ମ୍ୟାଲେରିଆର ବିନାଶ କରିପାରିବା: ଜାଣନ୍ତୁ ଏ ବର୍ଷର ବାର୍ତ୍ତା କ’ଣ

ମ୍ୟାଲେରିଆ ଜ୍ୱର ସାଧାରଣତଃ ବର୍ଷା ଋତୁରେ ଦେଖାଦେଇଥାଏ। ଆବାଳ ବୃଦ୍ଧବନିତା ଏହି ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି। ଏହାର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବା ଆବଶ୍ୟକ। ସାରା ପୃଥିବୀରେ ୪ ପ୍ରକାରର ମ୍ୟାଲେରିଆ ପାରାସାଇଟ (ପ୍ଲାସମୋଡିୟମ ଫଲସିଫରମ,ପ୍ଲାସମୋଡିୟମ ଭାଇଭେକ୍ସ, ପି. ଓଭେଲା ଏବଂ ପି. ମ୍ୟାଲେରିଆ) ଦେଖାଯାଇଥାଏ। ଏଥିରୁ ଆମ ଭାରତରେ ପ୍ଲାସମୋଡିୟମ ଫଲସିଫରମ ଓ ପ୍ଲାସମୋଡିୟମ ଭାଇଭାକ୍ସର ପାରାସାଇଟ ଦ୍ୱାରା ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥାନ୍ତି, ଯାହାକି ମାରାତ୍ମକ। ଆମ ଦେଶରେ ଅନେକ ପ୍ରତିକାର, ପ୍ରତିରୋଧ ବ୍ୟବସ୍ଥଶ ସତ୍ତ୍ୱେ ବହୁ ବ୍ୟକ୍ତି ମ୍ୟାଲେରିଆରେ ମୃତ୍ୟୁବରଣ କରୁଛନ୍ତି।
ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ‘ବିଶ୍ୱ ମ୍ୟାଲେରିଆ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ମ୍ୟାଲେରିଆର ପ୍ରତିକାର ଓ ପ୍ରତିରୋଧ ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରତିବର୍ଷ ଏକ ବାର୍ତ୍ତା ଦିଆଯାଇଥାଏ। ଚଳିତ ବର୍ଷ ଏହି ଦିବସ ନିମନ୍ତେ ବାର୍ତ୍ତା ରହିଛି ‘ମ୍ୟାଲେରିଆ ଏଣ୍ଡସ୍‌ ଓ୍ବିଥ୍‌ ଅସ୍‌: ରିଇନ୍‌ଭେଷ୍ଟ,ରିଇମାଜିନ୍‌, ରିଇଗ୍‌ନାଇଟ। ଅର୍ଥାତ୍‌, ମ୍ୟାଲେରିଆକୁ ଆମେ ଚାହିଁଲେ ବିନାଶ କରିପାରିବା। ଏ ନେଇ ଆମକୁ ଭଲ ଭାବରେ ଚିନ୍ତା କରିବାକୁ ପଡିବ। ଆମ ଦେଶରୁ ମ୍ୟାଲେରିଆ ଜ୍ୱରଠାରୁ ଦୂରେଇ ରହିବା ନିମନ୍ତେ ବ୍ୟକ୍ତିଗତ,ପାରିବାରିକ,ସାମାଜିକ, ବ୍ଲକ, ଜିଲା,ରାଜ୍ୟ ସ୍ତରରେ ହାତକୁ ହାତ ମିଶାଇ ଏହାର ପ୍ରତିରୋଧ କରାଯିବାର ଆବଶ୍ୟକତା ରହିଛି। ଯଦ୍ଦ୍ବାରା ଭାରତ ଏକ ମ୍ୟାଲେରିଆ ମୁକ୍ତ ଦେଶ ହିସାବରେ ସାରା ବିଶ୍ୱରେ ପରିଗଣିତ ହୋଇପାରିବ।
ସୁସ୍ଥ ବ୍ୟକ୍ତି ମ୍ୟାଲେରିଆ ପାରାସାଇଟ (ମ୍ୟାଲେରିଆ ପରଜୀବୀ) ସଂକ୍ରମଣରୁ ହିଁ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି। ଏହାର ବାହକ ମାଈ ଏନୋଫିଲିସ ମଶା। ଏହି ମଶାର ଲାଳ ଗ୍ରନ୍ଥିରେ ମ୍ୟାଲେରିଆ ପରଜୀବୀ ରହିଥାଏ। ଏହି ମଶା ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କାମୁଡିଲେ ସେ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୁଅନ୍ତି। ଏହି ମଶା ମ୍ୟାଲେରିଆ ଆକ୍ରାନ୍ତ ରୋଗୀକୁ କାମୁଡିବା ଦ୍ୱାରା ମଶା ଦେହକୁ ମ୍ୟାଲେରିଆ ପରଜୀବୀ ପ୍ରବେଶ କରିଥାଏ। ତା’ପରେ ପରଜୀବୀ
ମଶାର ଖାଦ୍ୟ ନଳୀରେ ପହଞ୍ଚତ୍ ମଶାକୁ ସଂକ୍ରମିତ କରିଥାଏ। ଏହି ସଂକ୍ରମିତ ମଶା ଯେତେବେଳେ ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କାମୁଡି ଥାଏ ସେତେବେଳେ ମ୍ୟାଲେରିଆ ପରଜୀବୀ ମନୁଷ୍ୟର ରକ୍ତ ଭିତରକୁ ପ୍ରବେଶ କରି ୧୪- ୨୧ ଦିନ ଭିତରେ ଲକ୍ଷଣ ପ୍ରକାଶ ପାଇଥାଏ। ପ୍ରଥମେ ଜ୍ୱର ହେବା ସହ ଶରୀରରେ କମ୍ପ ଓ ପ୍ରବଳ ଶୀତ ଏବଂ ମୁଣ୍ଡ ବ୍ୟଥା ସହ ରୋଗୀ ବାଉଳିଚାଉଳି ହୋଇଥାଏ।
ସର୍ବପ୍ରଥମେ ସୁସ୍ଥ ବ୍ୟକ୍ତି ମଶା କାମୁଡିବାଠାରୁ ନିଜକୁ ଦୂରେଇଖିବା ଲାଗି ଚେଷ୍ଟା କରନ୍ତୁ। ମାଈ ଏନୋଫିଲିସ ମଶା ରାତିରେ କାମୁଡି ଥାଏ। ତେଣୁ ମଶାରି ଟାଙ୍ଗି ଶୋଇବା ସହ ଘରେ ଝୁଣା ଧୂପ ଦିଅନ୍ତୁ। ଏହି ମଶା ସ୍ଥିର ସ୍ବଚ୍ଛ ଜଳରେ ବଂଶବିସ୍ତାର କରିଥାନ୍ତୁ। ମଶା ୧-୨ କିମି ପରିସୀମା ଭିତରେ ଉଡି ବ୍ୟକ୍ତିଙ୍କୁ କାମୁଡିଥାଏ। ଜ୍ୱରର ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ କରି ରକ୍ତ ନମୁନା ପରୀକ୍ଷା ସହ ଔଷଧ ସେବନ କରିବା ଆବଶ୍ୟକ। ପ୍ରତିକାର ସ୍ବରୂପ ବାସଗୃହର ଚାରିପାଖ ସଫାସୁତୁରା ରଖିବା ସହ କୌଣସି ସ୍ଥାନରେ ପାଣି ଜମି ରହିବାକୁ ଦିଅନ୍ତୁନାହିଁ। ଜଳାଶୟ ଓ ଅନ୍ୟାନ୍ୟ ସ୍ଥାନଗୁଡିକରେ ବ୍ଲିଚିଙ୍ଗ ପାଉଡ଼ର ପକାଇବା ସହ ବାସଗୃହରେ ଡିଡିଟି ସିଞ୍ଚନ କରନ୍ତୁ।

ଏ ବର୍ଷର ବାର୍ତ୍ତା

ମ୍ୟାଲେରିଆର ନିରାକରଣ ନିମନ୍ତେ ସଚେତନତା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ପ୍ରତିବର୍ଷ ଏକ ବାର୍ତ୍ତା ଦିଆଯାଇଥାଏ। ଚଳିତ ବର୍ଷ ଏହି ଦିବସ ଲାଗି ବାର୍ତ୍ତା ରହିଛି ‘ମ୍ୟାଲେରିଆ ଏଣ୍ଡସ୍‌ ଓ୍ବିଥ୍‌ ଅସ୍‌: ରିଇନ୍‌ଭେଷ୍ଟ,ରିଇମାଜିନ୍‌, ରିଇଗ୍‌ନାଇଟ। ଅର୍ଥାତ୍‌, ମ୍ୟାଲେରିଆକୁ ଆମେ ଚାହିଁଲେ ବିନାଶ କରିପାରିବା। ଏ ନେଇ ଆମକୁ ଭଲ ଭାବରେ ଚିନ୍ତା କରିବାକୁ ପଡ଼ିବ।

– ଡା. ବସନ୍ତ କୁମାର ଷଡ଼ଙ୍ଗୀ,
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଚନ୍ଦାହାଣ୍ଡି, ନବରଙ୍ଗପୁର, ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

ନୂଆବର୍ଷରେ BSNLର ଦମଦାର ଅଫର୍‌, ମାସେ ଯାଏ ଫ୍ରି ଇଣ୍ଟଟରନେଟ୍‌କୁ ସବୁ ମାଗଣା!

ନୂଆଦିଲ୍‌ଲୀ,୨୭।୧୨: ସୁଲଭ ରିଚାର୍ଜ ପ୍ଲାନ ସହିତ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିଥିବା ସରକାରୀ ଟେଲିକମ କମ୍ପାନୀ BSNL, ନୂତନ ବର୍ଷ ପାଇଁ ଏକ ଚମତ୍କାର ଅଫର ଘୋଷଣା...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri