ଆମେ କାମ ଚୋର

ଅତୀତରେ ରାଜାମାନେ ଶୋଷଣକାରୀ ଥିଲେ। ସେତେବେଳେ ଲୋକେ କେବଳ ଚାଷ ଉପରେ ନିର୍ଭର କରୁଥିଲେ। ଚାଷ ବ୍ୟତୀତ ଅନ୍ୟ ଅର୍ଥନୈତିକ ପନ୍ଥା ନ ଥିଲା। ଯୋଗାଯୋଗର ମଧ୍ୟ ସୁବିଧା ନ ଥିଲା। ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ଲୋକ ଯାଇପାରୁ ନ ଥିଲେ। ସମ୍ଭବତଃ କ୍ୱଚିତ ଲୋକଙ୍କ ବ୍ୟତୀତ ଭାରତର ଅନ୍ୟ ପ୍ରାନ୍ତର ଲୋକମାନେ ନିଜ ଭିଟାମାଟି ଛାଡ଼ି ଅନ୍ୟ ଜାଗାକୁ ଯିବାର ଇତିହାସରେ ଲେଖାନାହିଁ। ଆଜି ମଧ୍ୟ ଦେଖିଲେ ସବୁ ରାଜ୍ୟର ଲୋକ ବିଭିନ୍ନ ଆଳରେ ନିଜ ରାଜ୍ୟକୁ ଫେରିବାକୁ ଚେଷ୍ଟା କରୁଛନ୍ତି। କାରଣ ନିଜ ଘରେ ରହିପାରିଲେ କାର୍ଯ୍ୟ କରିବାର ଚାପ ହ୍ରାସ ପାଇଥାଏ ବୋଲି ବିଶ୍ୱାସ କରାଯାଏ। ଏଥିସହିତ ଭାରତୀୟଙ୍କ ଡିଏନ୍‌ଏରେ ଅଧିକ କାର୍ଯ୍ୟ କରି ଉତ୍ପାଦନ ବଢ଼ାଇବାର ମାନସିକତା ସୃଷ୍ଟି ହୋଇନାହିଁ। କାରଣ ଗୋଟିଏ ପଟେ ବିଦେଶୀ ଶାସକମାନେ ଆମକୁ ଦମନ କରି ରଖୁଥିଲେ। ଲୋକେ ଯାହା ଉତ୍ପାଦନ କରୁଥିଲେ ତାହାର ସିଂହଭାଗ ଶାସକମାନେ ନେଇଯାଉଥିଲେ। ଲୋକଙ୍କ ଉତ୍ପାଦନ ଉପରେ ଶାସକ କିମ୍ବା ରାଜାଙ୍କ ଦୃଷ୍ଟି କିଭଳି ନ ପଡ଼ୁ ସେଥିପାଇଁ କି ଭାରତୀୟମାନେ ଅଧିକ ଉତ୍ପାଦନ କରିବାକୁ ଚାହୁଁ ନ ଥିଲେ ଏବଂ ସେହି ଭାବନା ଏବେ ସୁଦ୍ଧା ଆମ ଭିତରେ ବସା ବାନ୍ଧି ରହିଛି। ଏଭଳି ସ୍ଥିତିରେ ଭାରତୀୟମାନଙ୍କ କାର୍ଯ୍ୟଶୈଳୀରେ ଉନ୍ନତି ଓ କାର୍ଯ୍ୟ କରିବାର ମାନସିକତାର ଘୋର ଅଭାବ ଦେଖା ଦେଇଛି। ଯେତେବେଳେ ଯୁଗ ପରିବର୍ତ୍ତନ ହେଉଛି ସେତେବେଳେ ବ୍ୟକ୍ତି ବିଶେଷଭାବରେ ପରିବାର ଏବଂ ନିଜ ପାଇଁ ରୋଜଗାର ବ୍ୟତୀତ କାର୍ଯ୍ୟ ସହିତ ମିଶିକରି ଆସୁଥିବା ଓଜନିଆ ଦାୟିତ୍ୱକୁ ସମ୍ଭାଳିବାରେ ଆମେ ବିଫଳ ହେଉଛୁ; ଯେଉଁଥିପାଇଁ ସେପ୍ଟେମ୍ବରରେ ପୁଣେର ଏକ ବିଦେଶୀ କମ୍ପାନୀରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ୨୬ ବର୍ଷୀୟା ଆନ୍ନା ସେବାଷ୍ଟିନ ପେରାୟିଲ ଓ ଉତ୍ତରପ୍ରଦେଶର ଝାନ୍ସିରେ ବଜାଜ୍‌ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ତରୁଣ ସକ୍ସେନାଙ୍କ ଆତ୍ମହତ୍ୟାଠାରୁ ଆରମ୍ଭ କରି ଗୁଜରାଟର ସୁରଟ ସହରରେ ମୟୂର ତାରାପରା ନିଜ ଅଙ୍ଗୁଳି କାଟିଦେବା ଘଟଣା କାହାରିକୁ ଚିନ୍ତିତ କରୁନାହିଁ।

ଏବେ ଖବର ମିଳୁଛି ଯେ, ସୁରଟର ଭାରାଛା ମିନି ବଜାରରେ ଥିବା ଅନଭ ଜେମ୍ସ ଜୁଏଲେରି ଦୋକାନରେ ଆକାଉଣ୍ଟ ବିଭାଗରେ କାମ କରୁଥିବା ମୟୂର ତାଙ୍କ ବାମହାତର ୪ଟି ଅଙ୍ଗୁଳି କାଟିଦେଇଛନ୍ତି। ଏଠାରେ ତାଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ୁଥିଲା ଓ ସେ ଏଥିରୁ ମୁକୁଳିବା ପାଇଁ ଏଭଳି କ୍ରୂର ପଦକ୍ଷେପ ନେଇଥିଲେ ବୋଲି ସ୍ବୀକାର କରିଛନ୍ତି। ଘଟଣାକ୍ରମରେ ସତେ ଯେମିତି ଏଭଳି ପ୍ରତିକ୍ରିୟାସବୁ ଆମ ପାଇଁ ଦେହସୁହା ହୋଇଗଲାଣି। ଯେତେବେଳେ ସମାଜ ଏସବୁ ପ୍ରତିକ୍ରିୟାକୁ ସମସ୍ୟା ଭଳି ବିବେଚନା କରିବ ନାହିଁ, ସେତେବେଳେ ତାହାର କୋପ ଆହୁରି ଅଧିକ ବଢ଼ିବ। ଦେଶରେ କାର୍ଯ୍ୟଚାପ ଯୋଗୁ ନିୟମିତ ବ୍ୟବଧାନରେ ଅନେକ କର୍ମଚାରୀ ଆମତ୍ହତ୍ୟା କରୁଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ( ଏନ୍‌ସିଆର୍‌ବି)ର ୨୦୨୩ ରିପୋର୍ଟ ଅନୁଯାୟୀ, ସହରଗୁଡ଼ିକ ମଧ୍ୟରେ କାର୍ଯ୍ୟଚାପ ଯୋଗୁ ବେଙ୍ଗାଲୁରୁରେ ସବୁଠୁ ବେଶି ୧୨୧, ତା’ପରକୁ ଦିଲ୍ଲୀରେ ୭୭ ଓ ତୃତୀୟ ସ୍ଥାନରେ ଅହମଦାବାଦରେ ୭୧ ଜଣ କର୍ମଚାରୀ ଆମତ୍ହତ୍ୟା କରିଛନ୍ତି। ବଡ଼ କଥା ହେଉଛି, ବିଗତ ଦଶନ୍ଧିରେ ବିଶେଷକରି ଦିନ ମଜୁରିଆ ଭାବେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରେ ଆମତ୍ହତ୍ୟା ହାର ଅତ୍ୟଧିକ ବୃଦ୍ଧି ଘଟିଛି।
କୋଭିଡ୍‌ ମହାମାରୀ ପରେ ମୁଖ୍ୟତଃ ସଂଗଠିତ ଓ ଅସଂଗଠିତ କ୍ଷେତ୍ରଗୁଡ଼ିକ ପୂର୍ବ ସ୍ଥିତିକୁ ଫେରିବାକୁ ଉଦ୍ୟମ ଚଳାଇଛନ୍ତି। ଏଭଳି ସ୍ଥିତିରେ ଭାରତରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ଅବଦାନ ସବୁଠୁ ଅଧିକ ରହୁଛି। ନିକଟରେ ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି କହିଥିଲେ ଯେ, ଭାରତର ଲୋକେ ସପ୍ତାହକୁ ୭୦ ଘଣ୍ଟା ଅର୍ଥାତ୍‌ ଦିନକୁ ପାଖାପାଖି ୧୨ ଘଣ୍ଟା କାମ କରିବାକୁ ପଡ଼ିବ। ଏ କଥା ବିଶେଷକରି ଯୁବକମାନେ ହୃଦ୍‌ବୋଧ କରିବା ଉଚିତ। କାରଣ ଭାରତରେ ଏବେ ବି ୮୦ କୋଟି ଲୋକ ମାଗଣା ରାଶନ ନେଉଥିବାରୁ ଗରିବୀ ରହିଛି ଏବଂ ଦେଶକୁ ମଜଭୁତ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲ ମୂର୍ତ୍ତି ଯୁକ୍ତି ଉପସ୍ଥାପନ କରିଥିଲେ।

ଦେଖିବାକୁ ଗଲେ ଆଜିର ଆଧୁନିକ ଯୁଗରେ ଜଣେ ଯଦି ମନଦେଇ ୫ରୁ ୮ ଘଣ୍ଟା କାମ କରେ ତେବେ ଯଥେଷ୍ଟ କିଛି ହାସଲ କରିହେବ। ସେଥିପାଇଁ ୧୨ ଘଣ୍ଟା କାମ କରିବା ଯଥାର୍ଥ ନୁହେଁ। ବର୍ତ୍ତମାନ କାର୍ଯ୍ୟ କରିବାର ଦୌଡ଼ ବଢ଼ିଯାଇଛି। ଏହାକୁ ଲକ୍ଷ୍ୟ କରି ମାତାପିତାମାନେ ସେମାନଙ୍କ ପିଲାଙ୍କୁ ବିନା ଚାପରେ ଅଧିକ କାମ କରିବାର ଶୈଳୀ ଶିଖାଇବା ଦରକାର। ଏବେ ମଧ୍ୟ ମାତାପିତା ପିଲାଙ୍କୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କପି ଯୋଗାଇବା ଯାଏ ଚାଲିଯାଉଛନ୍ତି। ପିଲାମାନଙ୍କର ବିବାହ ସମ୍ପର୍କିତ ନିଷ୍ପତ୍ତି ମଧ୍ୟ ମାତାପିତା ନେଉଛନ୍ତି; ଯେଉଁଥିପାଇଁ ଯୌତୁକ ପ୍ରଥା ଲୋପ ହୋଇପାରୁ ନାହିଁ। ଆଇନ ନଜରରୁ ବଞ୍ଚିବା ପାଇଁ ହୁଏତ କିଛି ବର କହୁଛନ୍ତି ଆମର କୌଣସି ‘ଡିମାଣ୍ଡ’ ନାହିଁ। କିନ୍ତୁ ଝିଅ ଘରକୁ ପଚାରିଲେ ବାପ କହୁଛନ୍ତି ଯେ, ମୁଁ ସବୁ ବାଧ୍ୟରେ ଦେଉଛି। ଏଥିରୁ ବୁଝାପଡ଼ୁଛି ଯେ, ଆମେ ପିଲାଙ୍କ ଜୀବନକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ଚାହୁଁଛୁ। ତାଙ୍କୁ ତାଙ୍କର ନିଜ ଭବିଷ୍ୟତ ପାଇଁ ନିଷ୍ପତ୍ତି ନେବାର ସୁଯୋଗ ଦେଉନାହୁଁ ସେହିଭଳି ଗୁରୁଜନମାନେ ଅଧିକ କାମ କରୁଥିବା ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ବଦଳରେ ସମାଲୋଚନା କରିଥାନ୍ତି ଏବଂ ଏତେ କାମ କରୁଛୁ, ଘରକୁ ନ ଆସି ଦେଖେଇ ହେଉଛୁ ବୋଲି କହିଥାନ୍ତି। ପିଲାଙ୍କୁ ସଚ୍ଚୋଟ ଓ କଠୋର ପରିଶ୍ରମୀ ହେବାର ଶିକ୍ଷାଦେବାରେ କୌଣସି ଅସୁବିଧା ନାହିଁ। ଏଥିପାଇଁ ମୁଖ୍ୟତଃ ମାତାପିତାଙ୍କ ଉଦ୍ୟମ ଦରକାର। ଏହା ବ୍ୟତୀତ ଯୁବକମାନେ କିଭଳି କୌଶଳଗତ ଜ୍ଞାନ ହାସଲ କରିବେ ଏବଂ ମାନସିକ ସ୍ତରରେ ଯୋଗ୍ୟ ରହିବେ ସେଥିପ୍ରତି ସମ୍ପୃକ୍ତ ନିଯୁକ୍ତିଦାତା ସଂସ୍ଥାର ଉତ୍ତରଦାୟିତ୍ୱ ରହିବା ଦରକାର। ଏହାସହ କର୍ମଚାରୀମାନେ ସେମାନଙ୍କ କାମକୁ ଚାପ ଭାବେ ନ ନେଇ ସଂସ୍ଥାପ୍ରତି ନିଷ୍ଠା ଓ ସହନଶୀଳତା ମନୋଭାବ ପୋଷଣ କଲେ ଉତ୍ପାଦକତା ବୃଦ୍ଧି ହେବା ସହ ସେମାନଙ୍କ ମଧ୍ୟରେ ଚାକିରି ଛାଡ଼ିବା କିମ୍ବା ଆତ୍ମହତ୍ୟା ପ୍ରବଣତା ହ୍ରାସ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri