‘ଜୀବନ ଦେବୁ ପଛେ ଭିଟାମାଟି ଛାଡିବୁନି’

ଯାଜପୁର ଅଫିସ,୨୫ା୧୧: ଯାଜପୁର ଜିଲା ପ୍ରଶାସନିକସ୍ତରରେ ଶିଳ୍ପପାଇଁ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଜମି ଅଧିଗ୍ରହଣ ବେଳେ ଓଡ଼ିଶା ଭୂସଂସ୍କାର ଆଇନର ବ୍ୟାପକ ଉଲ୍ଲଂଘନ କରାଯାଇଛି । ଘରୋଇ ପୁଞ୍ଜି ନିବେଶରେ କଳିଙ୍ଗନଗରରେ ବହୁ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଥିଲେ ହେଁ ନିଯୁକ୍ତି ଦେବା ମନଲୋଭା ପ୍ରତିଶ୍ରୁତି ସବୁ ଫସର ଫାଟିଛି। ଆଗକୁ ପୁଣି କଳିଙ୍ଗନଗରରେ ୩୫ଟି ଛୋଟବଡ ଶିଳ୍ପ ପ୍ରତିଷ୍ଠା ପ୍ରସ୍ତାବ ରହିଥିବାରୁ ୪ ଗାଁ ଲୋକଙ୍କୁ ଉଠାଇ ପୁଣି ବିସ୍ଥାପନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ କ୍ଷତିପୁରଣ ପ୍ରଦାନ ଏବଂ କ୍ଷତିଗ୍ରସ୍ତ ପରିବାରର ଜଣଙ୍କୁ ନିଯୁକ୍ତି ସହ ୧୮ ବର୍ଷ ହେଉଥିବା ଯୁବକଙ୍କୁ ସ୍ବତନ୍ତ୍ର ପରିବାର ମାନ୍ୟତା ଆଦି ଦାବି କରି ଜମି ଅଧିଗ୍ରହଣକୁ ବିରୋଧ କରାଯାଇଛି। କିନ୍ତୁ ଇଡ୍‌କୋ କର୍ତ୍ତୃପକ୍ଷ ପୋଲିସ ଫୋର୍ସ ମୃତୟନ କରି ବଳପୂର୍ବକ ଜମି ଅଧିଗ୍ରହଣ କରୁଛନ୍ତି। କୋମଳମତି ଶିଶୁ, ମହିଳା ଓ ପୁରୁଷ ଲୋକଙ୍କୁ ପୋଲିସ ଉଠାଇ ନେଇ ଅଟକ ରଖି ମାନସିକ ନିର୍ଯାତନା ଦିଆଯାଉଛି। ଉପରୋକ୍ତ ମର୍ମରେ କ୍ଷତିଗ୍ରସ୍ତ ଲୋକ ଗୁରୁବାର ଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ ପୂର୍ବକ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି। ନଚେତ୍‌ ଜୀବନ ଦେବୁ ପଛେ ନିଜର ଭିଟାମାଟି ଛାଡ଼ିବୁନି ବୋଲି କ୍ଷତିଗ୍ରସ୍ତ ପରିବାରର ଈଶ୍ୱର ଦାସ, ମକରଧ୍ୱଜ ଦାସ, ବିଜୟ କୁମାର ଦାସ ପ୍ରମୁଖ ଦାବିପତ୍ରରେ ଚେତାବନୀ ଦେଇଛନ୍ତି।
ଉକ୍ତ ଦାବିପତ୍ରରେ ଆହୁରି ଦର୍ଶାଯାଇଛି ଯେ, ଦାନଗଦି ତହସିଲ ଅଧୀନ ଚାନ୍ଦିଆ ପଞ୍ଚାୟତର ଟାଙ୍ଗରସାହି, ଅରାସାହି, କଚେରିଗାଁ ଏବଂ ଯୋଖପୁରା ପଞ୍ଚାୟତ କୁଡୁମିସାହିର ଆଦିବାସୀ, ଦଳିତ, ପଛୁଆବର୍ଗର ପ୍ରାୟ ୨୯୨ ପରିବାର ଦୀର୍ଘ ବର୍ଷ ହେଲା ବସବାସ କରୁଛନ୍ତି। କିନ୍ତୁ ଉକ୍ତ ଜାଗା ଉପରେ ଶିଳ୍ପ ସ୍ଥାପନା ପାଇଁ ସରକାର ଯୋଜନା କରିଛନ୍ତି। ହେଲେ ସେମାନଙ୍କୁ କୌଣସି ସୂଚନା ପ୍ରଦାନ ନ କରି କିମ୍ବା ଜନଶୁଣାଣି ନ କରି ଜମି ଅଧିଗ୍ରହଣ କରୁଛନ୍ତି। ଏପରିକି କୌଣସି କ୍ଷତିପୂରଣ ପ୍ରଦାନ କରାଯାଉ ନାହିଁ। ବିଡମ୍ବନା ଯେ, କ୍ଷତିଗ୍ରସ୍ତ ଲୋକଙ୍କୁ ଖୋଲା ଆକାଶ ତଳେ ଛାଡି ଦେବାକୁ ଲକ୍ଷ୍ୟ ରଖି କୌଣସି ଥଇଥାନ କରାଯାଉ ନାହିଁ। ୧୯୯୨ ରେ ପ୍ରସ୍ତୁତ କରାଯାଇଥିବା ୨୫ଟି ତାଲିକାକୁ ଆଧାର କରି ଅଧିଗ୍ରହଣ କରାଯାଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ନୂତନ ବିସ୍ଥାପନ ନୀତି ୨୦୦୫ ଅନୁଯାୟୀ ୪୩ଟି ପରିବାରକୁ କୁଡୁମିସାହି ବିସ୍ଥାପିତ ପରିବାର ଭାବେ ଗ୍ରହଣ କରାଯାଇଥିବା କୁହାଯାଉଛି। କିନ୍ତୁ ଅନ୍ୟ ଗ୍ରାମରେ ଥିବା ୨୫୦ ପରିବାର ବିସ୍ଥାପିତ ହେବାକୁ ଥିବାବେଳେ ସେମାନଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ। ବର୍ତ୍ତମାନ ସଂଶୋଧିତ ଜମି ଅଧିଗ୍ରହଣର ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ବଳପୂର୍ବକ ଜମି ଅଧିଗ୍ରହଣ କରାଯାଉଛି। ଉପରୋକ୍ତ କାରଣରୁ ବୁଧବାର ବିନା ସୂଚନାରେ ହେଉଥିବା ଜମି ଅଧିଗ୍ରହଣକୁ କ୍ଷତିଗ୍ରସ୍ତ ଲୋକେ ବିରୋଧ କରିବାରୁ ଆଦିବାସୀ ମହିଳା ଓ ନିରୀହ ନିଷ୍ପାପ ଶିଶୁମାନଙ୍କୁ ପୋଲିସ ଭ୍ୟାନରେ ଟାଙ୍ଗରସାହିରୁ ଜୋର ଜବରଦସ୍ତ ଉଠାଇ ନେଇ ୩ କିମି ଦୂରରେ ଥିବା ମାନତିରା ଗ୍ରାମର ସ୍କୁଲ ଭିତରେ ଅଟକ ରଖାଗଲା। ପ୍ରାୟ ୫ ଘଣ୍ଟା ଅଟକ ରଖି ସନ୍ଧ୍ୟାରେ ସେମାନଙ୍କୁ ଛଡାଗଲା। ପୋଲିସର ଏଭଳି ଆଚରଣରେ କ୍ଷତିଗ୍ରସ୍ତ ଲୋକେ ଆତଙ୍କିତ ହୋଇ ଉଠିଛନ୍ତି। ଭିଟାମାଟି ହରାଇ ବାସହରା ହେବା ଓ ପୋଲିସର ଦମନ ମୂଳକ ନୀତି ପାଇଁ କ୍ଷତିଗ୍ରସ୍ତ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି। ଜମି ଅଧିଗ୍ରହଣ ଆଇନ ଆଧାରରେ ଲିଖିତ ସୂଚନା ପ୍ରଦାନ କରି ଗ୍ରାମସଭାର ଆୟୋଜନ ସହ ଉପଯୁକ୍ତ କ୍ଷତି ପୂରଣ ଦେଇ ପୋଲିସ ଫୋର୍ସ ହଟାଇ ଶାନ୍ତି ଶୃଙ୍ଖଳାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri