ମୋହନା,୫।୧(ମନ୍ମଥ ମିଶ୍ର): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର। ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଯାହା ଫଳରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ପାରଳାଖେମୁଣ୍ଡିର କିଛି ଯୁବକ ଆର ଉଦୟଗିରି ବ୍ଲକରେ ଥିବା ମାଙ୍କଡଡିଆଁ ଜଳପ୍ରପାତକୁ ପିକନିକ କରିବା ପାଇଁ ଆସିଥିଲେ। ହେଲେ ଅପରାହ୍ନ ସମୟରେ ଯୁବକ ପାରଳାଖେମୁଣ୍ଡି ସହରସ୍ଥିତ ସେରି ସାହିର ଯୁବକ କଲ୍ୟାଣୀ ସତିଶ ଗାଧୋଇବା ବେଳେ କୌଣସି କାରଣବଶତଃ ଗୋଡ ଖସିଯିବା ଫଳରେ ପାଣିରେ ବୁଡି ଯାଇଥିଲେ। ସାଙ୍ଗସାଥି ବହୁ ଖୋଜା ଖୋଜି ପରେ ମଧ୍ୟ ପାଇନଥିଲେ। ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଖବରପାଇ ଘଟଣାସ୍ଥଳରେ ଆର ଉଦୟଗିରି ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ବିଳମ୍ବିତ ରାତି ପର୍ଯନ୍ତ ବହୁ ଖୋଜା ଖୋଜି କରିଥିଲେ ହେଲେ କୌଣସି ସନ୍ଧାନ ମିଳି ନ ଥିଲା। ଯାହାକୁ ନେଇ ସୋମବାର ସକାଳୁ ପୁଣି ଜଳପ୍ରପାତରେ ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ଏକ ପଥର କୋରଡ଼ରେ ଲାଗିଥିବା ଦେଖିବାକୁ ମିକିଥିଲା। ଯୁବକକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ ଆର୍ ଉଦୟଗିରିର ଅଗ୍ନିଶମ ବିଭାଗ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
Dharitri – Odisha’s No.1 Odia Daily


