ଆମେ ବିବିସି ସହିତ ଛିଡା ହୋଇଛୁ: ସଂସଦରେ କହିଲେ ବ୍ରିଟିଶ ସରକାର…

ଲଣ୍ଡନ,୨୨।୨ : ଗତ ସପ୍ତାହରେ ବିବିସିର ନୂଆଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ପରେ ବ୍ରିଟେନ ସରକାର ସଂସଦରେ ବିବିସିର ସମ୍ପାଦକୀୟ ସ୍ବାଧୀନତାର ପ୍ରତିରକ୍ଷା କରିଛନ୍ତି। ସରକାରଙ୍କ ତରଫରୁ ଏହା କୁହାଯାଇଛି ଯେ ଯେତେବେଳେ ଲେଖା ସ୍ବାଧୀନତାରର କଥା ଆସେ ସେତେବେଳେ ଆମେ ବିବିସି ସହିତ ଏହି ପ୍ରସଙ୍ଗରେ ସୁଦୃଢ଼ ଭାବରେ ଛିଡା ହୋଇଛୁ।

ହାଉସ ଅଫ କମନ୍ସରେ ଉଠାଯାଇଥିବା ଏକ ଜରୁରୀ ପ୍ରଶ୍ନର ଉତ୍ତରରେ ବ୍ରିଟିଶ ଏଫସିଡିଏର କନିଷ୍ଠ ମନ୍ତ୍ରୀ କହିଛନ୍ତି ଯେ ଆଇ-ଟି ବିଭାଗ ଦ୍ୱାରା ଚାଲିଥିବା ଅନୁସନ୍ଧାନ ଉପରେ ସରକାର କୌଣସି ମନ୍ତବ୍ୟ ଦେଇ ପାରିବେ ନାହିଁ, କିନ୍ତୁ ଗଣମାଧ୍ୟମର ସ୍ବାଧୀନତା ଏବଂ ବାକ୍‌ ସ୍ବାଧୀନତାକୁ ସର୍ବଦା ସମର୍ଥନ କରିବୁ।

ଏଫସିଡିଏର ସଂସଦୀୟ ଅଣ୍ଡର ସେକ୍ରେଟେରୀ ଡେଭିଡ ରଟଲି କହିଛନ୍ତି ଯେ ଆମେ ବିବିସି ପାଖରେ ଛିଡା ହୋଇଛୁ। ଆମେ ବିବିସିକୁ ପାଣ୍ଠି ଦେଉଛୁ। ଆମେ ଭାବୁଛୁ ବିବିସିର ୱାଲର୍‌ଡ ସର୍ଭିସ୍‌ ଗୁରୁତ୍ୱପୂର୍ଣ୍ଣ। ଆମେ ଚାହୁଁଛୁ ବିବିସି ସମ୍ପାଦକୀୟ ସ୍ବାଧୀନତା ପାଉ। ଏହା ଆମ ସରକାରଙ୍କୁ ସମାଲୋଚନା କରେ। ବିରୋଧୀ ଲେବର ପାର୍ଟିକୁ ସମାଲୋଚନା କରେ। ଏହାର ସ୍ବାଧୀନତା ଅଛି ଯାହାକୁ ଆମେ ବିଶ୍ୱାସ କରୁ ଯେ ଏହା ଗୁରୁତ୍ୱପୂର୍ଣ୍ଣ । ଆମେ ଭାରତର ସରକାରଙ୍କ ସମେତ ସମଗ୍ର ବିଶ୍ୱରେ ଆମର ବନ୍ଧୁମାନଙ୍କୁ ଏହାର ଗୁରୁତ୍ୱ ଜଣାଇବାକୁ ଚାହୁଁଛୁ ।

ଏହି ପ୍ରସଙ୍ଗରେ ହାଉସ ଅଫ କମନ୍ସକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ବିବିସି କାର୍ଯ୍ୟକ୍ଷମ ଏବଂ ସମ୍ପାଦକୀୟ ଭାବରେ ସ୍ବାଧୀନ ଅଟେ। ଜନସାଧାରଣଙ୍କ ପାଇଁ ପ୍ରସାରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଗୁଜରାଟୀ,ମରାଠୀଳ ପଞ୍ଜାବୀ ଏବଂ ତେଲୁଗୁ ଆଦି ଚାରିଟି ଭାରତୀୟ ଭାଷା ସହିତ ୧୨ ଟି ଭାଷାରେ ଏହା ସେବା ପ୍ରଦାନ କରିଥାଏ। ବିବିସି ମାଧ୍ୟମରେ ଆମର ସ୍ବର ଏବଂ ଏକ ସ୍ବାଧୀନତାର ସ୍ବର ସମଗ୍ର ବିଶ୍ୱରେ ଶୁଣାଯିବା ଜରୁରୀ ହୋଇଥିବାରୁ ଆମର ସମର୍ଥନ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ମୋଦି-ରାହୁଲଙ୍କ ମଧ୍ୟରେ ଅଚାନକ ୮୮ ମିନିଟ୍ ଧରି ଚାଲିଲା ବୈଠକ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ଅଚାନକ ୮୮ ମିନିଟ୍...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ତିରୁପତି ମନ୍ଦିରରେ ୫୪ କୋଟି ଟଙ୍କାର ଦୁର୍ନୀତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତିରୁପତି,୧୦।୧୨: ଆନ୍ଧ୍ରପ୍ରଦେଶର ବିଶ୍ୱ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ(TTD)ରେ ଏକ ବଡ଼ ଧରଣର ଦୁର୍ନୀତିର ଖୁଲାସା ହୋଇଛି, ଯାହା ୨୦୧୫ ରୁ ୨୦୨୫ ମଧ୍ୟରେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri