ରାସ୍ତା, ପାଣି ସୁବିଧା ନ ହେଲେ ଭୋଟ ଦେବୁନି

ରାୟଗଡ଼ା,୧୦।୫(ଭାଗ୍ୟଶ୍ରୀ ମିଶ୍ର ): ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଆଜି ବି ଅନେକ ଅଞ୍ଚଳ ଅପହଞ୍ଚ l କଲ୍ୟାଣସିଂପୁରର ୧୫ ନମ୍ବର ୱାର୍ଡରେ ଥିବା ଘାଗୁଡ଼ିମାଳ ଏବଂ ଲୋହରା ସାହିକୁ ଆଜି ସୁଦ୍ଧା ଉପଯୁକ୍ତ ରାସ୍ତା ନିର୍ମାଣ ହୋଇପାରି ନାହିଁ । କଲ୍ୟାଣସିଂପୁର ବଜାରରୁ ମାତ୍ର ୨ କି.ମି. ଦୂରରେ ଅବସ୍ଥିତ ଏହି ସାହି ବାସିନ୍ଦା ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ସେହିପରି ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ପାଣି ସମସ୍ୟାର ମଧ୍ୟ ସମାଧାନ ହେଉନାହିଁ। ଗ୍ରାମକୁ ପକ୍କାରାସ୍ତା ନିର୍ମାଣ ପାଇଁ ପ୍ରଶାସନଠାରୁ ଆରମ୍ଭକରି ରାଜନେତାଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କିଛି ସୁଫଳ ମିଳି ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। କେବଳ ନିର୍ବାଚନ ଆସିଲେ ଜନପ୍ରତିନିଧି ଗାଁକୁ ଆସି ମାଳ ମାଳ ପ୍ରତିଶ୍ରୁତି ଦେଇ ଚାଲିଯାଉଛନ୍ତି । ନିର୍ବାଚନ ପରେ ଆଉ କୌଣସି ନେତା କି ମନ୍ତ୍ରୀଙ୍କ ଦେଖା ମିଳୁ ନ ଥିବା ଗ୍ରାମବାସୀ କହିଛନ୍ତି। ୨୦୧୯ ନିର୍ବାଚନ ସମୟରେ ଭୋଟ ବର୍ଜନ ଚେତାବନୀ ଦେଇଥିଲୁ। ଏହାପରେ ଜନପ୍ରତିନିଧି ଗ୍ରାମକୁ ଆସି ରାସ୍ତା କରିବାର ପ୍ରତିଶ୍ରୁତି ଦେବା ପରେ ଭୋଟ ଦେଇଥିଲୁ। ହେଲେ ଉକ୍ତ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି। ଏବେ ପୁଣି ନିର୍ବାଚନ ଆସିବାରୁ ବିଭିନ୍ନ ଦଳର ରାଜନେତା ଗାଁକୁ ଆସି ଭୋଟ ଦେବା ପାଇଁ ପ୍ରଚାର କରୁଛନ୍ତି। ହେଲେ ଗାଁକୁ ରାସ୍ତା ଏବଂ ପାଣି ସମସ୍ୟା ସମାଧାନ ନ ହେଲା ପର୍ଯ୍ୟନ୍ତ ଭୋଟ ଦେବେନାହିଁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଲୋହରା ସାହିରେ ୧୩ଟି ପରିବାର ପ୍ରାୟ ୬୦ଜଣ ରହୁଥିବା ବେଳେ ଘାଗୁଡ଼ିମାଳରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। ହେଲେ ଉକ୍ତ ୨ ଗାଁକୁ ପକ୍କା ରାସ୍ତା ନ ଥିବାରୁ ଯାତାୟାତ ପାଇଁ ଲୋକେ ବହୁ ହଇରାଣ ହେଉଛନ୍ତି। ଲୋହରା ସାହିରେ ୬୦ରୁ ଊର୍ଦ୍ଧ୍ୱ ଲୋକ ରହୁଥିବା ବେଳେ ସାହିରେ ମାତ୍ର ଗୋଟିଏ ନଳକୂପ ରହିଛି। ତେବେ ଉକ୍ତ ନଳକୂପରୁ ୫ ରୁ ୬ ହାଣ୍ଡି ପାଣି ବାହାରିବା ପରେ ଗୋଳିଆ ପାଣି ଆସୁଛି । ଅନ୍ୟ ବ୍ୟବସ୍ଥା ନ ଥିବାରୁ ବାଧ୍ୟହୋଇ ଉକ୍ତ ଗୋଳିଆପାଣି ଛାଣି ବ୍ୟବହାର କରୁଥିବା ସାହି ବାସନ୍ଦା କହିଛନ୍ତି। ନଳକୂପ ଖରାପ ହେଲେ ନାଳ ଉପରେ ନିର୍ଭର କରିବାକୁ ପଡ଼ୁଛି। ସେହିପରି ବର୍ଷା ପବନରେ ବିଦ୍ୟୁତ୍‌ ତାର ଛିଣ୍ଡିଲେ କି ଫ୍ୟୁଜ୍‌ ଗଲେ ବିଭାଗୀୟ ଅଧିକାରୀ ଶୁଣୁନାହାନ୍ତି। ଫଳରେ ଅଞ୍ଚଳବାସୀ ଚାନ୍ଦାକରି ଏହାକୁ ମରାମତି କରିଥାନ୍ତି ବୋଲି ଗ୍ରାମର କାଡରାକା ଭାମିନି, ନିତୁ ସାରକା, ଈଶ୍ୱରୀ ପ୍ରାସ୍କା, ରିବିକା କାଡରାକା, ସାରକା ଶିଲକା, ଅଟକା ମାଝି ବେଣୀ ପ୍ରମୁଖ ଅଭିଯୋଗ କରିଛନ୍ତି।
ସେହିପରି ଘାଗୁଡ଼ିମାଳରେ ୨୫୦ରୁ ଊର୍ଦ୍ଧ୍ୱ ଲୋକ ରହୁଥିବାବେଳେ ପାନୀୟ ଜଳ ପାଇଁ ଗୋଟେ ସୋଲାର ବୋର୍‌ୱେଲ ରହିଛି । ହେଲେ ଘରେ ପାଇପ୍‌ ଲାଗିଥିଲେ ମଧ୍ୟ ଜଳ ସଂଯୋଗ ହୋଇନାହିଁ l ଫଳରେ ଗ୍ରୀଷ୍ମଋତୁରେ ଜଳକଷ୍ଟ ଭୋଗୁଥିବା ଗ୍ରାମବାସୀ କହିଛନ୍ତି। ସେହିପରି ଗାଁକୁ ପକ୍କା ରାସ୍ତା ନ ଥିବାରୁ ଉଭୟ ଘାଗୁଡ଼ିମାଳ ଏବଂ ଲୋହରା ସାହିକୁ ଆମ୍ବୁଲାନ୍ସ ମଧ୍ୟ ଆସୁନାହିଁ । ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ନେବାକୁ ପଡ଼ୁଛି। ଗ୍ରାମର ବିକାଶ ପାଇଁ ଅନେକ ଥର ସରପଞ୍ଚଙ୍କୁ ଜଣାଇଲେ ସୁଦ୍ଧା ସେ କର୍ଣ୍ଣପାତ କରୁ ନ ଥିବା ଗ୍ରାମର ୱାର୍ଡମେମ୍ବର ମିଥୁନ କାଡରାକା କହିଛନ୍ତି । ଫଳରେ ଗ୍ରାମବାସୀ ମିଳିତ ଭାବେ ରାସ୍ତାରେ ପଥର, ଇଟା ଓ ମାଟି ପକାଇ ସମତୁଲ କରିଛନ୍ତି। ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ପିଲାମାନେ ୩ କି.ମି. ଦୂର କଲ୍ୟାଣସିଂପୁରକୁ ଯାଇ ନ ପାରି ପ୍ରି ସ୍କୁଲ ଶିକ୍ଷାରୁ ବଞ୍ଚତ୍ତ ରହୁଛନ୍ତି। ତେଣୁ ଗ୍ରାମରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ସ୍ଥାପନ କରିବାକୁ ମଧ୍ୟ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ଚଳିତ ନିର୍ବାଚନ ପ୍ରଚାର ପାଇଁ କୌଣସି ନେତା ମନ୍ତ୍ରୀଙ୍କର ପାଦ ସେମାନଙ୍କ ଗ୍ରାମରେ ପଡି ନ ଥିବା ଗ୍ରାମବାସୀ କହିଛନ୍ତି। ଭୋଟ ଦେବା ପାଇଁ ଗ୍ରାମରେ ବୁଥ୍‌ କରାଯିବ। ହେଲେ ଅଞ୍ଚଳର ବିକାଶ କରା ନ ଗଲେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ କେସିଂପୁର ବିଡିଓ ମନୀଷା ଦାସଙ୍କୁ ଯୋଗାଯୋଗ କରିବାରୁ ସେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି, ତଥାପି ଅଞ୍ଚଳବାସୀଙ୍କ ସହ ଆଲୋଚନାକରି କାର୍ଯ୍ୟ କରାଯିବ କହି ଗ୍ରାମବାସୀଙ୍କୁ ବୁଝାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri