Posted inଖେଳ

ଆମେ ଭଲ ସାଙ୍ଗ ନୁହଁ,ଧୋନିଙ୍କୁ ନେଇ ଯୁବରାଜଙ୍କ ମନ୍ତବ୍ୟ ଭାଇରାଲ…

ନୂଆଦିଲ୍ଲୀ,୫।୧୧ : ବିଶ୍ୱକପ ୨୦୨୩ର ଉତ୍ସାହ ମଧ୍ୟରେ ପୂର୍ବତନ ଟିମ ଇଣ୍ଡିଆ ଖେଳାଳି ଯୁବରାଜ ସିଂ ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ଶୋ’ରେ ସେ ତାଙ୍କ ସହ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ମଧ୍ୟରେ ଥିବା ବନ୍ଧୁତା ବିଷୟରେ କହିଥିଲେ। ଧୋନି ଏବଂ ଯୁବରାଜ ଟିମ ଇଣ୍ଡିଆର ଏପରି ଖେଳାଳି ଥିଲେ, ଯେଉଁମାନେ ମିଳିତ ଭାବେ ଭାରତକୁ ଅନେକ ବଡ଼ ଟ୍ରଫି ଜିତିବାରେ ସାହାଯ୍ୟ କରିଥିଲେ। ଯୁବରାଜ ସିଂ କହିଛନ୍ତି ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କର ବିଶେଷ ଭଲ ବନ୍ଧୁ ନୁହଁନ୍ତି।
ଏହି ଶୋ’ରେ ଯୁବରାଜ ସିଂ କହିଛନ୍ତି ସେ ଏବଂ ଏମଏସ ଧୋନି ଟିମ ଇଣ୍ଡିଆ ପାଇଁ ଖେଳୁଥିଲେ, କିନ୍ତୁ ସେମାନେ କେବେ ଭଲ ବନ୍ଧୁ ନ ଥିଲେ। ସେ କହିଛନ୍ତି ଯଦିଓ ସେମାନେ ଦଳରେ ଏକାଠି ଥିଲେ ମଧ୍ୟ ସେମାନଙ୍କର ଭିନ୍ନ ଜୀବନଶୈଳୀ ଯୋଗୁ ସେମାନେ ପଡ଼ିଆ ବାହାରେ ଭଲ ବନ୍ଧୁ ହୋଇପାରି ନ ଥିଲେ।

ଯୁବରାଜ କହିଛନ୍ତି, ’ମୁଁ ଏବଂ ମାହି ସର୍ବୋତ୍ତମ ବନ୍ଧୁ ନୁହଁ। କେବଳ କ୍ରିକେଟ କାରଣରୁ ଆମେ ବନ୍ଧୁ ଥିଲୁ। ଆମେ ଏକାଠି ଖେଳିଛୁ। ମାହିଙ୍କ ଜୀବନଶୈଳୀ ମୋ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ତେଣୁ ଆମେ କେବେ ଭଲ ବନ୍ଧୁ ହୋଇପାରି ନ ଥିଲୁ। ଯେତେବେଳେ ମାହି ଏବଂ ମୁଁ ପଡ଼ିଆକୁ ଯାଉଥିଲୁ, ଆମେ ଦୁହେଁ ୧୦୦ପ୍ରତିଶତରୁ ଅଧିକ ପ୍ରଦର୍ଶନ ଦେଇଥିଲୁ। ସେତେବେଳେ ସେ ଦଳର ଅଧିନାୟକ ଥିଲେ ଏବଂ ମୁଁ ଉପ-ଅଧିନାୟକ ଥିଲି। ମୁଁ ଦଳରେ ଯୋଗଦେବାବେଳେ ଚାରି ବର୍ଷ ଜୁନିୟର ଥିଲି। ଅଧିନାୟକ ଏବଂ ଉପ-ଅଧିନାୟକଙ୍କ ନିଷ୍ପତ୍ତିରେ ପାର୍ଥକ୍ୟ ରହିଥାଏ। ତାହା ଆମ ଦୁହିଁଙ୍କ ମଧ୍ୟରେ ଥିଲା।

ବେଳେବେଳେ ସେ ଯାହା ନିଷ୍ପତ୍ତି ନେଉଥିଲେ ତାହା ମୋତେ ପସନ୍ଦ ନ ଥିଲା। ପ୍ରତ୍ୟେକ ଦଳରେ ଏହା ଘଟେ। ଯେତେବେଳେ ମୁଁ ମୋର କ୍ୟାରିୟରର ଶେଷ ପର୍ଯ୍ୟାୟରେ ଥିଲି, ମୁଁ ତାଙ୍କୁ ପରାମର୍ଶ ମାଗିଲି। ସେ ସେହି ବ୍ୟକ୍ତି ଯିଏ ମୋତେ କହିଥିଲେ ଚୟନ କମିଟି ବର୍ତ୍ତମାନ ତୁମ ବିଷୟରେ ଚିନ୍ତା କରୁନାହିଁ ଏବଂ ଏହା ୨୦୧୯ ବିଶ୍ୱକପ ପୂର୍ବରୁ ଥିଲା।

ଯୁବରାଜ ସିଂ ଶୋ’ରେ କହିଛନ୍ତି ଦଳର ଖେଳାଳିମାନେ ସର୍ବଦା ତୁମର ସର୍ବୋତ୍ତମ ବନ୍ଧୁ ହେବା ଜରୁରୀ ନୁହେଁ। ସେ କହିଛନ୍ତି, ’ତୁମର ଦଳର ସଦସ୍ୟମାନେ ପଡ଼ିଆ ବାହାରେ ତୁମର ଭଲ ବନ୍ଧୁ ହେବା ଜରୁରୀ ନୁହେଁ। ସମସ୍ତଙ୍କର ଭିନ୍ନ ଜୀବନଶୈଳୀ ଅଛି । କିଛି ଲୋକ କିଛି ଲୋକଙ୍କ ସହିତ ବୁଲାବୁଲି କରନ୍ତି। ପଡ଼ିଆକୁ ଯିବାକୁ, ଦଳର ପ୍ରତ୍ୟେକ ଖେଳାଳିଙ୍କ ସହିତ ତୁମେ ଭଲ ବନ୍ଧୁ ହେବା ଜରୁରୀ ନୁହେଁ । କୌଣସି ଦଳ ବିଷୟରେ କହିବାକୁ ଗଲେ ସମସ୍ତ ୧୧ ଖେଳାଳି ଏକାଠି ନାହାନ୍ତି। ତେବେ ପଡିଆରେ ଖେଳ ସମୟରେ ସଭିଏଁ ନିଜ ନିଜ ଇଗୋକୁ ବାହାରେ ରଖି ଖେଳିବା ଜରୁରୀ।

ଥରେ ଏହା ଘଟିଥିଲା ଧୋନି ଆହତ ହୋଇଥିଲେ ଏବଂ ମୁଁ ତାଙ୍କ ସ୍ଥାନରେ ରନର୍‌ ଭାବରେ ଦୌଡୁଥିଲି। ମୋର ମନେ ଅଛି ଥରେ ସେ ୯୦ରେ ଖେଳୁଥିଲେ ଏବଂ ମୁଁ ତାଙ୍କୁ ଷ୍ଟ୍ରାଇକ ଦେବାକୁ ଚେଷ୍ଟା କରୁଥିଲି ଯାହା ଦ୍ୱ ାରା ସେ ତାଙ୍କ ଶତକ ପୂରଣ କରିପାରିବେ। ଯେତେବେଳେ ମୁଁ ବିଶ୍ୱକପ ମ୍ୟାଚରେ ନେଦରଲାଣ୍ଡ ବିପକ୍ଷରେ ୪୮ ରନ ଅପରାଜିତ ଖେଳୁଥିଲି, ସେତେବେଳେ ସେ ମୋର ଅର୍ଦ୍ଧଶତକ ପୂରଣ କରିବାକୁ ଦୁଇଟି ବଲ ରୋକି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri