Posted inଜାତୀୟ

ଓ୍ବାୟନାଡ୍‌ ଭୂସ୍ଖଳନ: ୨୭୬ ଜଣଙ୍କ ଗଲାଣି ଜୀବନ

ଓ୍ବାୟନାଡ୍‌,୧।୮:କେରଳର ଓ୍ବାୟନାଡ୍‌ରେ ଲଗାଣ ବର୍ଷାଜନିତ ଭୂସ୍ଖଳନ ୨୭୬ ଜଣଙ୍କ ଜୀବନ ନେଇଥିବାବେଳେ ୧୩୨ ଆହତ ହୋଇଛନ୍ତି। ୨୨୫ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାରକରିବା ପାଇଁ ସେନା ପକ୍ଷରୁ ବୁଧବାର ରେସ୍କ୍ୟୁ ଅପରେଶନ୍‌କୁ ଜୋର୍‌ଦାର କରାଯାଇଛି। ସେନା ଅଦ୍ୟାବଧି ପ୍ରାୟ ୧,୫୯୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ୭୦ ମୃତଦେହ ଠାବ କରିଥିବା କହିଛି।
ନିଜ ଦେଶ’ କୁହାଯାଉଥିବା କେରଳକୁ ମଙ୍ଗଳବାର ସକାଳେ ମାଡ଼ି ଆସିଥିଲା ବିପତ୍ତି। ଓ୍ବାୟନାଡ୍‌ର ପାର୍ବତ୍ୟ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏଥିରେ ନିଖୋଜ ହୋଇଯାଇଥିବା ଲୋକଙ୍କୁ ସେମାନଙ୍କ ଆତ୍ମୀୟମାନେ ଖୋଜିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କନ୍ନୁର ଡିଫେନ୍ସ ସିକ୍ୟୁରିଟି କର୍‌ (ଡିଏସ୍‌ସି) ସେଣ୍ଟର ଏବଂ ୧୨୨ ଟିଏ ବାଟାଲିୟନ୍‌ର ୪ କଲମ୍‌ ଯବାନ ମିଳିତ ଭାବେ ରେସ୍କ୍ୟୁ ଅପରେଶନ୍‌ ଚଳାଇଛନ୍ତି। ଏଥିରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଏବଂ ରାଜ୍ୟର ଉଦ୍ଧାରକାରୀ ଟିମ୍‌ ମଧ୍ୟ ନିୟୋଜିତ ଥିବା ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି। ହ୍ୟୁମାନିଟାରିଆନ୍‌ ଆସିଷ୍ଟାନ୍ସ ଆଣ୍ଡ୍‌ ଡିଜାଷ୍ଟର ରିଲିଫ୍‌ (ଏଚ୍‌ଏଆର୍‌ଡି)ର ୨ କଲମ୍‌ ଓ ୨ ମେଡିକାଲ ଟିମ୍‌କୁ ତ୍ରିଭେନ୍ଦ୍ରମ୍‌ରୁ କୋଝିକୋଡ୍‌କୁ ସ୍ବତନ୍ତ୍ର ବିମାନରେ ଏୟାରଲିଫ୍ଟ କରାଯାଇଛି। ଭାରି ଇଞ୍ଜିନିୟରିଂ ଉପକରଣ ଏବଂ ରେସ୍କ୍ୟୁ ଡଗ୍‌ ଟିମ୍‌ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ଲଗାଣ ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧାସୃଷ୍ଟି କରିଛି।
ବନ୍ୟା ପରେ ଏହା ହେଉଛି କେରଳରେ ସବୁଠୁ ବଡ଼ ବିପର୍ଯ୍ୟୟ। ଗତ ୨ ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ଲଗାତର ବର୍ଷା ଜାରି ରହିଛି। ବର୍ଷା ଯୋଗୁ ମାଟି ନରମ ହୋଇଯାଇଥିବାରୁ ଭୂସ୍ଖଳନ ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ଚୁରାଲମାଲା ସହର। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଭୂସ୍ଖଳନ ପ୍ରସଙ୍ଗ ଉଠାଇ ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଏଭଳି ବିପର୍ଯ୍ୟୟ ଏଡ଼ାଇବା ପାଇଁ ହାଇଟେକ୍‌ ସମାଧାନର ପନ୍ଥା ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି। ଗୃହରେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଗତ ବେଳେ ଓ୍ବାୟନାଡ୍‌ର ପୂର୍ବତନ ଏମ୍‌ପି ରାହୁଲ ସେନାର ଉଦ୍ଧାରକାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷେ କେରଳରେ ପ୍ରବଳ ବର୍ଷା ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ସପ୍ତାହେ ପୂର୍ବରୁ ସତର୍କ କରାଯାଇଥିବା ବିଷୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ସୂଚନା ଦେଇଛନ୍ତି। ପ୍ରଭାବିତ ଲୋକଙ୍କୁ ସବୁ ସହାୟତା ଦିଆଯିବ ବୋଲି ଶାହା କହିଛନ୍ତି। ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ୍‌ ଭୂସ୍ଖଳନ ସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ଟ୍ରମ୍ପଙ୍କ ଧମକ ପରେ ହର୍ମୁଜ ଖୋଲିବାକୁ ନେଇ ସର୍ତ୍ତ ରଖିଲା ଇରାନ, ବଢିବ ଭାରତର ଟେନସନ!

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକ ସମୟସୀମା ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ ମଙ୍ଗଳବାର ସା…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ବିଲ୍‌ ଆଦାୟରେ ଆଗୁଆ, ସେବାରେ ପଛୁଆ, ରାତିରେ ବିଦ୍ୟୁତ୍‌ ଗଲେ ମରାମତି ହେଉନି

ଭବାନୀପାଟଣା,୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଟାଉନରେ ରାତିରେ ବିଦ୍ୟୁତ୍‌ ଗଲେ ମରାମତି କରା ଯାଉ ନ ଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।…

ଝିଅଙ୍କୁ ଠାବ କରିବାରେ ପୋଲିସ ସହାୟତା କରିଥିବା ମାନିଲେ ବାପା

ବିଜୟଓ୍ବାଡ଼ା,୬ା୪: ଆନ୍ଧ୍ରପ୍ରଦେଶର ମାଚେର୍ଲାରେ ଜଣେ ୨୩ ବର୍ଷୀୟା ଯୁବତୀ ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିବାରୁ ତାଙ୍କୁ ମାରିଦିଆଯାଇଛି। ଟଙ୍କା ନେଇ ଝିଅଙ୍କୁ ଖୋଜି ବାହାର କରିବାରେ…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଯୁଦ୍ଧ ପ୍ରଭାବ: ଆମେରିକାରେ ଗ୍ୟାସ୍‌, ପରିବହନ ମହଙ୍ଗା

ଓ୍ବାଶିଂଟନ,୬ା୪(ପି.ଟି.): ଇରାନ ବିରୋଧରେ ଯୁଦ୍ଧ ଆମେରିକୀୟମାନଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଆମାଜନ ଏହାର ଇ-କମର୍ସ ଡେଲିଭରି ପାଇଁ ଇନ୍ଧନ ଶୁଳ୍କ ଘୋଷଣା କରିଥିବାବେଳେ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri