ଆମେ କାମ ଚୋର

ଅତୀତରେ ରାଜାମାନେ ଶୋଷଣକାରୀ ଥିଲେ। ସେତେବେଳେ ଲୋକେ କେବଳ ଚାଷ ଉପରେ ନିର୍ଭର କରୁଥିଲେ। ଚାଷ ବ୍ୟତୀତ ଅନ୍ୟ ଅର୍ଥନୈତିକ ପନ୍ଥା ନ ଥିଲା। ଯୋଗାଯୋଗର ମଧ୍ୟ ସୁବିଧା ନ ଥିଲା। ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ଲୋକ ଯାଇପାରୁ ନ ଥିଲେ। ସମ୍ଭବତଃ କ୍ୱଚିତ ଲୋକଙ୍କ ବ୍ୟତୀତ ଭାରତର ଅନ୍ୟ ପ୍ରାନ୍ତର ଲୋକମାନେ ନିଜ ଭିଟାମାଟି ଛାଡ଼ି ଅନ୍ୟ ଜାଗାକୁ ଯିବାର ଇତିହାସରେ ଲେଖାନାହିଁ। ଆଜି ମଧ୍ୟ ଦେଖିଲେ ସବୁ ରାଜ୍ୟର ଲୋକ ବିଭିନ୍ନ ଆଳରେ ନିଜ ରାଜ୍ୟକୁ ଫେରିବାକୁ ଚେଷ୍ଟା କରୁଛନ୍ତି। କାରଣ ନିଜ ଘରେ ରହିପାରିଲେ କାର୍ଯ୍ୟ କରିବାର ଚାପ ହ୍ରାସ ପାଇଥାଏ ବୋଲି ବିଶ୍ୱାସ କରାଯାଏ। ଏଥିସହିତ ଭାରତୀୟଙ୍କ ଡିଏନ୍‌ଏରେ ଅଧିକ କାର୍ଯ୍ୟ କରି ଉତ୍ପାଦନ ବଢ଼ାଇବାର ମାନସିକତା ସୃଷ୍ଟି ହୋଇନାହିଁ। କାରଣ ଗୋଟିଏ ପଟେ ବିଦେଶୀ ଶାସକମାନେ ଆମକୁ ଦମନ କରି ରଖୁଥିଲେ। ଲୋକେ ଯାହା ଉତ୍ପାଦନ କରୁଥିଲେ ତାହାର ସିଂହଭାଗ ଶାସକମାନେ ନେଇଯାଉଥିଲେ। ଲୋକଙ୍କ ଉତ୍ପାଦନ ଉପରେ ଶାସକ କିମ୍ବା ରାଜାଙ୍କ ଦୃଷ୍ଟି କିଭଳି ନ ପଡ଼ୁ ସେଥିପାଇଁ କି ଭାରତୀୟମାନେ ଅଧିକ ଉତ୍ପାଦନ କରିବାକୁ ଚାହୁଁ ନ ଥିଲେ ଏବଂ ସେହି ଭାବନା ଏବେ ସୁଦ୍ଧା ଆମ ଭିତରେ ବସା ବାନ୍ଧି ରହିଛି। ଏଭଳି ସ୍ଥିତିରେ ଭାରତୀୟମାନଙ୍କ କାର୍ଯ୍ୟଶୈଳୀରେ ଉନ୍ନତି ଓ କାର୍ଯ୍ୟ କରିବାର ମାନସିକତାର ଘୋର ଅଭାବ ଦେଖା ଦେଇଛି। ଯେତେବେଳେ ଯୁଗ ପରିବର୍ତ୍ତନ ହେଉଛି ସେତେବେଳେ ବ୍ୟକ୍ତି ବିଶେଷଭାବରେ ପରିବାର ଏବଂ ନିଜ ପାଇଁ ରୋଜଗାର ବ୍ୟତୀତ କାର୍ଯ୍ୟ ସହିତ ମିଶିକରି ଆସୁଥିବା ଓଜନିଆ ଦାୟିତ୍ୱକୁ ସମ୍ଭାଳିବାରେ ଆମେ ବିଫଳ ହେଉଛୁ; ଯେଉଁଥିପାଇଁ ସେପ୍ଟେମ୍ବରରେ ପୁଣେର ଏକ ବିଦେଶୀ କମ୍ପାନୀରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ୨୬ ବର୍ଷୀୟା ଆନ୍ନା ସେବାଷ୍ଟିନ ପେରାୟିଲ ଓ ଉତ୍ତରପ୍ରଦେଶର ଝାନ୍ସିରେ ବଜାଜ୍‌ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ତରୁଣ ସକ୍ସେନାଙ୍କ ଆତ୍ମହତ୍ୟାଠାରୁ ଆରମ୍ଭ କରି ଗୁଜରାଟର ସୁରଟ ସହରରେ ମୟୂର ତାରାପରା ନିଜ ଅଙ୍ଗୁଳି କାଟିଦେବା ଘଟଣା କାହାରିକୁ ଚିନ୍ତିତ କରୁନାହିଁ।

ଏବେ ଖବର ମିଳୁଛି ଯେ, ସୁରଟର ଭାରାଛା ମିନି ବଜାରରେ ଥିବା ଅନଭ ଜେମ୍ସ ଜୁଏଲେରି ଦୋକାନରେ ଆକାଉଣ୍ଟ ବିଭାଗରେ କାମ କରୁଥିବା ମୟୂର ତାଙ୍କ ବାମହାତର ୪ଟି ଅଙ୍ଗୁଳି କାଟିଦେଇଛନ୍ତି। ଏଠାରେ ତାଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ୁଥିଲା ଓ ସେ ଏଥିରୁ ମୁକୁଳିବା ପାଇଁ ଏଭଳି କ୍ରୂର ପଦକ୍ଷେପ ନେଇଥିଲେ ବୋଲି ସ୍ବୀକାର କରିଛନ୍ତି। ଘଟଣାକ୍ରମରେ ସତେ ଯେମିତି ଏଭଳି ପ୍ରତିକ୍ରିୟାସବୁ ଆମ ପାଇଁ ଦେହସୁହା ହୋଇଗଲାଣି। ଯେତେବେଳେ ସମାଜ ଏସବୁ ପ୍ରତିକ୍ରିୟାକୁ ସମସ୍ୟା ଭଳି ବିବେଚନା କରିବ ନାହିଁ, ସେତେବେଳେ ତାହାର କୋପ ଆହୁରି ଅଧିକ ବଢ଼ିବ। ଦେଶରେ କାର୍ଯ୍ୟଚାପ ଯୋଗୁ ନିୟମିତ ବ୍ୟବଧାନରେ ଅନେକ କର୍ମଚାରୀ ଆମତ୍ହତ୍ୟା କରୁଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ( ଏନ୍‌ସିଆର୍‌ବି)ର ୨୦୨୩ ରିପୋର୍ଟ ଅନୁଯାୟୀ, ସହରଗୁଡ଼ିକ ମଧ୍ୟରେ କାର୍ଯ୍ୟଚାପ ଯୋଗୁ ବେଙ୍ଗାଲୁରୁରେ ସବୁଠୁ ବେଶି ୧୨୧, ତା’ପରକୁ ଦିଲ୍ଲୀରେ ୭୭ ଓ ତୃତୀୟ ସ୍ଥାନରେ ଅହମଦାବାଦରେ ୭୧ ଜଣ କର୍ମଚାରୀ ଆମତ୍ହତ୍ୟା କରିଛନ୍ତି। ବଡ଼ କଥା ହେଉଛି, ବିଗତ ଦଶନ୍ଧିରେ ବିଶେଷକରି ଦିନ ମଜୁରିଆ ଭାବେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରେ ଆମତ୍ହତ୍ୟା ହାର ଅତ୍ୟଧିକ ବୃଦ୍ଧି ଘଟିଛି।
କୋଭିଡ୍‌ ମହାମାରୀ ପରେ ମୁଖ୍ୟତଃ ସଂଗଠିତ ଓ ଅସଂଗଠିତ କ୍ଷେତ୍ରଗୁଡ଼ିକ ପୂର୍ବ ସ୍ଥିତିକୁ ଫେରିବାକୁ ଉଦ୍ୟମ ଚଳାଇଛନ୍ତି। ଏଭଳି ସ୍ଥିତିରେ ଭାରତରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ଅବଦାନ ସବୁଠୁ ଅଧିକ ରହୁଛି। ନିକଟରେ ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି କହିଥିଲେ ଯେ, ଭାରତର ଲୋକେ ସପ୍ତାହକୁ ୭୦ ଘଣ୍ଟା ଅର୍ଥାତ୍‌ ଦିନକୁ ପାଖାପାଖି ୧୨ ଘଣ୍ଟା କାମ କରିବାକୁ ପଡ଼ିବ। ଏ କଥା ବିଶେଷକରି ଯୁବକମାନେ ହୃଦ୍‌ବୋଧ କରିବା ଉଚିତ। କାରଣ ଭାରତରେ ଏବେ ବି ୮୦ କୋଟି ଲୋକ ମାଗଣା ରାଶନ ନେଉଥିବାରୁ ଗରିବୀ ରହିଛି ଏବଂ ଦେଶକୁ ମଜଭୁତ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲ ମୂର୍ତ୍ତି ଯୁକ୍ତି ଉପସ୍ଥାପନ କରିଥିଲେ।

ଦେଖିବାକୁ ଗଲେ ଆଜିର ଆଧୁନିକ ଯୁଗରେ ଜଣେ ଯଦି ମନଦେଇ ୫ରୁ ୮ ଘଣ୍ଟା କାମ କରେ ତେବେ ଯଥେଷ୍ଟ କିଛି ହାସଲ କରିହେବ। ସେଥିପାଇଁ ୧୨ ଘଣ୍ଟା କାମ କରିବା ଯଥାର୍ଥ ନୁହେଁ। ବର୍ତ୍ତମାନ କାର୍ଯ୍ୟ କରିବାର ଦୌଡ଼ ବଢ଼ିଯାଇଛି। ଏହାକୁ ଲକ୍ଷ୍ୟ କରି ମାତାପିତାମାନେ ସେମାନଙ୍କ ପିଲାଙ୍କୁ ବିନା ଚାପରେ ଅଧିକ କାମ କରିବାର ଶୈଳୀ ଶିଖାଇବା ଦରକାର। ଏବେ ମଧ୍ୟ ମାତାପିତା ପିଲାଙ୍କୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କପି ଯୋଗାଇବା ଯାଏ ଚାଲିଯାଉଛନ୍ତି। ପିଲାମାନଙ୍କର ବିବାହ ସମ୍ପର୍କିତ ନିଷ୍ପତ୍ତି ମଧ୍ୟ ମାତାପିତା ନେଉଛନ୍ତି; ଯେଉଁଥିପାଇଁ ଯୌତୁକ ପ୍ରଥା ଲୋପ ହୋଇପାରୁ ନାହିଁ। ଆଇନ ନଜରରୁ ବଞ୍ଚିବା ପାଇଁ ହୁଏତ କିଛି ବର କହୁଛନ୍ତି ଆମର କୌଣସି ‘ଡିମାଣ୍ଡ’ ନାହିଁ। କିନ୍ତୁ ଝିଅ ଘରକୁ ପଚାରିଲେ ବାପ କହୁଛନ୍ତି ଯେ, ମୁଁ ସବୁ ବାଧ୍ୟରେ ଦେଉଛି। ଏଥିରୁ ବୁଝାପଡ଼ୁଛି ଯେ, ଆମେ ପିଲାଙ୍କ ଜୀବନକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ଚାହୁଁଛୁ। ତାଙ୍କୁ ତାଙ୍କର ନିଜ ଭବିଷ୍ୟତ ପାଇଁ ନିଷ୍ପତ୍ତି ନେବାର ସୁଯୋଗ ଦେଉନାହୁଁ ସେହିଭଳି ଗୁରୁଜନମାନେ ଅଧିକ କାମ କରୁଥିବା ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ବଦଳରେ ସମାଲୋଚନା କରିଥାନ୍ତି ଏବଂ ଏତେ କାମ କରୁଛୁ, ଘରକୁ ନ ଆସି ଦେଖେଇ ହେଉଛୁ ବୋଲି କହିଥାନ୍ତି। ପିଲାଙ୍କୁ ସଚ୍ଚୋଟ ଓ କଠୋର ପରିଶ୍ରମୀ ହେବାର ଶିକ୍ଷାଦେବାରେ କୌଣସି ଅସୁବିଧା ନାହିଁ। ଏଥିପାଇଁ ମୁଖ୍ୟତଃ ମାତାପିତାଙ୍କ ଉଦ୍ୟମ ଦରକାର। ଏହା ବ୍ୟତୀତ ଯୁବକମାନେ କିଭଳି କୌଶଳଗତ ଜ୍ଞାନ ହାସଲ କରିବେ ଏବଂ ମାନସିକ ସ୍ତରରେ ଯୋଗ୍ୟ ରହିବେ ସେଥିପ୍ରତି ସମ୍ପୃକ୍ତ ନିଯୁକ୍ତିଦାତା ସଂସ୍ଥାର ଉତ୍ତରଦାୟିତ୍ୱ ରହିବା ଦରକାର। ଏହାସହ କର୍ମଚାରୀମାନେ ସେମାନଙ୍କ କାମକୁ ଚାପ ଭାବେ ନ ନେଇ ସଂସ୍ଥାପ୍ରତି ନିଷ୍ଠା ଓ ସହନଶୀଳତା ମନୋଭାବ ପୋଷଣ କଲେ ଉତ୍ପାଦକତା ବୃଦ୍ଧି ହେବା ସହ ସେମାନଙ୍କ ମଧ୍ୟରେ ଚାକିରି ଛାଡ଼ିବା କିମ୍ବା ଆତ୍ମହତ୍ୟା ପ୍ରବଣତା ହ୍ରାସ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?