ଲାଞ୍ଜିଗଡ଼,୧୫ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତଠାରେ ଅନୁଷ୍ଠିତ ବୈଠକରେ ମା’ ହୀରାନୀଳା ନାମରେ ପଞ୍ଚାୟତସ୍ତରୀୟ କୃଷକ ବନ୍ଧୁ ସଙ୍ଗଠନ ଗଠନ କରାଯାଇଛି। ଚାଷୀଙ୍କ ଅଧିକାର ପାଇଁ ଏହି ସଙ୍ଗଠନ ଲଢେଇ କରିବ ବୋଲି କର୍ମକର୍ତ୍ତା ସୂଚନା ଦେଇଛନ୍ତି। ଚନ୍ଦ୍ରମଣି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୋପୀନାଥପୁର ଗାଁ ଗୌନ୍ତିଆ କନ୍ଧର୍ପ ନାଗ, ବରିଷ୍ଠ ଚାଷୀ ନିଳାଞ୍ଚଳ ପ୍ରଧାନ, ପୋଖରୀବନ୍ଧ ଗୌନ୍ତିଆ କୁଳମଣି ବାଣୁଆ, କର୍ଲାକୁପା ଗୌନ୍ତିଆ ତୀର୍ଥ ବେହେରା, ଚାଷୀ ସଂକୀର୍ତ୍ତନ ବେହେରା, ମଧୁସୂଦନ ଗୌଡ, ଭୀମ ଶବର ପ୍ରମୁଖ ଯୋଗଦେଇଥିଲେ। ଚାଷୀ ସମସ୍ୟା ଉପରେ ଆଲୋଚନା କରାଯାଇ ବ୍ଲକସ୍ତରୀୟ ପ୍ରତନିଧି ଦଳ ଚୟନ କରାଯାଇଥିଲା। ପର୍ଯ୍ୟୟକ୍ରମେ ୨୬ଗୋଟି ପଞ୍ଚାୟତରେ ଏହି ସଙ୍ଗଠନ ଗଠନ କରାଯିବା ନେଇ ଆଲୋଚନା ହୋଇଥିଲା।
ପୋଖରୀବନ୍ଧ ପଞ୍ଚାୟତସ୍ତରୀୟ ସଙ୍ଗଠନର ସଭାପତି ଭାବେ ଚନ୍ଦ୍ରମଣି ବେହେରାଙ୍କୁ ମନୋନୀତ କରାଯାଇଛି। ସେହିପରି ଉପସଭାପତି ଭାବେ ଫକିର ହରପାଲ, ସମ୍ପାଦକ ଚାରୁ ଚନ୍ଦ୍ର ହରପାଲ, ସହ ସମ୍ପାଦକ ସଂକୀର୍ତ୍ତନ ବେହେରା, କୋଷାଧ୍ୟକ୍ଷ ଦୁତିଆ କରୁଆ, ସହ କୋଷାଧ୍ୟକ୍ଷ ହର ବେହେରାଙ୍କୁ ଚୟନ କରାଯାଇଛି।

