ଗଣଶିକ୍ଷା ବିଭାଗର ବିଚିତ୍ର ନୀତି: ଗୋଟିଏ ଚୌକିରେ ୨ ଅଧିକାରୀ

ପୁରୁଷୋତ୍ତମପୁର,୧୮।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଶିକ୍ଷା ବିଭାଗୀୟ କାର୍ଯ୍ୟାଳୟରେ ଏକ ବିଚିତ୍ର ନୀତି ଦେଖିବାକୁ ମିଳିଛି। ଯାହାକି ଶିକ୍ଷା ଅଧିକାରୀ (ବିଇଓ) ପଦବୀ ଗୋଟିଏ ରହିଥିବା ବେଳେ ବର୍ତ୍ତମାନ ଏଠାରେ ଦୁଇଜଣ ଅଫିସର କିଶୋର କୁମାର ବେହେରା ଓ ଏସ.ଗିରିଧାରୀ ଶିକ୍ଷା ଅଧିକାରୀ ଭାବରେ ରହିଛନ୍ତି। ଏହାକୁ ନେଇ ଲୋକେ ଡବଲ ଇଞ୍ଜିନ ସରକାରରେ ଡବଲ ଅଫିସର ବୋଲି କରୁଛନ୍ତି। ଏହା ଏଠାରେ ଏକପ୍ରକାର ଚର୍ଚ୍ଚାର ବିଷୟ ପାଲଟିଛି।
କିଶୋର କୁମାର ବେହେରା ପୁରୁଷୋତ୍ତମପୁରର ବିଇଓ ଭାବରେ ଗତ ୨୬.୧୦.୨୦୨୨ରୁ କାର୍ଯ୍ୟ କରି ଆସୁଛନ୍ତି। ମାତ୍ର ସେ ଗତ ଅଗଷ୍ଟ ମାସରେ ଏକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସା ଲାଗି ଛୁଟିରେ ରହିଥିବାରୁ ତାଙ୍କ ସ୍ଥାନରେ ହିଞ୍ଜିଳୀ ବ୍ଲକରେ କାର୍ଯ୍ୟରତ ସିନିୟର ବିଇଓ ଏସ ଗିରିଧାରୀଙ୍କୁ ସରକାରଙ୍କ ଏଲିମେଣ୍ଟରି ଏଜୁକେସନ ବିଭାଗୀୟ ଜଏଣ୍ଟ ଡାଇରେକ୍ଟର ଗତ ସେପ୍ଟେମ୍ବର ୯ ତାରିଖରେ ଚିଠିନଂ ୧୮୫୨୨ର ନିର୍ଦ୍ଦେଶନାମା ପ୍ରକାରେ ପୁରୁଷୋତ୍ତମପୁର ବ୍ଲକର ଦାୟିତ୍ୱ ଦେଇଥିଲେ। ଫଳରେ ସେ ସେପ୍ଟେମ୍ବର ୨୧ ତାରିଖରେ ପୁରୁଷୋତ୍ତମପୁର ବ୍ଲକର ଦାୟିତ୍ୱ ନେଇ ଉଭୟ ହିଞ୍ଜିଳୀକାଟୁ ଓ ପୁରୁଷୋତ୍ତମପୁର ବ୍ଲକର ଶିକ୍ଷାଅଧିକାରୀ ଭାବରେ ଦାୟିତ୍ୱ ତୁଲାଉଥିଲେ।
ଗତ ନଭେମ୍ବର ମାସ ୨୧ ତାରିଖରେ ପୁରୁଷୋତ୍ତମପୁର ବ୍ଲକର ସ୍ଥାୟୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ସୁସ୍ଥହୋଇ କାର୍ଯ୍ୟରେ ଯୋଗଦେବାକୁ ନେଇ ଜିଲା ଶିକ୍ଷା ଅଧିକାରୀ ନଭେମ୍ବର ମାସ ୨୫ ତାରିଖରେ ଚିଠି ନଂ ୨୧୨୧୫ ପ୍ରକାରେ କିଶୋର ଚନ୍ଦ୍ର ବେହେରାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାଲାଗି ଅତିରିକ୍ତ ଦାୟିତ୍ୱରେ ରହିଥିବା ହିଞ୍ଜିଳି ବିଇଓ ଏସ ଗିରିଧାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଅପର ପକ୍ଷରେ ପୁଣି ୨୩.୧୨.୨୦୨୪ ରେ ସରକାରଙ୍କ ଏଲିମେଣ୍ଟରି ଏଜୁକେସନ ଡାଇରେକ୍ଟର ଚିଠିନଂ ୨୫୪୮୨ ପ୍ରକାରେ ହିଞ୍ଜିଳୀକାଟୁ ବ୍ଲକ ଶିକ୍ଷାଅଧିକାରୀଙ୍କୁ ପୁରୁଷୋତ୍ତମପୁର ବ୍ଲକ ଶିକ୍ଷା ବିଭାଗର ମୁଖ୍ୟ ଭାବରେ ଦର୍ଶାଇ ଫାଇନାନ୍ସିଆଲ ଦାୟିତ୍ୱ ପ୍ରଦାନ କରିଥିଲେ। ଏହି ନିର୍ଦ୍ଦେଶରେ ଗିରିଧର ଏଠାରେ ଦାୟିତ୍ୱ ତୁଲାଇବାରେ ଲାଗିଛନ୍ତି, ଏହାସହ ସେ ହିଞ୍ଜିଳି ବ୍ଲକର ସ୍ଥାୟୀ ବିଇଓ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଗଣଶିକ୍ଷା ବିଭାଗୀୟ ଡାଇରେକ୍ଟରଙ୍କ ଏଭଳି ନିର୍ଦ୍ଦେଶକୁ ନେଇ ସଭିଙ୍କ ମଧ୍ୟରେ ଭ୍ରମସୃଷ୍ଟି କରିଛି। ଏଠିକାର ପ୍ରକୃତ ବିଇଓ କିଏ, କାହାକୁ ଅଧିକାରୀ ବୋଲି ବିବେଚନା କରାଯିବ ତାହା ସଭିଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଯଦି ହିଞ୍ଜିଳି ବିଇଓ ପୁରୁଷୋତ୍ତମପୁର ଶିକ୍ଷାବିଭାଗକୁ ଚଲାଇବେ ତେବେ ଏଠିକା ବିଇଓ କଣ କାର୍ଯ୍ୟ କରିବେ ନା କେବଳ ଅଫିସକୁ ଆସି ବସିବସି ଘରକୁ ଫେରିବେ, ତାହାକୁ ନେଇ ପ୍ରଶ୍ନ ଉଠିଛି। କିଛି ଲୋକେ ତାତ୍ସଲ୍ୟ କରି ଡବଲ ଇଞ୍ଜିନ ସରକାରରେ ଡବଲ ଅଫିସର ବୋଲି କହିବାରେ ଲାଗିଛନ୍ତି। ଏଥିପ୍ରତି ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri