ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ କାର୍ଯ୍ୟାଳୟରେ ଭାଜପା ବ୍ରହ୍ମପୁର ଲୋକସଭା ପାର୍ଥୀ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଲୋକସଭା ପାର୍ଥୀ ପାଣିଗ୍ରାହୀଙ୍କୁ ସ୍ବାଗତ ସମର୍ଦ୍ଧନା କରାଯାଇଥିଲା l ପରେ ପୂର୍ବତନ ଜିଲା ସଭାପତି ବିଭୁତି ଭୂଷଣ ଜେନା ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ, ଗଞ୍ଜାମ ଜିଲା ପ୍ରଭାରୀ ଅଶୋକ ମିଶ୍ର, ଲୋକସଭା ସଂଯୋଜକ ସରୋଜ ସାବତ, ବନମାଳି ସେଠୀ ଓ ଅନ୍ୟମାନେ ଯୋଗ ଦେଇଥିଲେ ।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଛନ୍ତି କିନ୍ତୁ କାର୍ଯ୍ୟରେ ନାହାନ୍ତି, ମନ୍ତ୍ରୀ ମଣ୍ଡଳ ନାମକୁ ମାତ୍ର ଅଛି। କାର୍ଯ୍ୟ ଅନ୍ୟ ଜଣେ କରୁଛନ୍ତି ବୋଲି ଲୋକସଭା ପାର୍ଥୀ ପାଣିଗ୍ରାହୀ କହିଥିଲେ। ଏଥର ପରିବର୍ତ୍ତନ ହେବା ସୁନିଶ୍ଚିତ। ଏବଂ ଡବଲ ଇଞ୍ଜିନ ସରକାର ହେବ ବୋଲି କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଜେଡି କର୍ମୀ ଭାଜପାରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ସୁନୀଲ ପାତ୍ର, ଗଙ୍ଗା ଶତପଥୀ, ଜଗମୋହନ ପାତ୍ର, ମଣ୍ଡଳ ସଭାପତି ସନତ ନାହକ, ରାଜେଶ ସାହୁ, ଅନିଲ ପତି, ଗଙ୍ଗାଧର ପାତ୍ର, ଏନ୍‌, ଧନଞ୍ଜୟ ରାଓ, ବ୍ରଜମୋହନ ନାହକ, ଅସିତ ଶତପଥୀ, ଗୋପୀ ନାଥ ମହାରଣା, ରାଜେଶ ପଟ୍ଟନାୟକ, ଗୋପାଳ ରେଡ୍ଡି, ଅରୁଣ ପଟ୍ଟନାୟକ, ସନ୍ତୋଷ ବିଷୋୟୀ, ଲକ୍ଷ୍ମୀ ନାରାୟଣ ପାତ୍ର, ପି.କାମ ରାଜୁଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ।