ଆମେ ବିବିସି ସହିତ ଛିଡା ହୋଇଛୁ: ସଂସଦରେ କହିଲେ ବ୍ରିଟିଶ ସରକାର…

ଲଣ୍ଡନ,୨୨।୨ : ଗତ ସପ୍ତାହରେ ବିବିସିର ନୂଆଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ପରେ ବ୍ରିଟେନ ସରକାର ସଂସଦରେ ବିବିସିର ସମ୍ପାଦକୀୟ ସ୍ବାଧୀନତାର ପ୍ରତିରକ୍ଷା କରିଛନ୍ତି। ସରକାରଙ୍କ ତରଫରୁ ଏହା କୁହାଯାଇଛି ଯେ ଯେତେବେଳେ ଲେଖା ସ୍ବାଧୀନତାରର କଥା ଆସେ ସେତେବେଳେ ଆମେ ବିବିସି ସହିତ ଏହି ପ୍ରସଙ୍ଗରେ ସୁଦୃଢ଼ ଭାବରେ ଛିଡା ହୋଇଛୁ।

ହାଉସ ଅଫ କମନ୍ସରେ ଉଠାଯାଇଥିବା ଏକ ଜରୁରୀ ପ୍ରଶ୍ନର ଉତ୍ତରରେ ବ୍ରିଟିଶ ଏଫସିଡିଏର କନିଷ୍ଠ ମନ୍ତ୍ରୀ କହିଛନ୍ତି ଯେ ଆଇ-ଟି ବିଭାଗ ଦ୍ୱାରା ଚାଲିଥିବା ଅନୁସନ୍ଧାନ ଉପରେ ସରକାର କୌଣସି ମନ୍ତବ୍ୟ ଦେଇ ପାରିବେ ନାହିଁ, କିନ୍ତୁ ଗଣମାଧ୍ୟମର ସ୍ବାଧୀନତା ଏବଂ ବାକ୍‌ ସ୍ବାଧୀନତାକୁ ସର୍ବଦା ସମର୍ଥନ କରିବୁ।

ଏଫସିଡିଏର ସଂସଦୀୟ ଅଣ୍ଡର ସେକ୍ରେଟେରୀ ଡେଭିଡ ରଟଲି କହିଛନ୍ତି ଯେ ଆମେ ବିବିସି ପାଖରେ ଛିଡା ହୋଇଛୁ। ଆମେ ବିବିସିକୁ ପାଣ୍ଠି ଦେଉଛୁ। ଆମେ ଭାବୁଛୁ ବିବିସିର ୱାଲର୍‌ଡ ସର୍ଭିସ୍‌ ଗୁରୁତ୍ୱପୂର୍ଣ୍ଣ। ଆମେ ଚାହୁଁଛୁ ବିବିସି ସମ୍ପାଦକୀୟ ସ୍ବାଧୀନତା ପାଉ। ଏହା ଆମ ସରକାରଙ୍କୁ ସମାଲୋଚନା କରେ। ବିରୋଧୀ ଲେବର ପାର୍ଟିକୁ ସମାଲୋଚନା କରେ। ଏହାର ସ୍ବାଧୀନତା ଅଛି ଯାହାକୁ ଆମେ ବିଶ୍ୱାସ କରୁ ଯେ ଏହା ଗୁରୁତ୍ୱପୂର୍ଣ୍ଣ । ଆମେ ଭାରତର ସରକାରଙ୍କ ସମେତ ସମଗ୍ର ବିଶ୍ୱରେ ଆମର ବନ୍ଧୁମାନଙ୍କୁ ଏହାର ଗୁରୁତ୍ୱ ଜଣାଇବାକୁ ଚାହୁଁଛୁ ।

ଏହି ପ୍ରସଙ୍ଗରେ ହାଉସ ଅଫ କମନ୍ସକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ବିବିସି କାର୍ଯ୍ୟକ୍ଷମ ଏବଂ ସମ୍ପାଦକୀୟ ଭାବରେ ସ୍ବାଧୀନ ଅଟେ। ଜନସାଧାରଣଙ୍କ ପାଇଁ ପ୍ରସାରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଗୁଜରାଟୀ,ମରାଠୀଳ ପଞ୍ଜାବୀ ଏବଂ ତେଲୁଗୁ ଆଦି ଚାରିଟି ଭାରତୀୟ ଭାଷା ସହିତ ୧୨ ଟି ଭାଷାରେ ଏହା ସେବା ପ୍ରଦାନ କରିଥାଏ। ବିବିସି ମାଧ୍ୟମରେ ଆମର ସ୍ବର ଏବଂ ଏକ ସ୍ବାଧୀନତାର ସ୍ବର ସମଗ୍ର ବିଶ୍ୱରେ ଶୁଣାଯିବା ଜରୁରୀ ହୋଇଥିବାରୁ ଆମର ସମର୍ଥନ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ତରଳୁଛି ହିମବାହ, ବିଶ୍ୱକୁ ବିପଦ

ଲଣ୍ଡନ୍‌/ ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ସାରା ବିଶ୍ୱରେ ପ୍ରାୟ ୩,୧୦୦ ହିମବାହ ଦ୍ରୁତଗତିରେ ତରଳୁଛି, ଯାହାକି ଅତ୍ୟନ୍ତ ବିରଳ ଘଟଣା। ବିଶ୍ୱରେ ଥିବା ମୋଟ ହିମବାହର ଏହା ମାତ୍ର ୧%…

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri