Posted inଫୁରସତ

ସମୁଦ୍ରରେ ବିବାହ

ରିୟାଧ: ବିବାହକୁ ଅନନ୍ୟ ଓ ସ୍ମରଣୀୟ କରିବା ପାଇଁ ସମ୍ପ୍ରତି ଯୁବପିଢ଼ି ଅନେକ ପ୍ରକାରର ନୂତନ ଟ୍ରେଣ୍ଡ୍‌କୁ ଫଲୋ କରୁଛନ୍ତି। ନିକଟରେ ହାସନ୍‌ ଅବୁ ଅଲ୍‌-ଓଲା ଓ ୟାସ୍‌ମିନ ଦଫ୍‌ତରଦାର ନାମରେ ଏକ ପ୍ରେମୀ ଯୁଗଳ ସାଉଦି ଆରବର ଜେଦ୍ଦାହ ନିକଟସ୍ଥ ଲୋହିତ ସାଗର ମଧ୍ୟରେ ପରସ୍ପରକୁ ବିବାହ କରି ଇତିହାସ ରଚିଛନ୍ତି।
ସାଉଦି ଆରବ ଉପକୂଳସ୍ଥିତ ଲୋହିତ ସାଗର ମଧ୍ୟରେ କୌଣସି ପ୍ରେମୀ ଯୁଗଳ ବିବାହ କରିବାର ଏହା ହେଉଛି ପ୍ରଥମ ଘଟଣା। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟେ ହାସନ୍‌ ଓ ୟାସ୍‌ମିନ ପ୍ରଫେସ୍‌ନାଲ ଡାଇଭର ହୋଇଥିବାବେଳେ ସେମାନେ କ୍ୟାପଟେନ୍‌ ଫୈସଲ ଫ୍ଲେମ୍ବନଙ୍କ ନେତୃତ୍ୱରେ ସାଉଦି ଡାଇଭର୍ସ ନାମକ ଏକ ସ୍ଥାନୀୟ ଡାଇଭିଙ୍ଗ ଗ୍ରୁପ୍‌ର ସହାୟତାରେ ସମୁଦ୍ର ମଧ୍ୟରେ ବିବାହ କରିଥିଲେ। ଏହି ବିବାହ ପାଇଁ ସାଉଦି ଡାଇଭର୍ସ ଗ୍ରୁପ୍‌ ପକ୍ଷରୁ ଅତ୍ୟାବଶ୍ୟକ ସହାୟତା ପ୍ରଦାନ କରାଯାଇଥିଲା। ସମୁଦ୍ର ମଧ୍ୟରେ ବିବାହ ପାଇଁ ଉଭୟ ହାସନ ଓ ୟାସ୍‌ମିନଙ୍କୁ ଏହି ଦଳ ବିଭିନ୍ନ ଉପକରଣ ଯୋଗାଇ ଦେଇଥିଲା।
ପରେ ହାସନ କହିଛନ୍ତି, ଏହା ବାସ୍ତବରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ସମୁଦ୍ର ମଧ୍ୟରେ ବିବାହ କରିବା ପାଇଁ ତାଙ୍କୁ ସର୍ବପ୍ରଥମେ କ୍ୟାପ୍‌ଟେନ୍‌ ଫୈସଲ ଓ ତାଙ୍କ ଟିମ୍‌ ପକ୍ଷରୁ ପ୍ରସ୍ତାବ ଆସିଥିଲା, ଯାହାକୁ ସେ ଓ ୟାସ୍‌ମିନ ଗ୍ରହଣ କରିଥିଲେ। ଏହା ଏକ ସୁନ୍ଦର ଏବଂ ଅବିସ୍ମରଣୀୟ ଅନୁଭୂତି ଥିଲା। ସେହିପରି ୟାସ୍‌ମିନ କହିଛନ୍ତି, ଏହି ବିବାହରେ କୌଣସି ସମସ୍ୟା ଉପୁଜି ନ ଥିଲା। ସୁରୁଖୁରୁରେ ବିବାହ ସମ୍ପନ୍ନ ହୋଇଥିଲା। ଏପରି ଅସାଧାରଣ ବିବାହ ସମ୍ପର୍କରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିବା ୟାସ୍‌ମିନ କହିଛନ୍ତି। ସେହିପରି ସାଉଦି ଆରବ ଉପକୂଳସ୍ଥିତ ଲୋହିତ ସାଗରରେ ବିଭିନ୍ନ ସାମୁଦ୍ରିକ ଚମତ୍କାର ଓ ଆଶ୍ଚର୍ଯ୍ୟଗୁଡ଼ିକୁ ଅନ୍ବେଷଣ କରିବା ପାଇଁ ଏହି ଦମ୍ପତି ବିଶ୍ୱବ୍ୟାପୀ ଡାଇଭରମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏପରି କରି ଉଭୟେ ସାଉଦି କ୍ରାଉନ୍‌ ପ୍ରିନ୍ସ ତଥା ଦୂରଦୃଷ୍ଟି ସମ୍ପନ୍ନ ନେତା ମହମ୍ମଦ ବିନ୍‌ ସଲ୍‌ମାନଙ୍କ ସ୍ବପ୍ନକୁ ସାକାର କରିବାରେ ଯୋଗଦାନ ଦେଇପାରିବେ ବୋଲି ହାସନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri