ବେଜିଂ,୧୦।୪: ଆମେରିକା ଚାଇନା ଉପରେ ୧୦୪ ପ୍ରତିଶତ ଟାରିଫ୍ ଲଗାଇବା ପରେ, ଏବେ ଚାଇନା ମଧ୍ୟ ଆମେରିକା ଉପରେ ୮୪ ପ୍ରତିଶତ ଟାରିଫ୍ ଲଗାଇବା ଘୋଷଣା କରି ପ୍ରତିଶୋଧ ନେଇଛି। ଟାରିଫ୍ ପ୍ରସଙ୍ଗରେ ଉଭୟ ଦେଶ ପରସ୍ପର ସହିତ ମୁହାଁମୁହିଁ ଅଛନ୍ତି। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ସୋସିଆଲ ମିଡିଆରେ କହିଛନ୍ତି, ଆମେ ପଛକୁ ହଟିବୁ ନାହିଁ
ତାଙ୍କ ଅଫିସିଆଲ ଆକାଉଣ୍ଟ ଏକ୍ସରେ, ସେ କୋରିଆନ ଯୁଦ୍ଧ ସମୟରେ ଚାଇନା କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ନେତା ମାଓ ଜେଡୋଙ୍ଗଙ୍କ ଏକ ପୁରୁଣା ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ କହୁଥିବା ଦେଖାଯାଉଛି ଯେ, ଯୁଦ୍ଧ ଯେତେ ଦିନ ଚାଲିଲେ ମଧ୍ୟ, ଆମେ ମୁଣ୍ଡ ନୁଆଁଇବୁ ନାହିଁ। ଆମେ ବିଜୟ ହାସଲ କରିବା ପର୍ଯ୍ୟନ୍ତ ଲଢ଼ିବୁ। ଏହି ଭିଡିଓର କ୍ୟାପସନରେ ମାଓ ନିଙ୍ଗ ଲେଖିଛନ୍ତି, ଆମେ ଚାଇନାବାସୀ। ଆମେ କୌଣସି ଉତ୍ତେଜନାକୁ ଭୟ କରୁନାହୁଁ। ଆମେ ପଛକୁ ହଟିବୁ ନାହିଁ।”
ଚାଇନା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି, ଚାଇନା ଆମେରିକା ସହିତ ଯୁଦ୍ଧର ଭୟ ନାହିଁ, କିନ୍ତୁ ଚାଇନା ଆମେରିକା ସହିତ ଯୁଦ୍ଧ ଚାହୁଁନାହିଁ। ତଥାପି, ଯଦି ଟ୍ରମ୍ପଙ୍କ ଧମକ ଜାରି ରହେ, ତେବେ ତାଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଆମେରିକା ଯାହା କରୁଛି ତାହାକୁ ଲୋକମାନେ ସମର୍ଥନ କରୁନାହାଁନ୍ତି, ତେଣୁ ଏହା ଶୀଘ୍ର ବିଫଳ ହେବ।
ଗତକାଲି ହ୍ବାଇଟ ହାଉସ NASCAR କାର୍ଯ୍ୟକ୍ରମରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ସେ ସି ଜିନପିଙ୍ଗଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ। ଟାରିଫ୍କୁ ନେଇ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ତାଙ୍କର ଏହି ବକ୍ତବ୍ୟ ଆସିଛି। ଏହାସହ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେ କହିଥିଲେ, ସେ (ଜିନପିଙ୍ଗ) ଜଣେ ଏମିତି ବ୍ୟକ୍ତି, ଯିଏ କ’ଣ କରିବାକୁ ହେବ ଜାଣନ୍ତି। ସେ ତାଙ୍କ ଦେଶକୁ ଭଲ ପାଆନ୍ତି।
We are Chinese. We are not afraid of provocations. We don’t back down. 🇨🇳 pic.twitter.com/vPgifasYmI
— Mao Ning 毛宁 (@SpoxCHN_MaoNing) April 10, 2025


