ବଳରାମ ଯୋଜନାରେ ଉପକୃତ ହେବେ ବୁଣାକାର

ରସୁଲପୁର,୧୨।୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗ୍ରାମର ବୁଣାକାରଙ୍କୁ ସମବାୟ ବିଭାଗ ପକ୍ଷରୁ ଋଣ ପ୍ରଦାନ କରିବାକୁ ନେଇ ଏକ ବୈଠକ ସମିତି ସଭାପତି ନରେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ, ବୁଣାକାର, ଶିଳ୍ପୀ, କାରିଗରଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ବଳରାମ ଯୋଜନା ଜରିଆରେ ବୁଣାକାରଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯିବ। ଉକ୍ତ ଋଣର ସୁବିଧା ତନ୍ତଶାଳାଧାରୀମାନେ ପାଇପାରିବେ। ଜଣେ ତନ୍ତଶାଳାଧାରୀଙ୍କୁ ସର୍ବାଧିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯିବ। ଋଣ ଗ୍ରହିତା କିସ୍ତି ଜରିଆରେ ଋଣ ପରିଶୋଧ କରିବାକୁ ସୁଯୋଗ ଦିଆଯିବ। ନିର୍ଦ୍ଧାରିତ ଅବଧି ମଧ୍ୟରେ ଋଣ ପରିଶୋଧ କରିବାରେ ବିଫଳ ହେଲେ ସଂପୃକ୍ତ ବୁଣାକାରଙ୍କୁ ଆଗକୁ ଋଣ ପ୍ରଦାନ କରାଯିବ ନାହିଁ ବୋଲି ବୈଠକରୁ ସୂଚନା ମିଳିଛି।
ତେବେ ଋଣ ପ୍ରଦାନକୁ ନେଇ ସମବାୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିୟମ ଋଣ ପ୍ରଦାନରେ ବାଧକ ସାଜୁଛି। ଉକ୍ତ ନିୟମକୁ ସରଳୀକରଣ କରିବାକୁ ବୁଣାକାରମାନେ ଦାବି କରିଛନ୍ତି। ନିୟମ ଅନୁସାରେ ଗୋଟିଏ ପରିବାରର ଜଣେ ତନ୍ତଶାଳାଧାରୀଙ୍କୁ ଋଣ ପ୍ରଦାନ କରାଯିବ। ଋଣ ଗ୍ରହଣ କରିବାକୁ ବୁଣାକାର ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଜରିଆରେ ଆବେଦନ କରିବେ। ଉକ୍ତ ଆବେଦନପତ୍ରକୁ ସମିତି ପକ୍ଷରୁ ଯାଞ୍ଚ କରାଯାଇ ଋଣଗ୍ରହିତାଙ୍କୁ ଚୟନ କରାଯିବ। ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ବିଭିନ୍ନ ବ୍ୟାଙ୍କରୁ ନୋଡିୟୁଜ ସାର୍ଟିଫିକେଟ ହାସଲ କରିବାକୁ ପଡ଼ିବ। ଏହିଭଳି କେତେକ ନିୟମରେ କୋହଳ କରିବାକୁ କହୁଯାଉଛି। ଏହାଛଡ଼ା ଗୋଟିଏ ପରିବାରରେ ଏକାଧିକ ବୁଣାକାର ଅଛନ୍ତି। ପ୍ରତ୍ୟେକଙ୍କ ଗୋଟିଏ ଲେଖାଏ ତନ୍ତଶାଳ ରହିଛି। ଏହିକ୍ଷେତ୍ରରେ ଜଣେ ବୁଣାକାରଙ୍କୁ ଋଣ ପ୍ରଦାନରେ ଅଗ୍ରାଧିକାର ପ୍ରଦାନ କରିବା ଭଳି ନିୟମରେ ଏକାଧିକ ପରିବାର ଋଣ ଗ୍ରହଣ କରିବାରୁ ବଞ୍ଚତ୍ତ ହେବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଦ୍ରା ଋଣ ଅତି ସରଳ ନିୟମ ଆଧାରରେ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଛି। ତେବେ ସମବାୟ ଋଣ ପ୍ରଦାନର ନିୟମରେ ସରଳୀକରଣ କରାଯାଉ ବୋଲି ବୈଠକ ଜରିଆରେ ଦାବି କରାଯାଇଛି। ବୈଠକରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର କୁଆଖିଆ ଶାଖା ପରିଚାଳକ ନିହାର ରଞ୍ଜନ ସ୍ବାଇଁ ଯୋଗଦେଇ ଋଣ ପ୍ରଦାନର ବିଭିନ୍ନ ଦିଗ ସମ୍ପର୍କରେ ମତ ଦେଇଥିଲେ। ବୁଣାକାର ନେତା ରମେଶ ଚନ୍ଦ୍ର ଦାସ, ମକରଧ୍ୱଜ ଗୁଇଁ, ନରେନ୍ଦ୍ର ବେହେରା ଓ ଅଶୋକ ଗୁଇଁ ପ୍ରମୁଖଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ବୁଣାକାର ବୈଠକରେ ସାମିଲ ହୋଇଥିଲେ। ସମିତିର ସମ୍ପାଦକ ପ୍ରଶାନ୍ତ ସାହାଣୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri