ଭୁବନେଶ୍ୱର,୨୩।୧୧: ଆରମ୍ଭ ହୋଇଯାଇଛି ଧରିତ୍ରୀ ୟୁଥ୍ କନକ୍ଲେଭ ୨୦୨୫। ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣର ପ୍ରଥମ ଦିନ ଭୁବନେଶ୍ୱରର ପ୍ରେସ୍ କ୍ଲବରେ ଅନୁଷ୍ଠିତ ହୋଇଛି। ୟୁଥ୍ କନକ୍ଲେଭର ପ୍ରଥମ ଅଧିବେଶନ ଗ୍ରୀନ ହିରୋଜ ସମିଟରେ ଜଳବାୟୁ ପରିବର୍ତ୍ତନ ଉପରେ ନିଜ ଅଭିଭାଷଣ ରଖି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ।
ସେ କହିଛନ୍ତି, ପ୍ରକୃତି ହିଁ ଭଗବାନ। ମାତ୍ର ଆଜିର ଯୁବପିଢ଼ି ନୂଆ ନୂଆ ଗାଡିର ମଡେଲ ନାଁ ଜାଣୁଥିଲେ ହେଁ ଆମ ଚାରିପାଖରେ କେତେ ପ୍ରକାର ଗଛ ଅଛି ତାହା ଜାଣିପାରିନୁ। ଆମେ ନିଜେ ଜାଣିବାକୁ ଚାଁହୁନୁ କେମିତି ବଞ୍ଚୁଛୁ। ଆମ ଆଖପାଖରେ ଥିବା ୪୦% ପୋକଙ୍କୁ ଆମେ ମରିସାରିଲୁଣି। ୬୦% ଉଡ଼ନ୍ତା ପୋକଙ୍କୁ କୀଟନାଶକ ପକାଇ ମାରି ସାରିଲୁଣି। ଧୀରେ ଧୀରେ ପ୍ରକୃତିକୁ ନଷ୍ଟ କରିଚାଲିଛୁ। ସୁସ୍ଥ ବାତାବରଣ ସୃଷ୍ଟି ପାଇଁ କେହି ବ୍ୟସ୍ତ ହେଉନାହାନ୍ତି। ଆଜିକାଲର ଅଭିଭାବମାନେ କେବଳ ଚାକିରି କରିବାକୁ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ତେବେ environment field ରେ କାମ କରି ମଧ୍ୟ ଆମେ ରୋଜଗାର ପାଇପାରିବା ଏବଂ ରୋଜଗାର ସହ ପୃଥିବୀର ମଙ୍ଗଳ କରିପାରିବା। ବିଶେଷକରି ବିନା ରାଜନୀତିରେ ପରିବେଶ ପାଇଁ କାମ କରିବା ଦରକାର।
View this post on Instagram

