Posted inଜାତୀୟ

୧ ପ୍ରତିଶତ ଧନୀ ଭାରତୀୟଙ୍କ ସମ୍ପତ୍ତି ୬୨% ବଢ଼ିଛି

ନୂଆଦିଲ୍ଲୀ,୫ା୧୧(ପି.ଟି.):ସାରା ବିଶ୍ୱରେ ଆର୍ଥିକ ଅସମାନତା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଧନୀ ଓ ଗରିବଙ୍କ ମଧ୍ୟରେ ଉକ୍ତ ତାରତମ୍ୟ ଏପରି ବଢ଼ିଯାଇଛି ଯେ, ଏହା ଗଣତାନ୍ତ୍ରିକ ସ୍ଥିରତା, ଆର୍ଥିକ ଆଘାତ ପ୍ରତିରୋଧ ସାମର୍ଥ୍ୟ ଏବଂ ଜଳବାୟୁ ସହଯୋଗ ପ୍ରତି ବିପଦ ସୃଷ୍ଟି କରିଛି। ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଦେଶରେ ସର୍ବାଧିକ ଧନ ଥିବା ୧% ବ୍ୟକ୍ତିଙ୍କ ସମ୍ପତ୍ତି ୨ ଦଶନ୍ଧି ମଧ୍ୟରେ ୬୨% ବୃଦ୍ଧି ପାଇଛି। ନୋବେଲ ପୁରସ୍କାର ବିଜେତା ଜୋସେଫ୍‌ ଷ୍ଟିଗ୍ଲିଟ୍‌ଜଙ୍କ ଦ୍ୱାରା ପ୍ରସ୍ତୁତ ତଥା ଜି-୨୦ ସମର୍ଥତ୍ତ ଏକ ସଦ୍ୟ ରିପୋର୍ଟରେ ଏହା ପ୍ରକାଶ ପାଇଛି।
୨୦୨୪ ଡିସେମ୍ବର ୧ରୁ ୨୦୨୫ ନଭେମ୍ବର ୩୦ ପର୍ଯ୍ୟନ୍ତ ଜି୨୦ରେ ଅଧ୍ୟକ୍ଷତା କରୁଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ରସ୍ତୁତ ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୦୦ରୁ ୨୦୨୩ ମସିହା ମଧ୍ୟରେ ସାରା ବିଶ୍ୱରେ ୧% ସର୍ବାଧିକ ଧନୀଙ୍କ ସମ୍ପତ୍ତି ୪୧% ବଢ଼ିଛି। ଏହି ଅବଧି ମଧ୍ୟରେ ଅଧା ଗରିବଙ୍କ ସମ୍ପତ୍ତି ମାତ୍ର ୧%ରେ ସୀମିତ ରହିଛି। ରିପୋର୍ଟରେ ଏହାକୁ ବୈଶ୍ୱିକ ଜରୁରୀ ସ୍ଥିତି ବୋଲି ଅଭିହିତ କରାଯାଇଛି। ଭାରତ ଓ ଚାଇନା ଭଳି ଦେଶରେ ଏଭଳି ବ୍ୟବଧାନ ବଢ଼ିଥିବାବେଳେ ଅଧିକାଂଶ ରାଷ୍ଟ୍ରରେ ଅର୍ଥିକ ଅସମାନତା ବ୍ୟାପକ ହୋଇଛି। ବିଶ୍ୱର ପ୍ରାୟ ଅର୍ଦ୍ଧାଧିକ ଦେଶରେ ୧ ପ୍ରତିଶତ ସବୁଠୁ ଧନୀ ଅଧିକରୁ ଅଧିକ ସମ୍ପତ୍ତି ଠୁଳ କରିବାରେ ଲାଗିଛନ୍ତି। ଏହି ଦେଶଗୁଡ଼ିକର ଜନସଂଖ୍ୟା ବିଶ୍ୱର ୭୪%। ଭାରତରେ ଶୀର୍ଷ ୧ ପ୍ରତିଶତଙ୍କ ସମ୍ପତ୍ତିର ସାନ୍ଧ୍ରତା ଚାଇନାର ୫୪ ପ୍ରତିଶତଠାରୁ ଅଧିକ ରହିଛି ବୋଲି ଜୟତି ଘୋଷ, ଓ୍ବିନ୍ନିଏ ବ୍ୟାନ୍‌ୟିମା ଓ ଇମ୍ରାନ୍‌ ଭଲୋଡିଆ ସାମିଲ ଥିବା ବିଶେଷଜ୍ଞ କମିଟି ଦର୍ଶାଇଛି। ଅତ୍ୟଧିକ ଅସମାନତା ଦୂର ପାଇଁ ଏକ ଅନ୍ତର୍ଜାତୀୟ କମିଟି ଗଠକ କରାଯିବା ଉଚିତ ବୋଲି ଏଥିରେ ସୁପାରିସ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ୍‌କୁ ନେଇ ଏହି ବଡ଼ କଥା କହିଦେଲେ ପ୍ରିୟଙ୍କା ଗାନ୍ଧୀ, ମୋର କୌଣସି…

ନୂଆଦିଲ୍ଲୀ,୧ା୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆଜି ଅର୍ଥାତ୍‌ ଫେବୃଆରୀ ୧ରେ ପାର୍ଲାମେଣ୍ଟରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ଲଗାତର…

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

Budget 2026: ଶସ୍ତା ହେଲା ଜୋତା ମହଙ୍ଗା ହେଲା ମଦ, ଜାଣନ୍ତୁ ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କ୍ରମାଗତ ନବମ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ବଡ଼ ଏବଂ…

ବଜେଟ୍ ଝଟ୍‌କା: ଶେୟାର ବଜାରରେ ଭୟର ବାତାବରଣ, ସେନସେକ୍ସ ୧୫୦୦ ପଏଣ୍ଟ ଖସିଲା

ନୂଆଦିଲ୍ଲୀ,୧।୨: ଭାରତୀୟ ଶେୟାର ବଜାରକୁ ଲାଗିଛି ବଜେଟ୍ ଝଟ୍‌କା। ପ୍ରାରମ୍ଭିକ କାରବାରରେ ବଜାର ଲାଭରେ ଥିଲେ ହେଁ, ଅର୍ଥମନ୍ତ୍ରୀଙ୍କ ଭାଷଣ ପରେ ବଜାର ତଳମୁହଁ ହୋଇଥିଲା। ନିବେଶକମାନେ…

ଏଣିକି ଟ୍ୟାକ୍ସ ଫାଙ୍କିଲେ କି ନ ଦେଲେ ହେବନି ଜେଲ୍‌…ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ଯଦି ଆପଣ ମଧ୍ୟ କଠୋର ଆୟକର ନିୟମ ଏବଂ ଯାଞ୍ଚ ପ୍ରକ୍ରିୟାକୁ ଭୟ କରୁଥିଲେ, ତେବେ 2026-27 ଆର୍ଥିକ ବର୍ଷର ବଜେଟ ଏକ ବଡ଼ ଆଶ୍ୱସ୍ତି…

Union Budget 2026-27: ଆୟକର ଦାତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷ 2026-27 ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ…

Budget 2026: ୧୭.୨ ଲକ୍ଷ କୋଟି ଋଣ କରିବେ ସରକାର, ବିତିୟ ନିଅଣ୍ଟ ୪.୩% ରଖିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ,୧।୨: ରବିବାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜକୋଷୀୟ ନିଅଣ୍ଟକୁ ଜିଡିପି…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri