ମାଛ ଧରିବାକୁ ଯାଇଥିଲେ, ଝାମ୍ପିନେଲା କୁମ୍ଭୀର: ସ୍ତ୍ରୀ-ପୁଅ ପହଞ୍ଚିବାରୁ, ଲୋମଟଙ୍କୁରା ଘଟଣା ଜାଣିଲେ…

ମହାକାଳପଡ଼ା,୧୧ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ କାଂଶପାଳ ମୌଜା ଗୋବରୀ ନଦୀ ସଂଲଗ୍ନ ୫୦ ନଂ. ପ୍ଲଟ ନିକଟରେ ମଙ୍ଗଳବାର ଭୋର ୫ଟାରେ ଭଉଁରି ଜାଲ ପକାଇବା ବେଳେ କୁମ୍ଭୀର ଜଣେ ମତ୍ସ୍ୟଜୀବୀଙ୍କୁ ଝାମ୍ପି ନେଇଛି। ଏହି ମୌଜାର ଦେବ କୁମାର ମଣ୍ଡଳ (୪୮) ଜାଲ ପକାଇବା ପାଇଁ ନିକଟ ଗୋବରୀ ନଦୀକୁ ଯାଇଥିଲେ। ସାମୁଦ୍ରିକ ଜୁଆର ଛାଡ଼ି ଯାଇଥିବାବେଳେ ନଦୀକୂଳ ତଳକୁ ଯାଇ ପାଣିରେ ଭଉଁରି ଜାଲ ଟାଣି ଟାଣି ଆଣିବା ସମୟରେ ହଠାତ କୁମ୍ଭୀର ନଦୀ ମଧ୍ୟକୁ ଝାମ୍ପିନେଇ ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଖବରପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ କେବଳ ଜାଲକୁ ପାଣିରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଛନ୍ତି। ଖବରପାଇ ଜମ୍ବୁ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ମିଳିତ ଭାବେ ଡଙ୍ଗା ଓ ବୋଟ୍‌ ସାହାଯ୍ୟରେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ଅପରାହ୍ନରେ ମହାକାଳପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ସା ସୁଦ୍ଧା ମତ୍ସ୍ୟଜୀବୀ ଦେବଙ୍କ କୌଣସି ପତ୍ତା ମିଳିନାହିଁ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ନିଖୋଜ ମତ୍ସ୍ୟଜୀବୀ ଦେବଙ୍କ ସ୍ତ୍ରୀ ସରସ୍ବତୀ ଓ ପୁଅ ପତିତୋଷ ଘଟଣାସ୍ଥଳରେ ପହଞ୍ଚତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଗ୍ରାମବାସୀ ଏହି ନିଖୋଜ ମତ୍ସ୍ୟଜୀବୀ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଅପରପକ୍ଷରେ ଏହି ଗୋବରୀ ନଦୀରେ ବଡ଼ କୁମ୍ଭୀର ଆତଙ୍କ ସୃଷ୍ଟି କରିଥିବା ଗ୍ରାମବାସୀ ଦୀର୍ଘଦିନ ଧରି ବନ ବିଭାଗରେ ଅଭିଯୋଗ କରିଥିଲେ। ନଦୀଘାଟ କୂଳ ଏକ ଯୋରି ନାଳିରେ କୁମ୍ଭୀର ଆଡ୍ଡା ଜମାଇଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ନଦୀକୂଳିଆ ଅଞ୍ଚଳର ଲୋକମାନେ ସଚେତନ ରହିବାକୁ ବନ ବିଭାଗ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ତହସିଲଦାର ରବି ନାରାୟଣ ଆଚାର୍ଯ୍ୟଙ୍କୁ ପଚାରିବାରେ ନିଖୋଜ ମତ୍ସ୍ୟଜୀବୀ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଜିଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ଅନୁଦାନ ପ୍ରଦାନ ପାଇଁ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିକାରୀ ଭରଦ୍ୱାଜ ଗଁାଓକରଙ୍କୁ ପଚାରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଛି। ବିଭାଗ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ ରିପୋର୍ଟ ପରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଫେଲ୍‌ ମାରୁଛି ବାଲ୍ୟ ବିବାହ ଆଇନ: ନାବାଳିକା ଗର୍ଭବତୀ ନେଇ ଥାନାରେ ଅଭିଯୋଗ

ଦାରିଙ୍ଗବାଡି,୧୧ା୩ (ଅରୁଣ ସାହୁ):ଦାରିଙ୍ଗବାଡି ବ୍ଲକ୍‌ ଦୁର୍ଗମ ପଞ୍ଚାୟତ ସିର୍କାବର୍ଗ ଅଞ୍ଚଳରେ ଜଣେ ନାବାଳିକା ବିବାହ କରି ଗର୍ଭବତୀ ହେବା ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ…

ଚିତ୍ତରଞ୍ଜନ ଦାଶ ପାଇଲେ ଦିବ୍ୟାଙ୍ଗ ମିତ୍ର ପୁରସ୍କାର

ନୂଆପଡ଼ା,୧୧ା୩ (ମକାରୁ ବେମାଲ ): ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମାସିକ ସମୀକ୍ଷା ବୈଠକ ସମ୍ମିଳନୀ…

ଯୁଦ୍ଧ ଭିତରେ ଆମେରିକା ପାଇଁ ଭାରତ କଲା ଏମିତି କାମ, ‘ଧନ୍ୟବାଦ’ଦେଲେ ଟ୍ରମ୍ପ, କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୧।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଟେକ୍ସାସର ବ୍ରାଉନ୍ସଭିଲରେ ଏକ ନୂତନ $୩୦୦ ବିଲିୟନ…

ଆଦିବାସୀ ନେତାଙ୍କ ପରଲୋକ: ଝୁରୁଛି ଗାଁ

କର୍ଲାମୁଣ୍ଡା,୧୧।୩ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ କୋଷାଧ୍ୟକ୍ଷ ତଥା ହୋଟେଲ ମାଲିକ ନରେନ୍ଦ୍ର ଶବର (୫୩)ଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି।…

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ! ଆମେରିକାର ବଡ଼ ଆକ୍ସନ, ଧ୍ୱଂସ କଲା ଇରାନର…

ଓ୍ବାଶିଂଟନ୍‌,୧୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ବୁଧବାର ଦାବି କରିଛି ଯେ ସେ ମଙ୍ଗଳବାର ଏକ…

BCCIର ବଡ଼ ଘୋଷଣା: ଏହି ଦିନ ୫ଟି ବିଶ୍ୱ ଚାମ୍ପିଅନ ଭାରତୀୟ ଦଳକୁ କରାଯିବ ସମ୍ମାନିତ

ନୂଆଦିଲ୍ଲୀ,୧୧।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଜିତି ଇତିହାସ ରଚିଛି। ଏହି ଐତିହାସିକ ବିଜୟ ସାରା ଦେଶରେ ଉତ୍ସବର ଉଦବୋଧନ ଦେଇଛି।…

ନୂଆ ସ୍ବାଦରେ ରାଜ୍ୟ ସଭା: ଚାଲିଛି ମୂଲଚାଲ୍‌

ଭୁବନେଶ୍ୱର,୧୧ା୩(ସୁନିତ୍‌ ମିଶ୍ର):ରାଜ୍ୟ ରାଜନୀତିରେ ରାଜ୍ୟ ସଭା ନିର୍ବାଚନ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ସବୁ ଦଳର ବିଧାୟକମାନେ ସେମାନଙ୍କ ପାର୍ଟିରୁ ରାଜ୍ୟ ସଭା ପାଇଁ ଯିଏ ପ୍ରାର୍ଥୀ…

ଯୁଦ୍ଧ ମଧ୍ୟରେ ବାଂଲାଦେଶ ପାଇଁ ସଙ୍କଟମୋଚକ ସାଜିଲା ଭାରତ, କଲା ଏମିତି କାମ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୩: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଧୀରେ ଧୀରେ ସୁଧୁରୁଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବାଂଲାଦେଶ ଗୁରୁତର ତେଲ ଏବଂ ଗ୍ୟାସ ଅଭାବର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri