Posted inଫୁରସତ

କନିଆ ଛାତିରେ ଛେପ ପକାନ୍ତି ବାପା, ବର ଘର ଦିଅନ୍ତି ଯୌତୁକ; ବିବାହରେ ରହିଛି ଏଠାରେ ଏପରି ପରମ୍ପରା…

ବିଶ୍ୱର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ବିଭିନ୍ନ ପରମ୍ପରା ବା ରଶମ ରହିଛି। ଅନ୍ୟ ସମ୍ପ୍ରଦାୟର ଲୋକ ଏପରି ପରମ୍ପରାକୁ ଅଜବ ମାନୁଥିଲେ ମଧ୍ୟ ଏହି ପରମ୍ପରା ସମାଜ ଏବଂ ସମ୍ପ୍ରଦାୟକୁ ବାନ୍ଧି ରଖିଥାଏ। ଆଫ୍ରିକାର ଆଦିବାସୀ ଅଞ୍ଚଳରେ ଏହିପରି ଏକ ନିଆରା ପରମ୍ପରା ରହିଛି ଯାହାକୁ ସେଠାକାର ଜନଜାତିମାନେ ରୀତିନୀତିରେ ପାଳନ କରିଥାନ୍ତି। କେନିଆ ଏବଂ ତଞ୍ଜାନିଆରେ ବାସ କରୁଥିବା ମସାଇ ଜନଜାତିରେ ବିବାହକୁ ନେଇ ଏକ ପ୍ରଥା ରହିଛି। ଯେତେବେଳେ ଏହି ଜନଜାତିର ଝିଅ କନିଆ ବେଶରେ ସଜ ହୋଇଥାଏ ସେତେବେଳେ ତାଙ୍କ ପିତା ଝିଅର ଛାତିରେ ଛେପ ପକାଇଥା’ନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଉତ୍ତର-ମଧ୍ୟ କେନିଆ ଏବଂ ଉତ୍ତର ତଞ୍ଜାନିଆରେ ବାସ କରୁଥିବା ମସାଇ ଜନଜାତିର ଲୋକମାନେ ସାହାସୀ ଯୋଦ୍ଧା ଭାବରେ ଜଣାଶୁଣା। କିନ୍ତୁ ଏହି ସମ୍ପ୍ରଦାୟର ଏପରି ଅଦ୍ଭୁତ ପରମ୍ପରାକୁ ବିଶ୍ୱାସ କରାଯାଏ।
ମସାଇ ଜନଜାତିର ପରମ୍ପରାନୁସାରେ ବିବାହ ସମୟରେ ଝିଅ ପକ୍ଷ ଯୌତୁକ ଦିଅନ୍ତି ନାହିଁ। କାରଣ ଏଠାରେ ପୁଅ ଘରୁ ଯୌତୁକ ଆସିଥାଏ। ଯୌତୁକକୁ ଝିଅ ଘର ଲୋକ ଗ୍ରହଣ କରିବା ପରେ ବିବାହର ରୀତିନୀତି ଆଗକୁ ବଢିଥାଏ।

ଯୌତୁକକୁ ଗ୍ରହଣ କରିବା ପରେ କନିଆକୁ ଲଣ୍ଡା କରାଯାଇଥାଏ। ପରେ ପରିବାରର ବୟୋଜ୍ୟେଷ୍ଠ ବସିଥିବା ସ୍ଥାନକୁ ଝିଅକୁ ଅଣାଯାଏ। ସେଠାରେ ଝିଅ ଆଣ୍ଠୁମାଡି ବସିବା ପରେ ବାପା ଝିଅର ମଥା ଏବଂ ଛାତିରେ ଛେପ ପକାଇଥା’ନ୍ତି। ବାପାଙ୍କ ସହିତ ପରିବାରର ଅନ୍ୟ ଗୁରୁଜନମାନେ ମଧ୍ୟ ଝିଅର ମଥା ଓ ଛାତିରେ ଛେପ ପକାଇଥା’ନ୍ତି। ତେବେ ମସାଇ ଜନଜାତିର ପରମ୍ପରାନୁସାରେ ଗୁରୁଜନମାନେ ଛେପ ପକାଇ ଝିଅଙ୍କୁ ଆଶୀର୍ବାଦ କରଥାନ୍ତି। ଛେପ ପକାଇ ସେମାନେ ସୁଖମୟ ବିବାହ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥା’ନ୍ତି। ମସାଇ ପରମ୍ପରାରେ ଛେପ ପକାଇବାକୁ ଅଭିବାଦନ ରୂପେ ବିବେଚନା କରାଯାଏ। ଏହା ସହିତ ନିଜ ପ୍ରିୟଜନଙ୍କୁ ବିଦାୟ ଦେବାର ପ୍ରତୀକ ଭାବେ ମଧ୍ୟ ବ୍ୟବହାର କରାଯାଏ।

କେବଳ ବିବାହରେ ନୁହେଁ, ଏହି ଜନଜାତିଙ୍କର ପରିବାରରେ ସନ୍ତାନ ଜନ୍ମ ହେଲେ ଶିଶୁ ଉପରେ ଛେପ ପକାଯାଏ। ଏବଂ ଶିଶୁର କପାଳରେ ଛେପ ଲଗାଯାଏ। ଏହା ବ୍ୟତୀତ ଗାଁ ଲୋକ କିମ୍ବା ଅତିଥିଙ୍କୁ ଭେଟିବାବେଳେ ହାତରେ ଛେପ ଲଗାଇ ହ୍ୟାଣ୍ଡସେକ୍‌ କରାଯାଇଥାଏ। ଏଠାରେ ଆସୁଥିବା ବିଦେଶୀ ଆଗନ୍ତୁକମାନଙ୍କୁ ମଧ୍ୟ ସମାନ ଢଙ୍ଗରେ ଅଭ୍ୟର୍ଥନା ଜଣାଯାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri