Posted inଜାତୀୟ

କରୋନା ସମୟରେ ଆମେ କରିନୁ ଖେଚୁଡି ଚୋରି: ଉଦ୍ଧବଙ୍କୁ ଶିନ୍ଦେଙ୍କ କଟାକ୍ଷ…

ମୁମ୍ବାଇ,୨୪।୧୦ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପୂର୍ବତନ ପ୍ରତିପକ୍ଷ ଉଦ୍ଧବ ଠାକରେଙ୍କ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଆମେ କରୋନା ମହାମାରୀ ସମୟରେ ଅନ୍ୟ କାହା ଭଳି ଖେଚୁଡି ଚୋରି କରି ନାହୁଁ। ଉଦ୍ଧବ ୩୦୦ ଗ୍ରାମ ଖେଚୁଡି ବଦଳରେ ୧୦୦ ଗ୍ରାମ ଖେଚୁଡି କରିବାକୁ ନିର୍ଦ୍ଦେଶ ଦେଇ ଘୋର ପାପ କରିଛନ୍ତି। ରାଜ୍ୟର ଜନସାଧାରଣଙ୍କ ପ୍ରତି ଏଭଳି କାର୍ଯ୍ୟ କରିଥିବା ଲୋକଙ୍କର କୌଣସି ପ୍ରସଙ୍ଗରେ କହିବାର କିଛି ଅଧିକାର ନାହିଁ। ଉଦ୍ଧବ କହିଥିଲେ ବିରିୟାନୀ ଲୋଭ ଦେଖାଇ ଶିନ୍ଦେ ନିଜ ସଭାରେ ଲୋକଙ୍କୁ ଜମା କରୁଛନ୍ତି। ତାଙ୍କ ସଭାରେ ଯୋଗଦେବାକୁ କାହାର ଆଗ୍ରହ ନାହିଁ।

ଉଦ୍ଧବଙ୍କ ଅଭିଯୋଗର ଉତ୍ତରରେ ଶିନ୍ଦେ କହିଛନ୍ତି, ଶ୍ରମିକ ଏବଂ ସାଧାରଣ ନାଗରିକଙ୍କୁ ବିରିୟାନି ଖାଇବାକୁ ଦେବାର ଆମର ଅଧିକାର ନାହିଁ କି? ଆମେ ବାଲାସାହେବ ଠାକରେଙ୍କ ପ୍ରକୃତ ଶିବ ସୈନିକ। ଆମେ ସବୁବେଳେ ସାଧାରଣ ଲୋକଙ୍କୁ ଖାଇବାକୁ ଦେବାକୁ ଶିଖିଛୁ। ଯେତେବେଳେ ଲୋକମାନେ ଦୂର ସ୍ଥାନରୁ ଆସନ୍ତି, ସେମାନଙ୍କୁ ଖାଇବାକୁ ଦେବା ଆମର କର୍ତ୍ତବ୍ୟ। ସୂଚନାଯୋଗ୍ୟ, ପ୍ରତିବର୍ଷ ବିଜୟାଦଶମୀ ଅବସରରେ ଶିବସେନା ମହାରାଷ୍ଟ୍ରରେ ଏକ ସାଧାରଣ ସଭାର ଆୟୋଜନ କରିଥାଏ।

ଏକନାଥ ଶିନ୍ଦେଙ୍କ ବିଦ୍ରୋହ ପରେ ଶିବସେନା ଦୁଇ ଭାଗରେ ବିଭକ୍ତ ହୋଇଛି। ତେଣୁ ବର୍ତ୍ତମାନ ଶିବସେନାର ଉଭୟ ଦଳ ଦଶହରା ପାଇଁ ପୃଥକ ସାଧାରଣ ସଭା ଆୟୋଜନ କରୁଛନ୍ତି। ଏହି ବର୍ଷ ମଧ୍ୟ ସମାନ ଢଙ୍ଗରେ ଦୁଇଟି ପୃଥକ ସାଧାରଣ ସଭାର ଆୟୋଜନ କରାଯାଉଛି। ଏକନାଥ ଶିନ୍ଦେ ମୁମ୍ବାଇର ଆଜାଦ ମଇଦାନରେ ସାଧାରଣ ସଭାକୁ ସମ୍ବୋଧିତ କରୁଥିବାବେଳେ। ଉଦ୍ଧବ ଠାକରେ ଛତ୍ରପତି ଶିବାଜୀ ପାର୍କରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ହରମୁଜରେ ଫସିଗଲା ଭାରତର ୨୩୦୦ କୋଟି ଟଙ୍କାର LPG, ଆସିବାକୁ ଲାଗିବ…

ନୂଆଦିଲ୍ଲୀ,୧୮।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତର ଏଲପିଜି ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କଳାବଜାରୀ ଏବଂ ଗଚ୍ଛିତ ରଖିବା ପାଇଁ…

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri