙ୍ଗଦ ହଜିଯାଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ ଏବଂ ସେଥିରେ ଗତ ଏପ୍ରିଲ ୨୭ ତାରିଖ ସନ୍ଧ୍ୟା ୭ଟାରେ ଅଙ୍ଗଦ ମଳିକ ରବି ସାହାଣି ସହିତ କୁଆଡ଼େ ଚାଲିଯାଇଥିବା ମଧ୍ୟ ଉଲ୍ଲେଖ କରିଥିଲେ। ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଜୁନ୍‌ ୨୨ରେ ଗୁଜୁରାଟର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ସ୍ବେଚ୍ଛାସେବୀ ରିତୁବେନ ବର୍ମା ଫୋନ୍‌ ଯୋଗେ ବାଲିଗୁଡ଼ା ଥାନାକୁ ଖବର ଦେଇଥିଲେ ଯେ, ବାଲିଗୁଡ଼ା ଅଞ୍ଚଳର ଅଙ୍ଗଦ ମଳିକ ନାମକ ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ତାଙ୍କ ନିକଟରେ ଚିକିତ୍ସିତ ହେଉଛନ୍ତ। ଏହାପରେ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ ଅଙ୍ଗଦଙ୍କ ପରିବାରକୁ ଏନେଇ ସୂଚନା ଦେଇଥିଲେ। ଏହାପରେ ବାଲିଗୁଡ଼ା ପୋଲିସର ପରାମର୍ଶ ନେଇ ଅଙ୍ଗଦଙ୍କ ଭାଇ ରତ୍ନାକର ମଳିକ ଓ ଭିଣୋଇ ରଞ୍ଜିତ ମଳିକ ମିଳିଥିବା ଠିକଣା ସ୍ଥାନକୁ ଯାଇଥିଲେ ଓ ନିଜ ଭାଇକୁ ଚିହ୍ନିପାରିଥିଲେ। କିନ୍ତୁ ଭାଇକୁ ଦେଖିବା ବେଳେ ଭାଇର ଦୁଇହାତ କଟି ଯାଇଥିବା ବେଳେ ମୁଣ୍ଡ ଏବଂ ପିଠିରେ ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ। ସେଠାରେ ଚିକିତ୍ସିତ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନର ପରାମର୍ଶ କ୍ରମେ ଭାଇକୁ ଧରି ବାଲିଗୁଡ଼ା ଆସି ପହଞ୍ଚିବା ପରେ ଥାନାକୁ ନେଇଥିଲେ। ଆହତ ଅଙ୍ଗଦଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମତେ ଆମ ସାହିର ରବି ସାହାଣି କାମ କରିବାକୁ ପ୍ରଲୋଭନ ଦେଖାଇଥିଲେ। ପରେ ସେ ମତେ ନଗଦ ୮ ହଜାର ଟଙ୍କା ଦେଇଥିଲେ। ମୁମ୍ବାଇକୁ କାମ କରିବାକୁ ଯିବାକୁ କହି ମତେ ରବି ଟ୍ରେନରେ ନେଇଥିଲେ। ଆମେ ଟ୍ରେନରୁ ଓହ୍ଲାଇଥିଲୁ ତାହା କେଉଁ ଜାଗା ମୁଁ ଜାଣି ନ ଥିଲି। ମତେ ରବି ଏଇ ପାଖରୁ ଆସୁଛି କହି ଯାଇଥିଲା। କିଛି ସମୟ ପରେ ସେହି ସ୍ଥାନରେ କିଛି ଯୁବକ ଆସି ମତେ ମାଡ଼ ମାରିଥିଲେ l ତା’ପରେ ମୁଁ ଅଚେତ ହୋଇଯାଇଥିଲି। ଚେତା ଫେରିବା ବେଳକୁ ମୁଁ ଏକ ଡାକ୍ତରଖାନାରେ ଥିବା ଜାଣିବାକୁ ପାଇଥିଲି ଏବଂ ମୋର ଦୁଇ ହାତ କଟି ଯାଇଥିବା ଜାଣିବାକୁ ପାଇଥିଲି। ପରବର୍ତ୍ତୀ ସମୟରେ ଏକ ସେବାଶ୍ରମରେ ଚିକିତ୍ସିତ ହେଉଥିଲି।ଏହାପରେ ମୋର ଘର ଓ ଠିକଣା ସମ୍ପୃକ୍ତ ସଂସ୍ଥାକୁ ଜଣାଇବା ପରେ ମତେ ପରିବାର ଲୋକେ ନେବାକୁ ଆସିଥଲେ ବୋଲି କହିଛନ୍ତି ଅଙ୍ଗଦ। ଆହତ ଅଙ୍ଗଦ ଜଣେ ବିବାହିତ ଓ ତାଙ୍କରି ଗୋଟିଏ ଝିଅଟିଏ ଥିବା ଜଣାପଡ଼ିଛି । ଘଟଣାକୁ ନେଇ ପରିବାର ପକ୍ଷରୁ ପୁଣି ଏକ ଲିଖିତ ଅଭିଯୋଗ ହେବା ପରେ ଅଭିଯୋଗ ଅନୁଯାୟୀ, ବାଲିଗୁଡ଼ା ଥାନା କେସ୍‌ ନଂ ୧୬୫/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ବାଲିଗୁଡ଼ା ଥାନାଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri