Posted inଜାତୀୟ

ପାଣିପାଗ ପୂର୍ବାନୁମାନ ଏବେ ହେଉଛି କଷ୍ଟକର, ଆଇଏମ୍‌ଡି ନିର୍ଦ୍ଦେଶକ କହିଲେ ଏହାର କାରଣ…

ନୂଆଦିଲ୍ଲୀ, ୭।୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ପାଣିପାଗ ଘଟଣାଗୁଡ଼ିକର ସଠିକ ପୂର୍ବାନୁମାନ କରିବାରେ ଏଜେନ୍ସିଗୁଡିକ ଅସଫଳ ରହୁଛନ୍ତି। ଜଳବାୟୁ ପରିବର୍ତ୍ତନ ସ୍ଥିତି ପୂର୍ବାନୁମାନର କ୍ଷମତାକୁ ପ୍ରଭାବିତ କରୁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ମୃତୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ବିଶ୍ୱର ପାଣିପାଗ ଏଜେନ୍ସିଗୁଡିକ ସେମାନଙ୍କର ମନିଟରିଂ ନେଟୱାର୍କ ଏବଂ ପାଣିପାଗ ପୂର୍ବାନୁମାନ ମଡେଲଗୁଡିକର ଉନ୍ନତି ଉପରେ ତଥା ଏହାକୁ ଅଧିକ ବିକଶିତ କରିବା ସହ ସୁଧାର ଆଣିବା ଉପରେ ଧ୍ୟାନ ଦେଉଛନ୍ତି। ମହାପାତ୍ର କହିଛନ୍ତି ଯେ ଦେଶରେ ମୌସୁମୀ ବର୍ଷାର କୌଣସି ସ୍ପଷ୍ଟ ଧାରା ନାହିଁ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁ ବାଦଲ ଫଟା ବର୍ଷାରେ ବୃଦ୍ଧି ଘଟିଥିବାବେଳେ ହାଲୁକା ବର୍ଷା ହ୍ରାସ ପାଇଛି।

ଭାରତରେ ମୌସୁମୀ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଷୟରେ ପଚରାଯିବାରୁ ସେ କହିଥିଲେ, ୧୯୦୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ପାଖରେ ମୌସୁମୀ ବର୍ଷା ତଥ୍ୟ ରହିଛି। ଏହା ଅଧୀନରେ ଉତ୍ତର, ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର କେତେକ ଅଞ୍ଚଳରେ ବୃଷ୍ଟିପାତ ହ୍ରାସ ପାଇଥିବାବେଳେ ପଶ୍ଚିମ ରାଜସ୍ଥାନ ଭଳି କେତେକ ସ୍ଥାନରେ ବର୍ଷା ବୃଦ୍ଧି ପାଇଛି। ସେ କହିଛନ୍ତି ଯଦି ଆମେ ସମଗ୍ର ଦେଶକୁ ଦେଖିବା ତେବେ ମୌସୁମୀ ବର୍ଷା ନେଇ ପୂର୍ବଭଳି ପୂର୍ବାନୁମାନ କରିବା କଷ୍ଟକର ହେଉଛି।

ମୌସୁମୀ ଅନିୟମିତ ଏବଂ ବ୍ୟାପକ ଭାବରେ ପରିବର୍ତ୍ତନ ହୋଇଛି। ଜୁଲାଇ ୨୭ରେ କେନ୍ଦ୍ର ସରକାର ସଂସଦରେ କହିଥିଲେ ଯେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମେଘାଳୟ ଏବଂ ନାଗାଲାଣ୍ଡରେ ଗତ ୩୦ ବର୍ଷ ମଧ୍ୟରେ ଗଥ ୧୯୮୯ରୁ ୨୦୧୮ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ହ୍ରାସ ଘଟିଛି। ଏହା କହିଛି ଯେ ଏହି ପାଞ୍ଚଟି ରାଜ୍ୟ ଏବଂ ଅରୁଣାଚଳ ପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ବାର୍ଷିକ ହାରାହାରି ବୃଷ୍ଟିପାତରେ ଉଲ୍ଲେଖନୀୟ ହ୍ରାସ ଘଟିଛି।

ସେହିପରି ୧୯୭୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୈନିକ ବୃଷ୍ଟିପାତ ତଥ୍ୟର ବିଶ୍ଳେଷଣରୁ ଜଣାପଡିଛି ଯେ ଦେଶରେ ବାଦଲ ଫଟା ବର୍ଷା ପରିମାଣ ବୃଦ୍ଧି ଘଟିଥିବାବେଳେ ହାଲୁକା କିମ୍ବା ମଧ୍ୟମ ବୃଷ୍ଟିପାତ ହ୍ରାସ ପାଇଛି। ଲଘୁ ଚାପର ଏକ କ୍ଷେତ୍ର ସୃଷ୍ଟି ହେଲେ ବର୍ଷା ଅଧିକ ତୀବ୍ର ହୁଏ। ଭାରତ ସମେତ ଟ୍ରପିକାଲ ବେଲ୍ଟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଧାରା। ଅଧ୍ୟୟନରୁ ପ୍ରମାଣିତ ହୋଇଛି ଯେ ବାଦଲ ଫଟା ବର୍ଷାର ବୃଦ୍ଧି ଏବଂ ହାଲୁକା ବୃଷ୍ଟିପାତ ହ୍ରାସ ହେଉଛି ଜଳବାୟୁ ପରିବର୍ତ୍ତନର ଫଳାଫଳ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri