Categories: ଅପରାଧ

ପୋଲିସ ବେଶରେ ଡାକ୍ତରଙ୍କ ଘରୁ ଲୁଟିନେଲେ

ଛାପ୍ରା, ୧୧।୯- ଚୋରି କରିବାର ଅଭିନବ ଉପାୟ। ପୋଲିସ ପୋଷାକରେ ରାତି ଅଧରେ ଘରେ ପଶିଲେ। ଏହାପରେ ଯାଞ୍ଚ ଆଳରେ ଘରୁ ନଗଦ ଟଙ୍କା, ଗହଣା ଲୁଟି ନେଇଗଲେ। ଏମିତି ଏକ ଘଟଣା ବିହାରର ଶରନ ଜିଲାରୁ ସାମ୍ନାକୁ ଆସିଛି। ଛାପ୍ରା ସହରର ଭଗବାନ ବଜାରରେ ହୋମିଓପ୍ୟାଥି ଡାକ୍ତର ଡି.କେ. ବୋଷ ପରିବାର ସହ ରୁହନ୍ତି। ଶୁକ୍ରବାର ରାତି ୧୨ଟା ପାଖାପାଖି ସମୟରେ ୩ ଚୋର ପୋଲିସ ପୋଷାକ ପରିଧାନ କରି ଡାକ୍ତର ବୋଷଙ୍କ କବାଟ ବାଡ଼େଇଥିଲେ। ପୋଲିସ ପୋଷାକରେ ଚୋରମାନେ ଥିବାରୁ ଡାକ୍ତରଙ୍କ ମନରେ କୌଣସି ସନ୍ଦେହ ହୋଇ ନ ଥିଲା। ଫଳରେ ସେ ଗ୍ରୀଲ ଖୋଲିଥିଲେ। ଏହାପରେ ଚୋରମାନେ କହିଥିଲେ, ସେମାନେ ସ୍ଥାନୀୟ ଥାନାରୁ ଆସିଛନ୍ତି। ଘରେ ଅବୈଧ ଅସ୍ତ୍ରଶସ୍ତ୍ର ଥିବା ନେଇ ତାଙ୍କୁ ଖବର ମିଳିଛି। ତେଣୁ ସେମାନେ ଘର ତଲାସୀ କରିବାକୁ ଆସିଛନ୍ତି ବୋଲି ଡାକ୍ତରଙ୍କୁ କହିଥିଲେ। ଏହାପରେ ଚୋରମାନେ ପିସ୍ତଲ ବାହାର କରି ଡାକ୍ତରଙ୍କ ପରିବାର ଲୋକଙ୍କୁ ଭୟଭୀତ କରିଥିଲେ। ପରେ ଘରେ ଥିବା ନଗଦ ୨୦ ହଜାର ଟଙ୍କା, ସୁନା ରୂପା, ଲ୍ୟାପଟପ ଓ ୩ଟି ମୋବାଇଲ ନେଇ ଚାଲିଯାଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଚୋରମାନଙ୍କ ବୟସ ୨୦ରୁ ୨୫ ବର୍ଷ ହେବ ଏବଂ ସେମାନେ ଚୋରି ସମୟରେ ଏକ ପିସ୍ତଲ ଛାଡ଼ି ଚାଲିଯାଇଥିବା ପୋଲିସ ସୂଚନା ଦେଇଛି।