ବଳରାମ ଯୋଜନାରେ ଉପକୃତ ହେବେ ବୁଣାକାର

ରସୁଲପୁର,୧୨।୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗ୍ରାମର ବୁଣାକାରଙ୍କୁ ସମବାୟ ବିଭାଗ ପକ୍ଷରୁ ଋଣ ପ୍ରଦାନ କରିବାକୁ ନେଇ ଏକ ବୈଠକ ସମିତି ସଭାପତି ନରେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ, ବୁଣାକାର, ଶିଳ୍ପୀ, କାରିଗରଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ବଳରାମ ଯୋଜନା ଜରିଆରେ ବୁଣାକାରଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯିବ। ଉକ୍ତ ଋଣର ସୁବିଧା ତନ୍ତଶାଳାଧାରୀମାନେ ପାଇପାରିବେ। ଜଣେ ତନ୍ତଶାଳାଧାରୀଙ୍କୁ ସର୍ବାଧିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯିବ। ଋଣ ଗ୍ରହିତା କିସ୍ତି ଜରିଆରେ ଋଣ ପରିଶୋଧ କରିବାକୁ ସୁଯୋଗ ଦିଆଯିବ। ନିର୍ଦ୍ଧାରିତ ଅବଧି ମଧ୍ୟରେ ଋଣ ପରିଶୋଧ କରିବାରେ ବିଫଳ ହେଲେ ସଂପୃକ୍ତ ବୁଣାକାରଙ୍କୁ ଆଗକୁ ଋଣ ପ୍ରଦାନ କରାଯିବ ନାହିଁ ବୋଲି ବୈଠକରୁ ସୂଚନା ମିଳିଛି।
ତେବେ ଋଣ ପ୍ରଦାନକୁ ନେଇ ସମବାୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିୟମ ଋଣ ପ୍ରଦାନରେ ବାଧକ ସାଜୁଛି। ଉକ୍ତ ନିୟମକୁ ସରଳୀକରଣ କରିବାକୁ ବୁଣାକାରମାନେ ଦାବି କରିଛନ୍ତି। ନିୟମ ଅନୁସାରେ ଗୋଟିଏ ପରିବାରର ଜଣେ ତନ୍ତଶାଳାଧାରୀଙ୍କୁ ଋଣ ପ୍ରଦାନ କରାଯିବ। ଋଣ ଗ୍ରହଣ କରିବାକୁ ବୁଣାକାର ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଜରିଆରେ ଆବେଦନ କରିବେ। ଉକ୍ତ ଆବେଦନପତ୍ରକୁ ସମିତି ପକ୍ଷରୁ ଯାଞ୍ଚ କରାଯାଇ ଋଣଗ୍ରହିତାଙ୍କୁ ଚୟନ କରାଯିବ। ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ବିଭିନ୍ନ ବ୍ୟାଙ୍କରୁ ନୋଡିୟୁଜ ସାର୍ଟିଫିକେଟ ହାସଲ କରିବାକୁ ପଡ଼ିବ। ଏହିଭଳି କେତେକ ନିୟମରେ କୋହଳ କରିବାକୁ କହୁଯାଉଛି। ଏହାଛଡ଼ା ଗୋଟିଏ ପରିବାରରେ ଏକାଧିକ ବୁଣାକାର ଅଛନ୍ତି। ପ୍ରତ୍ୟେକଙ୍କ ଗୋଟିଏ ଲେଖାଏ ତନ୍ତଶାଳ ରହିଛି। ଏହିକ୍ଷେତ୍ରରେ ଜଣେ ବୁଣାକାରଙ୍କୁ ଋଣ ପ୍ରଦାନରେ ଅଗ୍ରାଧିକାର ପ୍ରଦାନ କରିବା ଭଳି ନିୟମରେ ଏକାଧିକ ପରିବାର ଋଣ ଗ୍ରହଣ କରିବାରୁ ବଞ୍ଚତ୍ତ ହେବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଦ୍ରା ଋଣ ଅତି ସରଳ ନିୟମ ଆଧାରରେ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଛି। ତେବେ ସମବାୟ ଋଣ ପ୍ରଦାନର ନିୟମରେ ସରଳୀକରଣ କରାଯାଉ ବୋଲି ବୈଠକ ଜରିଆରେ ଦାବି କରାଯାଇଛି। ବୈଠକରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର କୁଆଖିଆ ଶାଖା ପରିଚାଳକ ନିହାର ରଞ୍ଜନ ସ୍ବାଇଁ ଯୋଗଦେଇ ଋଣ ପ୍ରଦାନର ବିଭିନ୍ନ ଦିଗ ସମ୍ପର୍କରେ ମତ ଦେଇଥିଲେ। ବୁଣାକାର ନେତା ରମେଶ ଚନ୍ଦ୍ର ଦାସ, ମକରଧ୍ୱଜ ଗୁଇଁ, ନରେନ୍ଦ୍ର ବେହେରା ଓ ଅଶୋକ ଗୁଇଁ ପ୍ରମୁଖଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ବୁଣାକାର ବୈଠକରେ ସାମିଲ ହୋଇଥିଲେ। ସମିତିର ସମ୍ପାଦକ ପ୍ରଶାନ୍ତ ସାହାଣୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଘଣ୍ଟିଆ ଦେବଗଡ଼ ବନ୍ଧ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri