Posted inଜାତୀୟ

‘ପାକ୍‌ ସହ ପ୍ରତ୍ୟକ୍ଷ ଯୁଦ୍ଧ ଜିତିଛୁ, ପରୋକ୍ଷ ବି ଜିତିବୁ’

ନୂଆଦିଲ୍ଲୀ, ୧୩।୧୨: ଭାରତ ୧୯୭୧ରେ ପାକିସ୍ତାନ ବିରୋଧରେ ପ୍ରତ୍ୟକ୍ଷ ଯୁଦ୍ଧ ଜିତିଥିଲା। ଏବେ ପାକିସ୍ତାନ ପ୍ରେରିତ ଆତଙ୍କବାଦ ବିରୋଧରେ ପରୋକ୍ଷ ଯୁଦ୍ଧରେ ମଧ୍ୟ ଆମେ ଜିତିବୁ ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର କହିଛନ୍ତି। ସ୍ବାଧୀନତା ସମୟରେ ଧର୍ମ ନାମରେ ଦେଶ ବିଭାଜନ ଐତିହାସିକ ଭୁଲ୍‌। ୧୯୭୧ ଯୁଦ୍ଧରୁ ଏହା ସ୍ପଷ୍ଟ ହୋଇଥିଲା। ଆତଙ୍କବାଦ ଏବଂ ଅନ୍ୟ ଭାରତ ବିରୋଧୀ କାର୍ଯ୍ୟ ମାଧ୍ୟମରେ ପାକିସ୍ତାନ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିବା ରାଜନାଥ ୧୯୭୧ ଯୁଦ୍ଧ ବିଜୟର ସ୍ବର୍ଣ୍ଣିମ ବିଜୟ ପର୍ବ ଅବସରରେ ଉଦ୍‌ଘାଟନୀ ସମାରୋହରେ ଉଦ୍‌ବୋଧନ ଦେଇ କହିଛନ୍ତି।
ସ୍ବର୍ଣ୍ଣିମ ବିଜୟ ପର୍ବକୁ ଆହୁରି ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରିବା ଲାଗି ଭାରତ ସରକାର ଯୋଜନା କରିଥିଲେ। ତେବେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ୍‌, ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ୧୧ ଜଣ ଯବାନଙ୍କ ଅକାଳ ବିୟୋଗ ପରେ ଉକ୍ତ ପର୍ବକୁ ନିରାଡ଼ମ୍ବର ଭାବେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ରାଜନାଥ କହିଛନ୍ତି। ଜେନେରାଲ ରାଓ୍ବତ୍‌ଙ୍କ ପରଲୋକରେ ଦେଶ ଜଣେ ପରାକ୍ରମୀ ଯୋଦ୍ଧା, ଦକ୍ଷ ଉପଦେଷ୍ଟାଙ୍କୁ ହରାଇଲା। ସ୍ବର୍ଣ୍ଣିମ ବିଜୟ ପର୍ବ ପାଳନ ଲାଗି ସେ ଅତ୍ୟନ୍ତ ଉତ୍‌ଫୁଲ୍ଲିତ ଥିଲେ। ଆଜିର ଉତ୍ସବରେ ତାଙ୍କ ଅନୁପସ୍ଥିତି ଅନୁଭବ କରୁଥିବା ରାଜନାଥ ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ‘ଓ୍ବାଲ୍‌ ଅଫ୍‌ ଫେମ୍‌-୧୯୭୧ ଭାରତ-ପାକ୍‌ ଯୁଦ୍ଧ’ର ଉଦ୍‌ଘାଟନ କରିଛନ୍ତି। ସେହି ସମୟରେ ଭାରତର ସଶସ୍ତ୍ର ବଳ ଦେଖାଇଥିବା ପରାକ୍ରମ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ହୋଇ ରହିଛି। ଏହି ଯୁଦ୍ଧ କେବଳ ପାକିସ୍ତାନୀ ସୈନ୍ୟବାହିନୀ ବିରୋଧରେ ନ ଥିଲା, ଏହା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢ଼େଇ ଥିଲା। ଆମ ଗଣତାନ୍ତ୍ରିକ ପରମ୍ପରା, ଉପଯୁକ୍ତ ବ୍ୟବହାର ଓ ନୈତିକତାର ଏହା ଉତ୍କୃଷ୍ଟ ଦୃଷ୍ଟାନ୍ତ ଭାବେ ସାରା ବିଶ୍ୱ ଜାଣିଥିଲା। ଭାରତ କେବେ କୌଣସି ଦେଶ ଉପରେ ଆକ୍ରମଣ କରେନାହିଁ କିମ୍ବା କୌଣସି ଦେଶର ଇଞ୍ଚେ ବି ଜମି ଦଖଲ କରିନାହିଁ। ବାଂଲାଦେଶରେ ଗଣତାନ୍ତ୍ରିକ ପରମ୍ପରା ସ୍ଥାପନରେ ଏହା ସହାୟତା କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri