Posted inଜାତୀୟ

ଆମେ ୨ ଆମର ୨

ଲକ୍ଷ୍ନୌ,୧୨ା୭: ଦେଶର ଜନସଂଖ୍ୟା ଅଭିବୃଦ୍ଧି ହାର ୨.୭% ଥିବାବେଳେ ସବୁଠୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ(ୟୁପି)ରେ ଏହା ୩.୧ ପ୍ରତିଶତ ରହିଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ରାଜ୍ୟର ବିକାଶ ପଥରେ ବାଧକ ହୋଇଥିବାରୁ ଏହା ଉପରେ ନିୟନ୍ତ୍ରଣ ଜରୁରୀ। ଏଥିଲାଗି ଅଧିକ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।
ନିଜ ସରକାରୀ ବାସଭବନରେ ରବିବାର ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ଯୋଗୀ ଆଦିତ୍ୟନାଥ ‘ଉତ୍ତର ପ୍ରଦେଶ ଜନସଂଖ୍ୟା ନୀତି ୨୦୨୧-୨୦୩୦’ ଘୋଷଣା କରିଛନ୍ତି। ସେ କହିଛନ୍ତି, ସାରା ବିଶ୍ୱରେ ଜନସଂଖ୍ୟା ବୃଦ୍ଧିକୁ ନେଇ ଅନେକ ଅସୁବିଧା ଦେଖିବାକୁ ମିଳିଛି। ଏହା ବିକାଶରେ କିପରି ବାଧକ ହେଉଛି ସେନେଇ ବିଗତ ୪ ଦଶନ୍ଧି ଧରି ଆଲୋଚନା ଚାଲିଛି। ଏହାର ନିୟନ୍ତ୍ରଣ ଦିଗରେ ଉଦ୍ୟମ କରିଥିବା ଦେଶ ଓ ରାଜ୍ୟ ସକାରାମତ୍କ ପରିଣାମ ପାଇଛନ୍ତି। ସମାଜର ସବୁ ବର୍ଗଙ୍କୁ ନେଇ ୟୁପି ସରକାର ‘ଆମେ ଦୁଇ ଆମର ଦୁଇ’ ନୀତିକୁ କାର୍ଯ୍ୟକାରୀ କରିବେ। ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଏହାକୁ ସମସ୍ତେ ମାନିବା ଜରୁରୀ। ୨୦୨୬ ସୁଦ୍ଧା ଜନ୍ମହାର ୨.୧%କୁ ଖସାଇବାକୁ ପଡ଼ିବ। ଏହା ପୂର୍ବରୁ ଶୁକ୍ରବାର ୟୁପି ଲ’ କମିଶନ ଉକ୍ତ ନୀତିର ଚିଠା ଜାରି କରିଥିଲେ। ଦୁଇରୁ ଊର୍ଦ୍ଧ୍ୱ ସନ୍ତାନ ଥିବା ମା’ବାପା ସ୍ଥାନୀୟ ନିର୍ବାଚନ ଲଢ଼ିବା, ସରକାରୀ ଚାକିରି ପାଇଁ ଆବେଦନ କରିବା ଓ ରାଶନ ମିଳିବା ଭଳି ୭୭ ପ୍ରକାର ସୁବିଧାରୁ ବଞ୍ଚତ୍ତ ହେବେ ବୋଲି ଏଥିରେ ଦର୍ଶାଯାଇଛି। ଅନ୍ୟପକ୍ଷେ ଯେଉଁମାନଙ୍କ ଗୋଟିଏ କିମ୍ବା ଦୁଇଟି ସନ୍ତାନ ଥିବେ ସେମାନେ ସରକାରୀ ଚାକିରିରେ ବେତନ ବୃଦ୍ଧି ଓ ସ୍ବାସ୍ଥ୍ୟ ବୀମା ଭଳି ଅନେକ ସୁବିଧା ପାଇବେ ବୋଲି ଉଲ୍ଲେଖ କରାଯାଇଛି।
ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ମୁସଲମାନ ସମୁଦାୟକୁ ଟାର୍ଗେଟ କରିବା ପାଇଁ ଏପରି ବିଚିତ୍ର ନୀତି ଆଣିଥିବା ବିରୋଧୀ ସମାଲୋଚନା କରିଛନ୍ତି। କଂଗ୍ରେସ ଏହାକୁ ଏକ ‘ରାଜନୈତିକ କାର୍ଯ୍ୟସୂଚୀ’ ବୋଲି ଅଭିହିତ କରିଥିବାବେଳେ ସମାଜବାଦୀ ପାର୍ଟି (ଏସ୍‌ପି) ‘ଗଣତନ୍ତ୍ରର ହତ୍ୟା’ ବୋଲି ଅଭିହିତ କରିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍‌ତାର ଅବ୍ବାସ ନକ୍‌ଭି କହିଛନ୍ତି, ୟୁପି ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ କାର୍ଯ୍ୟ କରୁଛି। ଏହାକୁ ସ୍ବାଗତ କରାଯିବା ଉଚିତ। ୧୯୭୦ ଦଶକରେ କଂଗ୍ରେସ ଏପରି ଉଦ୍ୟମ କରି ବିଫଳ ହୋଇଥିଲା। ଉନ୍ନତ ଉପାୟରେ ପଦକ୍ଷେପ ନିଆଗଲେ ସୁଫଳ ମିଳିବ। ଏହାକୁ ସାମ୍ପ୍ରଦାୟିକ ରଙ୍ଗ ଦେଉଥିବା ଲୋକେ ଦେଶର ଶତ୍ରୁ ବୋଲି ସେ ଅଭିହିତ କରିଛନ୍ତି। ଏହା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜ୍ୟର ମୁସଲମାନମାନଙ୍କୁ ଜନସଂଖ୍ୟା ହ୍ରାସ ପାଇଁ ସହଯୋଗ କରିବାକୁ ଅନୁରୋଧ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିବ ହର୍ମୁଜ! ଇରାନ ରଖିଲା ଲମ୍ବା ସର୍ତ୍ତ, ରାଜି ହେଲେ ଟ୍ରମ୍ପ? ଜାଣନ୍ତୁ…

ତେହରାନ, ୭।୪: ଇରାନ ଏକ ଅସ୍ତ୍ରବିରତି ପ୍ରସ୍ତାବକୁ ଆନୁଷ୍ଠାନିକ ଭାବରେ ସୋମବାର ପ୍ରତ୍ୟାଖ୍ୟାନ କଲା ଏବଂ ଏହା ବଦଳରେ ଯୁଦ୍ଧ ଶେଷ କରିବା ପାଇଁ ଏକ ୧୦-ସୂତ୍ରୀ…

କୋମାରେ ଇରାନର ସୁପ୍ରିମ ଲିଡର? କାହିଁକି ବ୍ୟାପିଛି ଏଭଳି ଖବର? ଜାଣନ୍ତୁ ଏହା ପଛର କାରଣ

ତେହରାନ,୭।୪: ବ୍ରିଟିଶ ଖବରକାଗଜ ଦି ଟାଇମ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ ମୋଜତାବା ଖାମେନେଇ ଅଚେତ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କjର ଏହି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୬ ଘଣ୍ଟା ଜାତୀୟ ରାଜପଥ…

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri