ଦିଲ୍ଲୀ ଫେରନ୍ତା ବାଜାଶାଲା ଦଳକୁ ସ୍ବାଗତ

କେସିଙ୍ଗା,୨୯।୧: ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲା ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନର ୮୦ଜଣିଆ କଳାକାର ‘ବଜାଶାଲ’ ନୃତ୍ୟ ପରିବେଷଣ କରି ଘରକୁ ଫେରିଛନ୍ତି। ଦିଲ୍ଲୀରୁ ସମତା ଏକ୍ସପ୍ରେସରେ ଆସି ଶୁକ୍ରବାର କେସିଙ୍ଗା ଷ୍ଟେଶନରେ ପହଞ୍ଚତ୍ଲେ। ପରେ କଳାକାରମାନଙ୍କୁ ଉକିଆ ଅନୁଷ୍ଠାନ ସଭାପତି ଗୁରୁ ଶଙ୍କର ପ୍ରସାଦ ପ୍ରଧାନ, ସମ୍ପାଦକ ଗୁରୁ ରଞ୍ଜନ କୁମାର ସାହୁ ଓ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପଢ଼ୋକନ ଓ ପୁଷ୍ପ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଏହି ଅବସରରେ ଷ୍ଟେଶନ ପରିସରରେ କଳାକାରମାନେ ଆନନ୍ଦ ଓ ଖୁସିରେ ଜୟ ମା’ ମାଣିକେଶ୍ୱରୀ ଉଚ୍ଚାରଣ କରିଥିଲେ। ପରେ ଏକ ବସ୍‌ ଯୋଗେ ୮୦ ଜଣିଆ କଳାକାର ଭବାନୀପାଟଣା ଅଭିମୁଖେ ଯାଇଥିଲେ। ଜନ୍ମ ମାଟିରେ ପହଞ୍ଚତ୍ବା ପରେ କଳାକାରମାନେ ଆନନ୍ଦ ଓ ଗର୍ବ ଅନୁଭବ କରିଥିଲେ। ପ୍ରତିଭା ଅନୁଷ୍ଠାନ ସଭାପତି ଧ୍ୟାନ ନନ୍ଦ ପଣ୍ଡା, ସମ୍ପାଦକ ଚିଣ୍ଟୁ ପ୍ରସାଦ ନାୟକ, ନମିତା ମିଶ୍ର, ଯଜ୍ଞସେନି ନାଏକ ପ୍ରମୁଖ ବାଜାଶାଲ ନୃତ୍ୟ ପରିଚାଳନାରେ ସହଯୋଗ କରିଥିଲେ।